Odisha news

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

0
ମାଲକାନଗିରି!ତ:୩୧.୧୨.୨୦୨୦ : ବୟସର ବସନ୍ତ ତନୁ ମନ ଓଯୌବନକୁ ସ୍ପର୍ଶ କଲେ ପ୍ରେମ କରିବାକୁ ପୁଅଝିଅ ବ୍ଯଗ୍ର ହୁଅନ୍ତି !ପ୍ରେମ ପକ୍ଷୀ ଅନେକ ସ୍ବପ୍ନକୁ ନେଇ ଆଶାର ଆକାଶରେ ମହାନନ୍ଦରେ ଉଡିବାକୁ ଭଲ ପାଏ !ତେବେ ପ୍ରେମ ଜୀବନରେ କାହାର ସଫଳ ହୁଏତ କାହାର ବିଫଳ ହୁଏ !ପ୍ରେମରେ କିଏ ଅନ୍ଧହୋଇ ବେଳେ ବେଳେ ଭାଙ୍ଗି ପଡେ !କେବେ କେବେ ପ୍ରେମରେ ପ୍ରମୀ ଯୁଗଳ ଅନ୍ଧ ହୋଇ ପାଗଳ ପରି ସଠିକ ନିଷ୍ପତ୍ତି ନେଇପାରନ୍ତି ନାହିଁ  ! ପ୍ରେମର ଅନେକ କାହାଣୀ,ଅନେକ ଘଟଣା ଏହି ସମାଜରେ ଦୈନନ୍ଦିନ ଘଟେ,ଯହାକି ଏକକୁ ଆରେକ ଭିନ୍ନ!ଏମିତି ଏକ ବିଫଳ ପ୍ରେମୀ ଯୁଗଳ ମାଲକାନଗିରି ସଦର ମହକୁମାରେ ଥିବା ଏକ ପଥପ୍ରାନ୍ତ ବଟ ବୃକ୍ଷ ଶାଖାରେ ଗାମୁଛାରେ ଫଶୀ ହୋଇ ଆତ୍ମ ହତ୍ଯା କରିବାର କରୁଣ ଚିତ୍ର ଲୋକ ଲୋଚନକୁ ଆସିଛି !ଏହି ଘଟଣା ସମଗ୍ର ଅଞ୍ଚଳରେ ଆଜି ସକାଳେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି !ଘଟଣାରୁ ପ୍ରକାଶ ଯେ,ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ  ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବଟବୃକ୍ଷ ଶାଖାରେ ଯୁବକ ଓ ଯୁବତୀଙ୍କ ଯୁଗଳ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଉଭୟଙ୍କ ମୃତଦେହ ବଟବୃକ୍ଷ ଶାଖାରେ ବେକରେ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଯୁବତୀର କପାଳରେ ସିନ୍ଦୁର ଲାଗିଥିବାର ଜଣାପଡିଛି !
ଉଭୟେ ପ୍ରେମୀ ଯୁଗଳ ବୋଲି ଅନୁମାନ କରାଯାଉଛି।ସ୍ଥାନୀୟ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ମାଲକାନଗିରି ଥାନା ପୋଲିସକୁ ସୂଚନା ଦେଇଥିଲେ । ମୃତ ଯୁବତୀ ଜବରଦସ୍ତ କଲୋନୀର ସରିତା ସରକାର ଏବଂ  ଯୁବକର ନାମ ଭିକି ସିକଦ୍ଦାର ! ଭିକି ସିକଦ୍ଦାରର ନିଜ ଗ୍ରାମ ଏମଭି-୯ ବୋଲି ଜଣାପଡିଛି । ଉଭୟେ ପ୍ରେମିକ ପ୍ରେମିକା ଗତ କାଲି ଏକ ମନ୍ଦିରରେ ପ୍ରେମ ବିବାହ କରିବା ପରେ ରାତିର ନିର୍ଜନତାର ସୁଯୋଗ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ କାହିଁକି ଦୁହେଁ ପ୍ରେମ କରି ଏଭଳି ଚରମ ପଦକ୍ଷେପ ନେଇ ଦୁଇଟି ଅମୂଲ୍ଯ ଜୀବନକୁ ବିନାଶ କଲେ ତଦନ୍ତ ସାପେକ୍ଷ !କିଏ ଏହି ପ୍ରମ ପଥରେ କଣ୍ଟା ବିଛାଇ ଥିଲା ପୋଲିସ ଅନୁସନ୍ଧାନ କରିବା ଉଚିତ !ଏହା କଣ ଅନର କିଲିଂ ପାଇଁ ବାଧ୍ଯ କରିଛି କି ନାହିଁ ;ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।
Leave A Reply