Odisha news

୭୧ତମ ବନମହୋତ୍ସବ ପାଳିତ : ଚଳିତ ମୌସୁମୀରେ ୧ ଲକ୍ଷ ୩୦ ହଜାର ହେକଫର ଅଞ୍ଚଳରେ ସମୁଦାୟ ୬ କୋଟି ୩୦ ଲକ୍ଷ ବୃକ୍ଷଚାରା ରୋପଣ କରାଯିବ ; ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖ

0

ଭୁବନେଶ୍ୱର, ୬ ଜୁଲାଇ, ୨୦୨୦ : ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକଫର ଅଞ୍ଚଳରେ ସମୁଦାୟ ୬ କୋଟି ୩୦ ଲକ୍ଷ ବୃକ୍ଷଚାରା ରୋପଣ କରାଯିବା ଏଥିମଧ୍ୟରୁ ବିଭିନ୍ନ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ବୃକ୍ଷଚାରା ରୋପଣ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ଆଜି ସ୍ଥାନୀୟ ଘାଟିକିଆସ୍ଥିତ ଜଙ୍ଗଲ ବିଜ୍ଞାନ ଉଦ୍ୟାନରେ ଆୟୋଜିତ ୭୧ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ବୃକ୍ଷରାଜି ତଥା ଜଙ୍ଗଲର ମହତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରି ବୃକ୍ଷରୋପଣ ପ୍ରତି ଆଗ୍ରହ, ଆବେଗ ଓ ଅନୁରାଗ ସୃଷ୍ଟି କରିବା ବନମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟରେ ପ୍ରତିବର୍ଷ ଜୁଲାଇ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବନମହୋତ୍ସବ ସପ୍ତାହ ପାଳନ କରାଯାଇ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥାଏ । କୋଭିଡ୍‍-୧୯ ଭୟାବହତା ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିନା ଉପସ୍ଥିତିରେ ଅତ୍ୟନ୍ତ ନିରାଡମ୍ବର ଭାବରେ ଚଳିତ ରାଜ୍ୟସ୍ତରୀୟ ୭୧ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି ।

ଭାରତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ରେ କରାଯାଇଥିବା ଆକଳନରୁ ଆମ ରାଜ୍ୟର ସମଗ୍ର ଭୌଗୋଳିକ ଆୟତନର ୩୬.୧୪ ପ୍ରତିଶତ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ବୋଲି ଜଣାପଡିଛି । ଆମର ପି୍ରୟ ମୁଖ୍ୟମନ୍ତ୍ରୀଙ୍କ ସୁଚିନ୍ତିତ ଦିଗ୍‍ଦର୍ଶନ ଯୋଗୁଁ ବିଭିନ୍ନ ବନୀକରଣ କାର୍ଯ୍ୟକ୍ରମମାନ ବିପୁଳ ସଫଳତା ପାଇଛି । କେବଳ ୨୦୧୫ରୁ ୨୦୧୯ ଆକଳନ ବର୍ଷ ମଧ୍ୟରେ ପ୍ରାୟ ୧୧୬୦ ବର୍ଗ କିଲୋମିଟର ଜଙ୍ଗଲ ଓ ୬୬୨ ବର୍ଗ କିଲୋମିଟର ବୃକ୍ଷ ଆଚ୍ଛାଦି ଅଞ୍ଚଳର ବୃଦ୍ଧି ଘଟିଛି । ଯୁଗ୍ମ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଆମ ରାଜ୍ୟ ସମଗ୍ର ଭାରତ ବର୍ଷରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ଏ ପର୍ଯ୍ୟନ୍ତ ଗଢ଼ିଉଠିଥିବା ୧୩ ହଜାର ୮୯୧ ବନ ସୁରକ୍ଷା ସମିତି ଓ ୫୫୧ଟି ପରିବେଶ ଉନ୍ନୟନ କମିଟି ଦ୍ୱାରା ପ୍ରାୟ ୧୨ ହଜାର ୬ ଶହ ବର୍ଗ କିଲୋମିଟର ଜଙ୍ଗଲର ସୁରକ୍ଷା ଓ ତା’ର ପରିଚାଳନା କରାଯାଉଛି । ଏଥିରେ ପ୍ରାୟ ୧୭ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଏହି ବନ ସୁରକ୍ଷା ସମିତିମାନଙ୍କ ଭୂମିକା ପ୍ରଶଂସନୀୟ ।

