ବୋରିଗୁମ୍ମା (କେ.ସାକିଲି ଦୋରା)—–ବୋରିଗୁମ୍ମା ରେ ପ୍ରଥମ କରୋନା ଆକ୍ରାନ୍ତ ଙ୍କ ନାମରେ ଯୁବ ଆଇନଜୀବୀ ଏ.ସନ୍ତୋଷ କୁମାର ଦୋରା (ମୁନା) ଥାନାରେ ଏତଲା ଦେଇଛନ୍ତି। ଆଇନଜୀବୀ ଶ୍ରୀ ଦୋରା ତାଙ୍କ ଏତଲା ରେ ଦର୍ଶାଇଛନ୍ତି ଯେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ଜୁନ,୧୦ ତାରିଖରେ ବ୍ରହ୍ମପୁର ଯାଇଥିଲେ। ସେଠାରୁ ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ୨୦ ତାରିଖରେ ବୋରିଗୁମ୍ମା ଫେରିଥିଲେ। କିନ୍ତୁ ବ୍ରହ୍ମପୁର ଭଳି ହଟ ସ୍ପଟ ଅଞ୍ଚଳ ରୁ ଫେରିବା ପରେ ମଧ୍ୟ ସେ ହୋମ କ୍ୱାରେନଟାଇନ ରେ ରହି ନ ଥିଲେ। ମେଡ଼ିକାଲ କୁ ଯାଇ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ସହ ମିଳାମିଶା କରିବା ସହ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ମିଟିଙ୍ଗ କରିଥିବା ଅଭିଯୋଗ ହୋଇଛି।
ବ୍ରହ୍ମପୁର ଫେରନ୍ତା ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ ଟେଷ୍ଟ ପରେ ତାଙ୍କର କରୋନା ପୋଜିତିଭ ବୋଲି ଚିହ୍ନଟ ହୋଇଥିଲା। ଯାହାର ଫଳ ସ୍ୱରୂପ ବୋରିଗୁମ୍ମା ରେ ତାଙ୍କ ସଂସ୍ପର୍ଶରେ ଆସି ୧୫ ଜଣ ବ୍ୟକ୍ତି ବିଶେଷ କରୋନା ରେ ଆକ୍ରାନ୍ତ ହେଲେ। ପ୍ରଶାସନ ବୋରିଗୁମ୍ମା ସହର କୁ ୮ ଦିନ ସଟ ଡାଉନ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସହରବାସୀ ଆତଙ୍କ ରେ ଦିନ କାଟିବା ସହ ଜୀବିକା ହରାଇଲେ। ଜଣେ ବ୍ୟକ୍ତି ଙ୍କ ଘୋର ଅବହେଳା ଯୋଗୁଁ ଏହିଭଳି କରୋନା ବ୍ୟାପିଲା। ଯୁବ ଆଇନଜୀବୀ ଏନେଇ ଥାନାରେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ନାମରେ ଏତଲା ପ୍ରଦାନ କରିଛନ୍ତି। ଏଥିସହ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି। ବୋରିଗୁମ୍ମା ଥାନା ଆଇଆଇସି ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ରେ କହିଛନ୍ତି। ଦୁଇ ଜଣଙ୍କ ନାମରେ ଥାନା କେସ ନମ୍ବର ୯୪ / ୨୦୨୦ , ଦଫା ୨୬୯,୨୭୦ ଓ ୧୮୮ ରୁଜୁ କରାଯାଇଛି। ତଦନ୍ତ କାରୀ ଅଧିକାରୀ ଏସ ଆଇ ଶ୍ରୀକାନ୍ତ ସାହୁ ଘଟଣାର ତଦନ୍ତ କରୁଛନ୍ତି।ଆଇନଜୀବୀ ଶ୍ରୀ ଦୋରା ଙ୍କ ଏତଲା ପ୍ରଦାନ କୁ ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ, ଗୁପ୍ତ ପ୍ରସାଦ ଗନ୍ତାୟତ, ପ୍ରସାଦ ବିଡିକା, ସୁମିତ କୁମାର ପଟନାୟକ, ପାଇଲୁ ଜଗଦିଶ୍ୱର, ଗୌରୀ ବେହେରା ଓ ଗ୍ରାମବାସୀ ସମର୍ଥନ କରିଥିଲେ।
