Odisha news

ମାଲକାନଗିରି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୀର ମାଡରେ ଜଣେ ମୃତ

0
ମାଲକାନଗିରି ୧୦.୭.୨୦୨୦ : ଓର୍କେଲ ଥାନା ଅନ୍ତର୍ଗତ ତାର୍ଲାକୋଟା ଆଦିବାସୀ ଗ୍ରାମରେ ଗତ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି !ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଜୈନିକ ବୃଦ୍ଧକୁ ତୀର ଚାଳନା କରି ଜୀବନରୁ ମାରି ଦେଇଥିବା ଜଣା ପଡିଛି !
ଘଟଣାରୁ ପ୍ରକାଶ ଯେ ଓର୍କଲ ଥାନା ଅନ୍ତର୍ଗତ ତାର୍ଲାକୋଟା ଗ୍ରାମରେ ଦିନ ୧୧ଟା ସମୟରେ ବଜା ମାଡକାମୀ(୪୦) ନାମକ ଜନୈକ ଯୁବକ
ଉତ୍ତେଜିତ ହୋଇ ସୁବାସ ଭୂୟାଁ ଘରକୁ ଯାଇ ପାଟିତୁଣ୍ଡ କରଥିଲା !ଘର ପାଖରେ ସୁବାସର ସ୍ତ୍ରୀକୁ ବାଡିରେ ଆକ୍ରମଣ କରିବା ଫଳରେ ଚିତ୍କାର ଶୁଣି ସୁବାସ(୬୦)ବାହାରକୁ ଆସିଥିଲା !ଉଭୟଂକ ମଧ୍ଯରେ
ପାଟିତୁଣ୍ଡ ହେବା ସହ ବାଜା ଧରିଥିବା ତୀରରେ ସୁବାସର ହାତକୁ ଭୁସିଥିଲା! ପରେ ଏକ ତୀର ଦ୍ବାରା ଧନୁରେ ତୀର ସଂଯୋଗ କରି ଅତି ନିକଟରୁ ସୁବାସକୁ ତୀର ମାଡ କରିଥିଲା !ଫଳରେ ତୀରଟି ସୁବାସର ବାମ ପାର୍ଶ୍ବ ଛାତିରେ ଗଳି ଅଟକି ଯାଇଥିଲା !ଗ୍ରାମ ଲୋକମାନେ ସେଠାରେ ରୁଣ୍ଡ ହୋଇ ସୁବାସକୁ ନିକସ୍ଥ କୋରୁକୋଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇଥିଲେ !ମାତ୍ର ସୁବାସଂକ ଅବସ୍ଥା ସଂକଟାପନ୍ନ ହେବାକୁ ମାଲକାନଗିରି ଜିଲ୍ଲା  ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ ! କିଛି ବାଟ ଅତିକ୍ରମ କଲା ପରେ ସୁବାସର ପ୍ରାଣ ବାୟୁ ଉଡିଯାଇଥିଲା !ଗତ କଲି
ସୁବାସର ଶବ ବ୍ଯବେଛଦ ପରେ ତାମକ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି !ଅନ୍ଯ ପକ୍ଷରେ ଓର୍କେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଜାକୁ ଗିରଫ କରି ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଥିବା ଜଣା ପଡିଛି !ପ୍ରକାଶ ଥାଉକି ତାର୍ଲାକୋଟାରେ
କୁକୁଡା ଗାଲି ପ୍ରତି ବର୍ଷ ଚାଲିଥାଏ !ତେବେ ଏହି କୁକୁଡା ଗାଲିରୁ ସୁବାସ ଏବଂ ବଜା ମଧ୍ଯରେ ଗଣ୍ଡ ଗେୀଳର ସୂତ୍ରପାତ ହୋଇ ଆସୁଥିବା
କୁହାଯାଇଛି !ମଝିରେ ମଝିରେ ଉଭୟଙ୍କ ମଧ୍ଯରେ ପାଟି ତୁଣ୍ଡ ହୋଇ ଆସୁଥିଲା !ତେବେ ବୁଧବାର ଦିନ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା !ସୁବାସକୁ ତୀର ମାଡରେ ହତ୍ଯା କରି ସବୁ ଦିନ ପାଇଁ ଜୀବନ ପଥର କଣ୍ଟାକୁ ମୂଳୋତ୍ପାଟନ କରିଥିଲା !
Leave A Reply