ଉତ୍କୃଷ୍ଟତମ କାର୍ଯ୍ୟ ସମ୍ପାଦନ କରିଥିବା ବନ ସୁରକ୍ଷା ସମିତିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ଏବଂ ସବ୍‍ଡିଭିଜନ ସ୍ତରରେ “ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରି ଆସୁଛନ୍ତି । ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ସୁନାଝରି ବନ ସୁରକ୍ଷା ସମିତି ବିଜୁ ପଟ୍ଟନାୟକ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ପାଇଛି । ରାଜ୍ୟରେ ପ୍ରବାହିତ ନଦୀମାନଙ୍କର ଚିରସ୍ରୋତା ଗୁଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ୨୦୧୮-୧୯ରୁ “ସବୁଜ ମହାନଦୀ ମିଶନ’ ଯୋଜନାରେ ମହାନଦୀ, ତେଲ, ଇବ୍‍, ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ ଓ ବଂଶଧାରା ନଦୀ ଏବଂ ଉପନଦୀମାନଙ୍କ ଅବବାହିକାରେ ଏକ ବିଶାଳ ସବୁଜିମାମୟ ପରିବେଶ ସୃଷ୍ଟି ନିମିତ୍ତ ପ୍ରତିବର୍ଷ ବନୀକରଣ କରାଯାଉଛି ।

ରାଜ୍ୟରେ ବିଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ବନୀକରଣ ଯୋଜନା ମାଧ୍ୟମରେ ପ୍ରାୟତଃ ବାର୍ଷିକ ୨.୩୫ ଲକ୍ଷ ହେକଫର ପରିମିତ ଉଜୁଡା ଜଙ୍ଗଲ ଜମିର ପୁନଃସୃଜନ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୬୮.୩୫୮ ହେକଫର ଜଙ୍ଗଲ ଜମିରେ ବନୀକରଣ କରାଯାଇଅଛି । ଏହା ସହିତ ୩ ହଜାର ୫୫୮ କିଲୋମିଟର ପଥପାଶ୍ୱର୍ ବନୀକରଣ କରାଯାଇଛି । ଏହି ବନୀକରଣ ପ୍ରକି୍ରୟାରେ ୩ କୋଟି ୩୯ ଲକ୍ଷ ବୃକ୍ଷଚାରା ଲଗାଯାଇଛି ଏବଂ ୨ କୋଟି ୧୨ ଲକ୍ଷ ବୃକ୍ଷଚାରା ବୃକ୍ଷପ୍ରେମୀ, ଜନସାଧାରଣ, ଅନୁଷ୍ଠାନ, ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୭୫ ହଜାର ଚାରା ବିତରଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ୭ ହଜାର ବନ ସୁରକ୍ଷା ସମିତିମାନଙ୍କୁ ପର୍ଯ୍ୟାୟକ୍ରମେ ସାମିଲ କରାଯାଇ ୩.୫୦ ଲକ୍ଷ ହେକଫର ପରିମିତ ଜଙ୍ଗଲର ବନୀକରଣ ଓ ପୁନଃସୃଜନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ସହିତ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ବିକଳ୍ପ ତଥା ନୂତନ ଜୀବନ ଜୀବିକା ନିର୍ବାହ ପନ୍ଥାର ସୁଯୋଗ ସୃଷ୍ଟି କରାଯାଉଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭ ହଜାର ହେକଫର ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯାଇଛି । ଏହାସହିତ ଏହି ପ୍ରକଳ୍ପ ମାଧ୍ୟମରେ ୭ ହଜାର ୫୩୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇଛି । ୭ଟି ବନଖଣ୍ଡ ଅଧିନସ୍ଥ ୪ ହଜାର ୪୦୦ ହେକଫର ଅଞ୍ଚଳକୁ ଔଷଧୀୟ ବୃକ୍ଷ ସଂରକ୍ଷଣ ପାଇଁ ରଖାଯାଇଛି । ସେଠାରେ ୪୧ ପ୍ରଜାତିର ଦୁର୍ଲ୍ଲଭ ଓ ସଂକଟାପନ୍ନ ଔଷଧୀୟ ବୃକ୍ଷର ବିକାଶ ନିମିତ୍ତି ପ୍ରଚେଷ୍ଟା ଜାରି ରହିଛି । ଏହାଛଡା ଔଷଧୀୟ ବୃକ୍ଷ ସମ୍ପର୍କରେ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପାତ୍ରପଡାଠାରେ ୩୧୧ ପ୍ରଜାତିର ଔଷଧୀୟ ବୃକ୍ଷର ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇଅଛି । ରାଜଧାନୀରେ ଏକ ଶାନ୍ତ ଓ ସନ୍ତୁଳିତ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଐତିହାସିକ ବିନ୍ଦୁସାଗର ନିକଟସ୍ଥ ଏକାମ୍ର ବନରେ ଔଷଧୀୟ ବୃକ୍ଷର ଉଦ୍ୟାନ ସୃଷ୍ଟି କରାଯାଇଛି ।

