Odisha news

ଅଭିଶପ୍ତ ଗ୍ରାମ କୁଲଧାରା

0

ରାଜସ୍ଥାନର ଜୈସଲମେର୍ ଜିଲ୍ଲାରେ କୁଲଧାରା ନାମକ ଏକ ଗ୍ରାମ ଅଛି ,ଯାହାକୁ ଅଭିଶପ୍ତ ଗ୍ରାମ ବୋଲି କୁହାଯାଏ l ଏହି ଗ୍ରାମଟି ବିଗତ ୧୭0 ବର୍ଷ ହେଲାଣି ଖାଲିପଡିଛି l ଏହି ଗ୍ରାମର ମାତ୍ର ୧୮ କିଲୋମିଟର ଦୂରରେ ଜନବସତି ଅଛି l କୁହନ୍ତି ଯେ କୁଲଧାରା ଗ୍ରାମର ହଜାର ହଜାର ଲୋକ ମାତ୍ର ଗୋଟିଏ ରାତିରେ ଏହି ଗାଁ କୁ ଖାଲିକରି ଚାଲି ଯାଇଥିଲେ l ଗଲାବେଳେ ଅଭିଶାପ ଦେଇ ଯାଇଥିଲେ ଯେ ଏଠାରେ କେବେ କୌଣସି ଲୋକ ବାସ କରି ପାରିବେ ନାହିଁ l ସେବେ ଠାରୁ ଏହି ଗାଁ ଟି ଖାଲି ପଡିଛି l

କୁଲଧାରା ଗାଁକୁ ଯିଏବି ବୁଲିବାକୁ ଯାନ୍ତି ମନରେ କିଛି ଶଙ୍କା ଓ ଭୟ ନେଇକି ଫେରନ୍ତି l କାରଣ ଏଠାରେ କେହି ନ ଥାଇ ମଧ୍ୟ ସମ୍ପୂର୍ଣ ଗ୍ରାମୀଣ ବାତାବରଣ ଅନୁଭବ ହୁଏ l ଲାଗେ ଯେପରି ସ୍ତ୍ରୀ ଲୋକ ମାନେ ନିଜ ଭିତରେ କଥା ହେଉଛନ୍ତି,ତାଙ୍କର ଚୁଡ଼ିର ଶବ୍ଦ ,ପୁରୁଷ ଲୋକଙ୍କ ଚଳପ୍ରଚଳ ହେଉଥିବା ପାଦର ଶବ୍ଦ ଓ ଛୋଟ ପିଲାଙ୍କର ହସଖେଳ ର ଶବ୍ଦ ଇତ୍ୟାଦି ଶୁଭାଯାଏ l ତାସହିତ ଲୋକମାନେ ଗାଇଗୋରୁଙ୍କର ବୋବାଇବାର ଶବ୍ଦ ମଧ୍ୟ ପାଆନ୍ତି l ସେଠିକାର ପ୍ରଶାସନ କୁଲଧାରା ଗ୍ରାମ ମଧ୍ୟକୁ ଯିବା ପାଇଁ ଦିନବେଳା ଅନୁମତି ଦିଏ କିନ୍ତୁ ରାତି ହେଲେ କୁଲଧାରାର ଫାଟକ ବନ୍ଦ ହୋଇଯାଇଥାଏ  ଓ ଅନୁମତି ମିଳେନାହିଁ l

କୁଲଧାରା , ଜୈସଲମେର୍ ଠାରୁ ପ୍ରାୟ ୧୮ କିମି ଦୂରରେ ଅବସ୍ତିତ l ଏହି ଗାଁ ଟିରେ ୮୪ ଟି ସମ୍ପ୍ରଦାୟର ଲୋକ ସ୍ଥାପନ କରିଥିଲେ l ଏମାନେ ୧୨୯୧ ମସିହାରେ ପାଖାପାଖି ୬00 ଘର ତିଆରି କରି ଜନବସତି ସ୍ଥାପନ କରିଥିଲେ l ଏହି ଘର ଗୁଡିକ ଇଟା ଓ ପଥରରେ ଏପରି ଭାବରେ ତିଆରି ହୋଇଥିଲା କେବେବି ସେହି ଘର ଗୁଡିକରେ ଗରମ ଅନୁଭୂତ ହୁଏନାହିଁ l ଖରାଦିନେ ଏଠାରେ ୪୫ ଡିଗ୍ରୀ ତାପମାତ୍ରା ରହିଲେ ମଧ୍ୟ ଏହି ଘରଗୁଡ଼ିକ ଭିତର ଶୀତଳ ଲାଗିଥାଏ l

ଏହି ୮୪ ଟି ସମ୍ପ୍ରଦାୟ ମଧ୍ୟରେ ଗୋଟିଏ ସମ୍ପ୍ରଦାୟ ଥିଲେ ତାଙ୍କ ନାମ ଥିଲା” ପାଲୀବାଲ “,ଏମାନେ ମେହେନତି,ସଚୋଟ,ଶାନ୍ତିପ୍ରିୟ ଓ ଉଦ୍ୟମି ଥିଲେ l ନିଜର ବୁଦ୍ଧିମତା , କୌଶଳ ଓ ଅତୁଟ ପରିଶ୍ରମ ବଳରେ ବାଲି ଉପରେ ମଧ୍ୟ ଚାଷ କରି ପାରୁଥିଲେ l ପାଲୀବାଲ ଅଧିବାସୀ ମାନେ ସାଧାରଣତଃ ଚାଷ ଓ ପଶୁ ପାଳନ ଉପରେ ନିର୍ଭର କରୁଥିଲେ l  ଏହି ୮୪ ଟି ସମ୍ପ୍ରଦାୟ ଅଧିବାସୀ ମିଶି ତାଙ୍କ ଗ୍ରାମ ରେ ଏକ ମନ୍ଦିର ତିଆରି କରିଥିଲେ l ଯେ କୌଣସି ନିଷ୍ପତି ହେଉ ସେମାନେ ଏହି ମନ୍ଦିରରେ ତାର ନିର୍ଣ୍ଣୟ ନେଉଥିଲେ l ସମସ୍ତେ ଆଶ୍ଚଯ୍ୟ ହୁଅନ୍ତି ଯେ ଅଟେ ବିକଶିତ ଗାଁ ମାତ୍ର ଗୋଟିଏ ରାତିରେ କିପରି ମାନବ ଶୂନ୍ୟ ହୋଇଗଲା l

