ମାଲକାନଗିରି !ତା:୧୧.୭.୨୦୨୦ : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରି କାୟା ବିସ୍ଥାର କରିବାରେ ଲାଗିଛି !ବାହାର ଜିଲ୍ଲାର ଲୋକମାନଙ୍କ ପ୍ରବେଶ ଯୋଗୁଁ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ବୃଦ୍ଧି ହେଉଥିବା ଜଣା ପଡିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓଡିଶାର ୧୩ ଜିଲ୍ଲାର ଅଧିବାସୀଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବା ପାଇଁ ବାରଣ କରାଯାଇଛି !
ସେଗୁଡିକ ହେଲା ଗଂଜାମ,କଟକ,ଭଦ୍ରକ,ଖୋର୍ଦ୍ଧ(ଭୁବନେ ଶ୍ବର),ଯାଜପୁର,ନୟାଗଡ,ପୁରୀ,ଢେଙ୍କା ନାଳ,ସୁନ୍ଦରଗଡ,କେନ୍ଦ୍ରାପଡା,ଗଜପତି ,ବାଲେଶ୍ବର ଏବଂ ଜଗତ ସିଂହପୁର !ଯଦି କୌଣସି ବ୍ଯକ୍ତି ଏହି ଜିଲ୍ଲାଗୁଡିକରୁ ମାଲକାନଗିରି ଜିଲ୍ଲାକୁ ଆସନ୍ତି ତେବେ ୧୪ ଦିନ ସଂଗରୋଧରେ ରହିବାକୁ ବାଧ୍ଯ ହେବେ !