ରାଜ୍ୟ ସରକାରଙ୍କ ସୁଦୃଢ଼ ପଦକ୍ଷେପ ଯୋଗୁଁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ଉଜୁଡା ଜଙ୍ଗଲ ପୁନରୁଦ୍ଧାର ସହିତ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକାରେ ବିକାଶ ନିମନ୍ତେ ଜାପାନ ଆନ୍ତର୍ଜାତୀୟ ସଂସ୍ଥା (ଋଔଈଅ)ର ଆର୍ଥିକ ସହାୟତାରେ ଆରମ୍ଭ ପ୍ରକଳ୍ପ ମାଧ୍ୟମରେ ୫୭ ହଜାର ହେକଫର ପରିମିତ ଜଙ୍ଗଲ ଜମିରେ ବନ ସୁରକ୍ଷା ସମିତିମାନଙ୍କୁ ସାମିଲ କରାଯାଇ ବନୀକରଣ କାର୍ଯ୍ୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗତ ଆର୍ଥିକ ବର୍ଷରେ ୨୫ ହଜାର ୫୭୨ ହେକଫର ଜଙ୍ଗଲ ଜମିରେ ବନୀକରଣ ଓ ପୁନର୍ଜନନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି । ରାଜ୍ୟ କ୍ଷତିପୂରକ ବନୀକରଣ ପା=ି (ଈଅMPଅ) ଅନ୍ତର୍ଭୁକ୍ତ କାର୍ଯ୍ୟକାରୀ ଯୋଜନାରେ ୨୦୧୯-୨୦ରେ ୮ ଲକ୍ଷ ୧୬ ହଜାର ହେକଫର ଉଜୁଡା ବାଉଁଶ ଜଙ୍ଗଲ ଓ ୩ ଲକ୍ଷ ୨୩ ହଜାର ହେକଫର ପ୍ରାକୃତିକ ଜଙ୍ଗଲର ପୁନସୃଜନ କରାଯାଇଛି । ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ୱର୍ ନର୍ସରୀ ମାଲିକଙ୍କ ମୋବାଇଲ ନମ୍ବର ଜଙ୍ଗଲ ବିଭାଗର େଓ୍ୱବ୍‍ସାଇଟରେ ଉପଲବ୍ଧ କରାଯାଇଛି ।

ଚଳିତ ବର୍ଷର ବନମହୋତ୍ସବ ପାଳନ ଅବସରରେ ଜନସାଧାରଣ ବ୍ୟାପକ ଚାରାରୋପଣ କରିବା ସହିତ ତାକୁ ସୁରକ୍ଷା ଦେଇ ରାଜ୍ୟରେ ଅଧିକରୁ ଅଧିକ ଜଙ୍ଗଲ ସ୍‍ୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଜଙ୍ଗଲ ବିଭାଗ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ମିସନ୍‍, ଶକ୍ତି, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସଂପଦ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମଧ୍ୟ ଚାରା ବିତରଣ ଓ ସେମାନଙ୍କ ନିଜ ନିଜ ବିଭାଗର ସରକାରୀ ଜାଗାରେ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସବୁଜିମା ବୃଦ୍ଧିରେ ଅବଦାନ ରଖିବା ପ୍ରଶଂସନୀୟା

