Odisha news

ଅଟୋ ସହ ୭୫ କେଜି ଗଞ୍ଜେଇ ଜବତ , ଜଣେ ଗିରଫ

0

ଆର,ଉଦୟଗିରି : ଗଜପତି ଜିଲ୍ଲା ଆର,ଉଦୟଗିରି ଅଚଳରୁ ବେଆଇନ ଗଞ୍ଜେଇ ଚାଲଣର ଅନ୍ତ ହେଉନଥିବା ଦେଖିବାକୁ ମିଳିଛି । ପୁଲିସ ଗିରଫ କରୁଥିଲେ ମଧ୍ୟ ଦିନକୁ ଦିନ ଅଧିକ ମାତ୍ରରେ ଚାଲାଣ ହେଉଥିବା ପ୍ରକିଶ । ଶୁକ୍ରବାର ଆର,ଉଦୟଗିରି ପୁଲିସ ୭୫ କେଜି ଗଞ୍ଜେଇ ସହ ଏକ ଅଟୋ ଜବତ କରିଥିଲେ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆର,ଉଦୟଗିରି ଥାନା ମକାପଦା ଛକ ଛେଳାଗଡ ରାସ୍ତାରୁ ୧୦୦ ମିଟର  ଦୂର ଏକ ମନ୍ଦିର ନିକଟରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଛେଳାଗଡ ଗ୍ରାମ ପଟରୁ ଏକ ଅଟୋ ଆସୁଥିବା ଦେଖି ସନ୍ଦେହକରି ତନଖି କରିଥିଲେ ।

ଅଟୋ ଭିତରେ ଏକ ୨ଟି ଜରି ଅଖାରେ ୭୫ କେଜି ଗଞ୍ଜେଇ ଥିବା ଦେଖାଯାଇଥିଲା । ଏହାପରେ ସ୍ଥାନୀୟ ପୁଲିସ ଅଟୋ ସହ ଗଞ୍ଜେଇ ଜବତ କରିଛି । ଏଥିରେ ଅଟୋ ଚାଳକକୁ ଗଡାପଦର ଗ୍ରାମର ଅଟୋ ଡ୍ରାଇଭର  ଧନୁଞ୍ଜୟ ରଇତକୁ ଗିରଫ କରାଯାଇଛି । ଏ ନେଇ ଆର,ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇକୁ ବ୍ରହ୍ମପୁର ବିକ୍ରି କରିବାକୁ ଧରିଯାଉଥିଲେ ବୋଲି ସ୍ଥାନୀୟ ପୁଲିସ ଆଇଆଇସି ମମତା ନାୟକ  କହିଛନ୍ତି । ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ପୁଲିସ କଡା ନଜର ରଖିଥିବା ଜଣାପଡିଛି । ଏହି ଚଢାଉରେ ସଆଇ ବିଶ୍ବଜିତ ଜେନା ସହ କର୍ମଚାରୀମାନେ ଯୋଗଦେଇଥିଲେ । ସଆଇ ଶ୍ରୀ ଜେନା ଏହାର ଅଧିକ ତଦନ୍ତ କରୁଥିବା କହିଛନ୍ତି ।
 

Leave A Reply