Odisha news

ସ୍ବାଭିମନ ଅଞ୍ଚଳରେ ପାଇଖାନା ଦୁର୍ନୀତି : କନିଷ୍ଠ ଯନ୍ତ୍ରୀ ନିଳମ୍ବିତ,ବିଡିଓଙ୍କ ପାଳି କେବେ ?

0
ମାଲକାନଗିରି !ତା:୩୦.୧୨.୨୦୨୦(ବିରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ) :  ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ସାତ ଶହ ପାଇଖା ନା ନିର୍ମାଣ କରାନଯାଇ ୮୪ ଲକ୍ଷ ଟଂକା ଫଲ୍ସ ବିଲ କରାଯାଇ ଆତ୍ମସାତ କରାଯାଇଥିବା ବେଳେ ସେହି ଦୁର୍ନୀତିକୁ ଆଧାର କରି ବର୍ତ୍ତମାନ ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ଭୁବନେଶ୍ବର ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଯୋଗାଣ  ବିଭାଗ କାର୍ଯ୍ଯରୁ ନିଳମ୍ବିତ କରିଥିବା ବେଳେ ଚିତ୍ରକୋଣ୍ଡା ବିଡିଓଙ୍କ ପ୍ରତି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସାଧାରଣରେ ପ୍ରଶ୍ନ ଉଦ୍ରେକ ହୋଇଛି !
ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ଅଭିଶପ୍ତ ବିଛିନ୍ନାଞ୍ଚର ରୂପରେଖକୁ ବଦଳାଇ ନବୀନ ସରକାର ଯେଉଁ ନବକଳେବର ଶୁଭାରମ୍ଭ କଲେ
ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତାହାର ନୂତନ ପରିଚୟ ହେଲା
ସ୍ବାଭିମାନ ଅଞ୍ଚଳ ! ପୂର୍ବେ ବିଛିନ୍ନାଞ୍ଚଳରୁ ଲୋକମାନେ ମାଇଲି ମାଇଲି ଜଳପଥ ଅତିକ୍ରମ କରି ଚିତ୍ରକୋଣ୍ଡା ବା ମାଲକାନଗିରି ସଦରମାହକୁମାକୁ ଆସୁଥିଲେ ବିଭିନ୍ନ ସରକାରୀ ବା ବେସରକାରୀ କାର୍ଯ୍ଯରେ !କିନ୍ତୁ ନବୀନ ସରକାରଙ୍କ ପ୍ରଚେଷ୍ଠାରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ !ଫଳରେ ବିଛିନ୍ନାଞ୍ଚଳବାସୀଙ୍କ ବହୁ ବର୍ଷର ପ୍ରତୀକ୍ଷିତ ସ୍ବପ୍ନ ସାକାର ହେଲା !ଯାତାୟତର ସୁବର୍ଣ୍ଣ ଯୁଗ ସୃଷ୍ଟି ହେଲା ଏଠି !ଗମନାଗମନର ସୁବିଧା ହେତୁ ସ୍ବାଭିମାନ ଅଞ୍ଚଳକୁ ଗଡିଲା ଯାନବାହାନ !ଲୋକେ ବାହାରକୁ କର୍ମ ଅନ୍ବେଷଣ ହେଉ କି ସ୍ବାସ୍ଥ୍ଯ ସଂପର୍କିତ ସମସ୍ଯା ହେଉ ଯିବାରେ ରହିଲା ନାହିଁ ପୂର୍ବଭଳି ପ୍ରତି ବନ୍ଧକ !
ସ୍ବାଭିମାନ ଅଞ୍ଚଳରେ ଗାଁକୁ ଗାଁ ସଂଯୋଗ ହେବା ପାଇଁ ୧୨୮ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ଚାଲିଛି ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ରାସ୍ତା ଘାଟ !ଏହା ବ୍ଯତୀତ ପାନୀୟ ଜଳ ବ୍ଯବସ୍ଥା ବି ଚାଲିଛି ଦ୍ରୁତ ଗତିରେ !ଏହା ବ୍ଯତୀତ ଚାଲିଛି ବିଭିନ୍ନ ବିକାଶ ମୂଳକ କାର୍ଯ୍ଯ !ଲୋକମାନଙ୍କ ସୁବିଧା ପାଇଁ ସ୍ବଛ ଭାରତ ଅଭିଯାନରେ ଆରମ୍ଭ ହୋଇଛି ପାଇଖାନା ନିର୍ମାଣ କାମ !ତେବେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ,ଯୋଡାମ୍ବ,ରାଲେଗଡା,କୁରୁମାନୁର ଆଦି ଗ୍ରାମ ପଞ୍ଚାୟତରେ ୭୦୦ ପାଇଖାନା ନିର୍ମାଣ ପାଇଁ ପ୍ରତି ପାଇଖାନା ବାବଦକୁ ୧୨ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା ବେଳେ ଏହି
ପଞ୍ଚାୟଗୁଡିକରେ ଗୋଟିଏ ମଧ୍ଯ ପାଇଖାନା ନିର୍ମାଣ କରାନଯାଇ ୮୪ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା !ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖର୍ସଲେ ତାଙ୍କ ନିକଟ ସଂପର୍କୀୟ ବ୍ଯକ୍ତି ଅର୍ଜୁନ ଦାସଙ୍କୁ ପାଇଖାନା ନିର୍ମାଣ ଲାଗି ଦାୟିତ୍ବ ପ୍ରଦାନ କରିଥିଲେ !ତେବେ ଠିକାଦାର ଅର୍ଜୁନ ଦାସ ୭ ଶହ ପାଇଖାନା ନିର୍ମାଣ ନକରି ୮୪ ଲକ୍ଷ ଟଙ୍କା ଧରି ଅକ୍ଟୋବର ୨୦୧୯ରୁ ଧରି ପାର !କାଗଜ କଲମରେ ସମସ୍ତ ପାଇଖାନା ନିର୍ମାଣ କାର୍ଯ୍ଯ ସମାପ୍ତ କରି ବିଡିଓ ଲରିମନ ଖର୍ସଲେ ନିରବ ଦ୍ରଷ୍ଟା ସାଜିଥିଲା ବେଳେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଗଣ ମାଧ୍ଯମରେ ସ୍ବାଭିମାନ ଅଞ୍ଚଳର ପାଇଖାନା ଦୁର୍ନୀତି ଘଟଣାର ପରଦା ଫାସ ହେଲା !
