Odisha news

ମାଲକାନଗିରି ଜିଲ୍ଲାରେ ୩୦ ହଜାର ୨୦୬ ହେକ୍ଟର ଜମିରେ ଧାନ ରୁଆ ଓ ବୁଣା ଆରମ୍ଭ

0
ମାଲକାନଗିରି !ତା:୬.୭.୨୦୨୦ (ବରିଷ୍ଠ ସାମ୍ବାହିଦ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ବହୁ ଦିନର ବ୍ଯବଧାନ ପରେ ଗତ ସପ୍ତାହ ଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଧାନ ରୁଆ ଏବଂ ବୁଣା ଦ୍ରୁତ ଗତିରେ ଚାଲିଛି !ବର୍ଷାର ଅନିୟମିତତା ଯୋଗୁଁ ବର୍ଷା ପାଗକୁ ଦେଖି ଚାଷ ନକଲେ ଜମି ପଡିଆ ପଡିଆର ସମ୍ଭାବନ ଅଧିକ!ତେଣୁ କଥାରେ ଅଛି ଚାଷ ତରତର ବଣିଜ ମଠ !ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୩୦ ହଜାର ୨୦୬ ହେକ୍ଟର ଜମିରେ ଧାନ ରୁଆ ଓ ବୁଣା ସରଥିବା ଜଣା ପଡିଛି !
ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ୭୮ ହଜାର ୨୫ ହେକ୍ଟର ଜମିରେ ଧାନ ଚାଷ କରିବାର ଲକ୍ଷ୍ଯ ଧାର୍ଯ୍ଯ କରାଯାଇଥିବା ବେଳେ ଉଚ୍ଚ କିସମ ଜମିରେ ୨୬ ହଜାର ୨୨୩ ହେକ୍ଟର,ମଧ୍ଯମ କିସମ ଜମିରି ୨୯ ହଜାର୧୨ ହେକ୍ଟର,ନିମ୍ନ କିସମ ଜମିରେ ୨୨ ହଜାର ୭୯୦ ହେକ୍ଟର ଜମିରେ ଧାନ ଚାଷ କରାଯିବ !
ଏଥି ପାଇଁ ୪୬୨୯ ହେକ୍ଚର ଜମିରେ ଧାନ ତଳି ପକାଇବା ପାଇଁ ଲକ୍ଷ ଧର୍ଯ୍ଯ କରାଯାଇଥିଲା ବେଳେ ୨୬୧୩ ହେକ୍ଟର ଜମିରେ ଧାନ ତଳି ପକାଯାଇଛି !ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୮ ହଜାର ୩୦୦ କ୍ବିଣ୍ଟାଲ ଧାନ ବିହନ ବିକ୍ରୟ ଲାଗି ଲକ୍ଷ୍ଯ ଧାର୍ଯ୍ଯ ରଖା ଯାଇଥିବା ବେଳେ ବର୍ତ୍ତାମାନ ସୁଦ୍ଧା ୧୦ ହଜାର ୫୪୦ କ୍ବିଣ୍ଟାଲ ଧାନ ବିହନ ବିକ୍ରୟ କରାଯାଇଛି !୨୦ କିଗ୍ରା ଧାନ ମୁଣା ପାଇଁ ୩୯୦/-ଟଂକ ଓ ୪୫୦/-ଟଂକା ଧାର୍ଯ୍ଯ କରାଯାଇଛି !ରାଜ୍ଯ ଯୋଜନାରେ ମାଲକାନଗିରି ଜିଲ୍ଲାରେ ଧାଡି ରୁଆ ପାଇଁ ୯୫୦ ହେକ୍ଟର ଜମିରେ
କରାଯିବା ପାଇଁ ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି ! ହେକ୍ଟର ପ୍ରତି ୧୩୦୦/-ଟଂକା ଚାଷୀଂକୁ ସହାୟତା ରାଶି ଯୋଗାଇବାର ସରକାର ବ୍ଯବସ୍ଥା କରିଛନ୍ତି !ସବୁଜ ଖତ ପାଇଁ ୧୫୬ ହେକ୍ଟର ଜମିରେ ୩୦୦ ଜଣ  ଚାଷୀଂକୁ ମାଗଣାରେ ୨୫ କିଗ୍ରା ଲେଖାଏଁ ଧନିଚା ଯୋଗାଇ ଦିଆ ଯାଇଛି !
ଚଳିତ ଖରିଫ ଋତୁ ପାଇଁ ପ୍ରଦର୍ଶନ କ୍ଷେତ୍ର ଧାନ ଓ ମାଣ୍ଡିଆ ପାଇଁ ଯୋଜନା ସ୍ଥିର କରାଯାଇଛି !ମାଣ୍ଡିଆ ୪୦ ହେକ୍ଟର ଓ ଧାନ ୬୫୦ ହେକ୍ଟରରେ କରାଯିବ !ମାଣ୍ଡିଆ ୧୦ କିଗ୍ରା ଓ ଧାନ ୫୦କିଗ୍ରା ଚାଷୀଂକୁ ମାଗଣାରେ ପ୍ରଦାନ କରାଯିବା ସହ ହେକ୍ଟର ପିଛା ୧୨୫୦/-ଟଂକା ଲେଖାଏଁ ସହାୟତା ରାଶି ଚାଷୀମାନଂକୁ ଯୋଗାଇ ଦିଆ ଯିବ !ସେହି ପରି ଜୁନ ଶେଷ ସୁଦ୍ଧା ୪ ହଜାର ମେଚ୍ରିକ ଟନ ୟୁରିଆ ବିକ୍ରୟ ଲାଗି ମାଲକାନଗିରି ଜିଲ୍ଲାକୁ ଆସିଥିବା ଭାରପ୍ରାପ୍ତ ଉପକୃଷି ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି !
Har Ghar Tiranga

Leave A Reply