Odisha news

ସପ୍ତଧାର ଗାଁ : ଶିଶୁ ବିକ୍ରି ଘଟଣା ନିଜ ମାଆକୁ ହସ୍ତାନ୍ତର କଲା ଶିଶୁ ଜିଲ୍ଲା ପ୍ରଶାସନ

0
ମାଲକାନଗିରି !ତା:୧୯.୧.୨୦୨୧: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ନିକଟସ୍ଥ ଗୋବିନ୍ଦପଲ୍ଲୀ ପଞ୍ଚାୟତର ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ଯର ତାଡନାର ଶିକାର ହୋଇ ଆଦିବାସୀ ସଂପ୍ରଦାୟର ସୋମ ନାଥ ଖିଲ ନିଜର ଶିଶୁ ପୁତ୍ରକୁ ଏକ ହଜାର ଟଙ୍କାରେ ବିକ୍ରୟ କରି ପରବର୍ତ୍ତୀ ସମୟରେ ପଶ୍ଚ୍ଯାତାପ କରିବା ସହ ବେକରେ ରସି ଲଗାଇ ଆତ୍ମ ହତ୍ଯା କରିଥିବା ବେଳେ ତତ୍କାଳିନ ସମୟରେ ଉକ୍ତ ଘଟଣାଟି ଓଡିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା !ମାଲକାନଗିରି ଜିଲ୍ଲା ପ୍ରଶାସନ ତତ୍ପର ହୋଇ ସୋମନାଥର ପତ୍ନୀ କୁନି ଖିଲ ଏବଂ ତାର ଚାରିଗୋଟି ସନ୍ତାନକୁ ଉଦ୍ଧାର କରିଥିଲା ସପ୍ତଧାରା ଗ୍ରାମରୁ !
ସୋମ ନାଥ ଖିଲର ନିଜ ସ୍ତ୍ରୀ କୁନି ଖିଲ ସହ ଗୋଟିଏ ଝିଅ ଏବଂ ୪ ପୁଅ ରହିଥିବା ବେଳେ ସେମାନଙ୍କୁ ପୋଷିବା ତା ପକ୍ଷେ ଅସମ୍ଭବ ହୋଇଥିଲା !ତେଣୁ ଚାରି ମାସର ଶେଷ ଜନ୍ମିତ ଶିଶୁ ପୁତ୍ରଟିକୁ ଏକ ହଜାର ଟଂକାରେ ନିଜ ଜାତି ଭାଇକୁ କରିବାକୁ ବାଧ୍ଯ ହୋଇଥିଲା !ମାଲକାନଗିରି ଜିଲ୍ଲା ପ୍ରଶାସନ ଗଣ ମାଧ୍ଯମରେ ଘଟଣାଟି ପ୍ରକାଶ ପାଇଲା ପରେ ସପ୍ତଧାରା ଗ୍ରାମକୁ ଯୀଇ ମାଆ କୁନି ଖିଲ ସହ ଚାରିଗୋଟି ସନ୍ତାନକୁ ଉଦ୍ଧାର କରି ପ୍ରାଥମିକ ସ୍ତରରେ ଥଇଥାନ କରିଥିଲା !
ମା’କୁନି ଖିଲ ସହ ଗୋଟାଏ ଝିଅ ଗୋବିନ୍ଦ ପଲ୍ଲୀ ବୃଦ୍ଧାଶ୍ରମରେ ରଖା ଯାଇଥିବା ବେଳେ ଅନ୍ୟ ୩ ଗୋଟି ପୁଅକୁ ମାଲକାନଗିରି ସ୍ଥିତ ପରିବର୍ତ୍ତନ ସ୍ବେଛାସେବୀ ଅନୁଷ୍ଠାନର ଶିଶୁ ଗୃହରେ ରଖା ଯାଇଛି !ତେବେ ଜିଲ୍ଲାପ୍ରଶାସନର ହସ୍ତକ୍ଷେପ ପରେ ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଖଇରପୁଟ ନିକଟସ୍ଥ ହାଟପଦା ସାହିରେ ରହୁଥିବା ବନମାଳି ଖିଲଙ୍କ ଘରୁ ଉଦ୍ଧାର କରାଯାଇଥିଲା !
ସେହି ଶିଶୁ ପୁତ୍ରଟିକୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା !ଶିଶୁପୁତ୍ରଟି ସଂପୂର୍ଣ୍ଣ  ସୁସ୍ଥ ହେଲା ପରେ ଆଜି ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସର ଠାରେ ନିଜ ମାଆ କୁନି ଖିଲକୁ ଉକ୍ତ ଶିଶୁ ପୁତ୍ରଟିକୁ ହସ୍ତାନ୍ତର କରାଯାଇଛି !ଏହି ଶିଶୁପୁତ୍ରକୁ  ଜିନ ମାଆ କୁନି ଖିଲଙ୍କୁ ହସ୍ତାର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ,ଡାକ୍ତର ସୁଶ୍ରୀ ରାୟ,ପି.ଓ.ଆଇ.ସି ଶ୍ରୀମତୀ ସୁଦେଷ୍ଣା ରାଉତ ସମେତ ବିଭିନ୍ନ ଗଣ ମାଧ୍ଯମର ପ୍ରତିନିଧିମାନେ ଉପସ୍ଥିତ ଥିଲେ !
Leave A Reply