ଆଗକାଳରେ ଆମ ଦେଶରେ ରାଜାଙ୍କର ଶାସନ ଚାଲିଥିଲା l ସେହିସମୟରେ  ରାଜାମାନଙ୍କ ପାଖରେ ଦିୱାନ ମାନେ କାମ କରୁଥିଲେ l ସେହିପରି ଜଣେ ବଦମାସ ଓ ଅୟାସି  ଦିୱାନ ଥିଲା ତାର ନାମଥିଲା ପାଲମ ସିଂ l ତାର ନଜର ଏହି ଗ୍ରାମର ଏକ ସୁନ୍ଦର ଝିଅ ଉପରେ ପଡିଗଲା ,ସେହି ଝିଅଟି ପାଲୀବାଲ ସମ୍ପ୍ରଦାୟ ଥିଲା l ସେହି ଝିଅଟି ପାଇଁ ପାଲମ ସିଂ ପାଗଳ ପ୍ରାୟ ହୋଇ ତାର ପରିବାର ଉପରେ ଚାପ ପକାଇବାକୁ ଲାଗିଲା କିନ୍ତୁ ତାର ଘର ଲୋକ ରାଜି ହେଲେନାହିଁ l ତାପରେ ପାଲମ ସିଂ କ୍ରୋଧାନ୍ୱିତ ହୋଇ ଝିଅ ଘରକୁ ଲୋକ ପଠାଇ କହିଲା ଯେ ଯଦି ଆସନ୍ତା ପୂର୍ଣମୀ  ଭିତରେ ଝିଅକୁ ନଦେଲେ ତେବେ ସେ ଗାଁ ଉପରେ ଆକ୍ରମଣ କରି ଝିଅଟିକୁ ଉଠାଇନେବ l  ଗାଁ ବଳଙ୍କ ପାଇଁ ଏହାଏକ ସଙ୍କଟର ସମୟ ଥିଲା l ସେମାନଙ୍କ ଆଗରେ ଦୁଇଟି ରାସ୍ତା ଥିଲା ,ଗାଁକୁ ବଂଚାଇବେ କିମ୍ବା ନିଜ ଝିଅକୁ l ଏହାର ନିର୍ଣ୍ଣୟ ନେବା ପାଇଁ ସମସ୍ତେ ମନ୍ଦିରରେ ଏକାଠି ହେଲେ ଓ ନିର୍ଣ୍ଣୟ ନେଲେ ଯେ ତାଙ୍କ ଝିଅକୁ ଦିୱାନ ଦେବେନାହିଁ l

ତାପରେ ସେମାନେ ସମସ୍ତେ ଗାଁ ଛାଡି ପଳାଇବାର ନିଷ୍ପତି ନେଲେ ଓ ସେହିଦିନ ରାତିରେ ଗାଁ ଛାଡି ପଳାଇଗଲେ l ଯିବାବେଳେ ଅଭିଶାପ ଦେଇ ଗଲେଯେ ଆଜିଠାରୁ ଏହି ଘର ଗୁଡିକରେ କେହିବି ରହି ପାରିବେ ନାହିଁ l ଆଜି ମଧ୍ୟ ସେହି ଗାଁର ଅବସ୍ଥା ସେହିପରି ଖାଲି ପଡିଛି l

ଜୈସଲମେର୍ ସ୍ଥାନୀୟ ପ୍ରଶାସନ ର ସହାୟତାରେ  ଜୈସଲମେର୍ ର ସ୍ଥାନୀୟ ବାସିନ୍ଦା ସେଠାରେ ବସତି ସ୍ଥାପନ କରିବା ପାଇଁ ଚେଷ୍ଟା କରିଥିଲେ l କିନ୍ତୁ ଏହା ସଫଳ ହେଲା ନାହିଁ l ସେଠାକାର ଲୋକ କହନ୍ତି ଯେ ଯଦିବି କେହି ରହିବାକୁ ଗଲେ ଆଉ ଫେରିଲେ ନାହିଁ ସେମାନଙ୍କର କଣ ହେଲା କେହିବି ଜାଣି ପାରିଲେ ନାହିଁ l

ଭୁତପ୍ରେତ ଓ ଆତ୍ମl ମାନଙ୍କ ଉପରେ ଗବେଷଣା କରୁଥିବା ପରାନର୍ମାଲ ସୋସାଇଟି ର ଏକ ଦଳ କୁଲଧାରା ଗାଁକୁ ଗୋଟିଏ ରାତି ବିତାଇବାକୁ ଯାଇଥିଲେ l ସେମାନେ ଫେରିଲା ପରେ କହିଥିଲେ ଯେ ସେମାନଙ୍କ ପକ୍ଷରେ ରାତି ବିତାଇବାଟା କିଛି ସାମାନ୍ୟ ଘଟିନଥି   ଲା l

Leave A Reply