Odisha news

ମାଲକାନଗିରି ଜିଲ୍ଲା ପ୍ରଶାସନର ହୋମ ଡେଲିଭରୀ ଏକ ପ୍ରହସନ

0
ମାଲକାନଗିରି !ତା:୨୦.୭.୨୦୨୦(ରିପୋର୍ଟ:ବରିଷ୍ଠ ସାସ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି): ମାଲକାନଗିରି ପୌରାଞ୍ଚଳରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କ୍ରମାଗତ ଭାବରେ କେତେବେଳେ ସଟ୍ ଡଉନ୍  ଆଉ କେତେବେଳେ ଲକ୍ ଡାଉନ୍ କରାଯାଉଥିବା ବେଳେ ଗତ ଶନିବାର ଦିନ ଠାରୁ କଟକଣା ଜାରି ବଳବତ୍ତର ରହିଛି ! ଗତ ଶନିବାର ଠାରୁ ମାଲକାନଗିରି ଜିଲ୍ଲାପାଳ ୧୯ ଗୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଲୋକମାନେ ନିଜେ ନିଜ ଘରେ ସୁରକ୍ଷିତ ରହିବା ଏବଂ ବାହାରକୁ ଗଲେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଡାକବାଜି ଯନ୍ତ୍ର ମାଧ୍ଯମରେ ଘୋଷଣା କରିଥିଲେ !ତେବେ କଣ୍ଟେମେଣ୍ଟ ଜୋନରେ ଜିଲ୍ଲା ପ୍ରଶାସନ ଦ୍ବାରା ଜୋନ ୱାଇଜ ଫୋନ ମାଧ୍ଯମରେ ଅଡର୍ କଲେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ସ୍ବରୁପ ପନିପରିବା,ତେଜରାତି ସାମଗ୍ରୀ ଏବଂ ଔଷଧ ଘରକୁ ଘର ଯୋଗାଇ ଦେବା ପାଇଁ ଏକ ଲମ୍ବା ତାଲିକା ଫେସ ବୁକ ଏବଂ ହ୍ବଟସଅପରେ ପୋଷ୍ଟ କରାଯାଇଥିଲା ବେଳେ ଏହା କେବଳ ପ୍ରହସନ ମାତ୍ର !କୌଣସି ବ୍ଯକ୍ତି ବା ଏଜେଣ୍ଟକୁ ଫୋନ କଲେ ପନିପରିବା ହୋମ ଡେଲିଭରି କରିବାର ନଜିର ନାହିଁ !
ଏ ସଂପର୍କ ମଲକାନଗିରି ପୌର ପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ ଏବଂ ମାଲକାନଗିରି ତହସିଲଦାରଂକୁ ଅବଗତ କରାଯାଇଥିଲେ ମଧ୍ଯ କୌଣସି ସନ୍ତୋଷ ଜନକ ଉତ୍ତର ମିଳି ନଥିଲା !ଦେଖିବା ବୋଲି ଉତ୍ତର ମିଳିଥିବା ବେଳେ ସାମଗ୍ରୀ ମିଳିବାର ନାଁ ଗନ୍ଧ ନାହିଁ !କେବଳ ଜିଲ୍ଲାପାଳଂକ ଆଦେଶକୁ ନାମକୁ ମାତ୍ର ଇମ୍ଲିମେଣ୍ଟ କରାଯାଉଛି !କଣ୍ଟେନମେଣ୍ଟ ଜୋନରେ ପନିପରିବା ମିଳୁ ନଥିବା ବେଳେ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି !ଅନ୍ଯ ପକ୍ଷରେ କିଏ କୌଣସି ସାମଗ୍ରୀ କ୍ରୟ କରିବା ଲାଗି ବାହାରକୁ ବାହାରିଲେ ପୋଲିସ ମାରପିଟ କରିବା ଏବଂ ପାଇନ ଆଦାୟ କରୁଥିବା ବେଳେ କଣ୍ଟେନମେଣ୍ଟ ଜୋନରେ କୌଣସି ମୌଳିକ ସୁବିଧା ନାହିଁ !ଏଥି ପ୍ରତି ମାଲକାନଗିରି ଜିଲ୍ଲପାଳ ଗୁରୁତର ଭାବେ ଧ୍ଯାନ ଦେବାକୁ ସାଧାରଣରେ ଦ୍ରୁଢ ଦାବୀ ହୋଇଛି !ପ୍ରକାଶ ଥାଉକି ପ୍ରତ୍ଯେକ କଣ୍ଟେନମେଣ୍ଟ ଜୋନରେ ପନିପରିବା ବିକ୍ରେତାମାନଂକୁ ବିକ୍ରୟ ଲାଗି ଅନୁମତି ପ୍ରଦାନ କରାଗଲେ ସାମାଜିକ ଦୂରତ୍ବ ରକ୍ଷା କରି କିଣିବାରେ ସୁଗମ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି !ଅନ୍ଯ ପକ୍ଷରେ କଣ୍ଟେନମେଣ୍ଟ ଜୋନର କଟକଣା କେବେ ଉଠିବ କିଛି ନିର୍ଦ୍ଦିଷ୍ଟ ଠିକ ଠିକଣା ନାହିଁ !କ୍ରମାଗତ ପ୍ରଶାସନର ଲକ୍ ଡାଉନ୍ ,ସଟ୍ ଡାଉନ୍, କରୋନା ମହାମାରୀ ଠାରୁ ଭୋକ ଉପାସରେ ଦିନ କଟିବା ,ଲୋକଂକ ପାଖରେ ରୋଜଗାର ନଥିବା ସମସ୍ଯା ଦିନକୁ ଦିନ ବିରାଟ ସମସ୍ଯା ଭାବେ ମୁଣ୍ଡ ଟେକିଛି !
Leave A Reply