କିଛି କୁଜିନେତା ଏବଂ ଦଲାଲୀ ସାମ୍ବାଦିକମାନଙ୍କୁ ବିଡିଓ ଲରିମନ ଖର୍ସଲେ ହାତେଇ ତାଙ୍କ ସପକ୍ଷରେ ଗୁଣ କୀର୍ତ୍ତନ କଲେ ମଧ୍ଯ ସତ୍ଯ ହିଁ ସର୍ବଦା ସତ୍ଯ ପ୍ରତିପାଦିତ ହେଲା ଜନ ମାନସରେ !ଏହି ମହା ଦୁର୍ନୀତିକୁ ତଦନ୍ତ କରିବା ପାଇଁ ତତ୍କାଳିନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ତଦନ୍ତ କମିଟି ଗଠନ କଲେ !ଏହି ତଦନ୍ତ କମିଟିରେ ଉପ-ଜିଲ୍ଲାପାଳ ରାମେଶ୍ବର ପ୍ରଧାନ,କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ ଏବଂ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଏପିଡି(ଅର୍ଥ) ମାନସ ମିଶ୍ର ପ୍ରମୁଖଙ୍କ ଦାୟିତ୍ବ ପ୍ରଦାନ କରାଗଲା !ଏହି ତଦନ୍ତ ଟିମ୍ ଗତ ତା:୧.୧୦.୨୦୨୦ରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସଲେଙ୍କ କାର୍ଯ୍ଯାଳକପ ଯାଇ ପାଇଖାନା ନିର୍ମାଣ ସଂପର୍କିତ କାଗଜ ପତ୍ର ଧରି କ୍ଷେତ୍ର ପରିଦର୍ଶନରେ ଲାଗି ତା:୮.୧୦.୨୦୨୦ରେ ବାହାରିଲେ !ସେହି ଦିନ ହନ୍ତାଳଗୁଡା,ଯନ୍ତୁରାଇ ଏବଂ ଯୋଡାମ୍ବକୁ ଯାଇ ସରଜମିନ ତଦନ୍ତ କଲେ !ହନ୍ତାଳଗୁଡାରେ ୪୦ଟା ପାଇଖାନା ନିର୍ମାଣ ଲାଗି ମାଛୁଖରା ନାମକ ଜଣେ ଜିଆରଏସଙ୍କୁ ଠିକାଦାର ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା!ମାଛୁଖାରା କିଛି କାମ ନକରି ସେ ମଧ୍ଯ ୪ ଲକ୍ଷ ୮ ହଜାର ଟଂକା ଧରି ଚମ୍ପଟ !
ତେବେ କ୍ଷେତ୍ର ପରିଦର୍ଶନରେ ଗ୍ରାମବାସୀଙ୍କ ବୟାନ ତଥା ପାଇଖାନା ନିର୍ମାଣ କରାନଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ରିପୋର୍ଟ ତଦନ୍ତକାରୀ କମିଟି ତତ୍କାଳିନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦେଲା ପରେ ଭୁବନେଶ୍ବର ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଚିତ୍ରକୋଣ୍ଡା ବ୍ଲକ୍ କନିଷ୍ଠ ଯନ୍ତ୍ରୀ-୨ ରାଜେନ୍ଦ୍ର ସିଂଙ୍କୁ ଇତିମଧ୍ଯରେ  ନିଳମ୍ବିତ କରାଯାଇଛି !ତେବେ ତତ୍କାଳିନ ଜିଲ୍ଲାପାଳ ରିପୋର୍ଟକୁ ଭିତ୍ତି କରି ମହାଦୁର୍ନୀତିରେ ସଂଶ୍ଲୀଷ୍ଠ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସଲେଙ୍କ ବିରୁଦ୍ଧରେ ପାଇଖାନା ଘୋଟଲା ସଂପର୍କରେ ଅଭିଯୋଗ ହୋଇଥିଲେ  ମଧ୍ଯ ତାଙ୍କୁ  ଅଦ୍ଯାବଧି କାହିଁକି
କାର୍ଯ୍ଯରୁ ନିଳମ୍ବିତ କରାନଯାଇ ନାହିଁ କିମ୍ବା ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଦ୍ରେକ ହୋଇଛି !
Leave A Reply