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକଫର ମୋନା ଶର୍ମା କହିଲେ ଯେ, କୋଭିଡ୍‍-୧୯ ନିର୍ଦ୍ଦେଶାବଳି ଅନୁସରଣ କରାଯାଇ ବନ ମହୋତ୍ସବ ପାଳିତ ହେଉଛିା ନିର୍ବାଚିତ ଜନପ୍ରତିନିଧି, ସରକାରୀ ପଦାଧିକାରୀ, ପଞ୍ଚାୟତ ସମିତି ସଭ୍ୟ, ନ୍ୟାୟପାଳିକା, ବନ ସୁରକ୍ଷା ସମିତି ସଭ୍ୟ, ବେସରକାରୀ ସଂଗଠନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତିା ବନ ମହୋତ୍ସବ ପାଳନ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛିା ଏଥି ସହ ସାନିଟାଇଜର୍‍ ଓ ହ୍ୟାଣ୍ଡଓ୍ୱାସ୍‍ର ବ୍ୟବହାର, ସାମାଜିକ ଦୂତା ରକ୍ଷା କରାଯାଉଛିା ପ୍ରତି କାର୍ଯ୍ୟକ୍ରମରେ ଅତି ବେଶିରେ ୫୦ ଜଣ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିପାରିବୋ ବୃକ୍ଷଚାରା ବଣ୍ଟନ ସଂପର୍କରେ ଯେକୌଣସି ସୂଚନା ପ୍ରଦାନ ଲାଗି ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୧୮୦୦୩୪୫୭୧୫୮) ଖୋଲାଯାଇଛିା

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‍) ସନ୍ଦୀପ ତି୍ରପାଠୀ କହିଲେ ଯେ, ଚଳିତ ବର୍ଷ ୧୩ କୋଟି ବୃକ୍ଷ ଚାରା ଉତ୍ପନ୍ନ କରାଯାଇଛିା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉତ୍ପନ୍ନ ହୋଇଥିବା ଚାରା ମଧ୍ୟରୁ ଏହା ସର୍ବଧିକ ଅଟୋ ଏହି ଚାରା ବିତରଣ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ବି ସାମିଲ କରାଯିବାର ବ୍ୟବସ୍ଥା ହୋଇଛିା ସହରାଞ୍ଚଳର ଲୋକେ ସିଧାସଳଖ ଭାବେ ଚାରା ଉତ୍ପାଦନ କେନ୍ଦ୍ରରୁ ଓ ଚାରା ବିତରଣ ଷ୍ଟଲ୍‍ରୁ ଆବଶ୍ୟକ ବୃକ୍ଷ ଚାରା ପାଇପାରିବୋ ଗ୍ରାମଗୁଡ଼ିକ ଓ ପଞ୍ଚାୟତରେ ଗ୍ରାମବାସୀମାନେ ଭ୍ରାମ୍ୟମାଣ ଚାରା ବିତରଣ ଯାନରୁ ଚାରା ପାଇପାରିବୋ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ଜନସାଧାରଣଙ୍କୁ ଏହି ତଥ୍ୟ ଦିଆଯିବା ଚାରା ପାଇବା ପାଇଁ ପ୍ରତ୍ୟେକ ବନଖଣ୍ଡ ଅନ୍ତର୍ଭୁକ୍ତ ଜିଲ୍ଲାରେ ଚାରା ବିତରଣ ଷ୍ଟଲ୍‍ ଓ ଭ୍ରାମ୍ୟମାଣ ଚାରା ବିତରଣ ଗାଡ଼ି ଜୁଲାଇ ପହିଲାଠାରୁ ୭ ତାରିଖ ପର୍ଯ୍ୟନ୍ତ ବୁଲିିବା

ଭ୍ରାମ୍ୟମାଣ ବୃକ୍ଷଚାରା ବିତରଣ ଯାନରୁ ଓ ଛୋଟ ଚାରା ବିତରଣ କେନ୍ଦ୍ରରୁ ସହରାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସର୍ବାଧିକ ୫ଟି ବୃକ୍ଷଚାରା ଓ ଗ୍ରାମାଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧୦ଟି ଚାରା ଦିଆଯାଇ ପାରିବା ଅନୁଷ୍ଠାନ କ୍ଷେତ୍ରରେ ସର୍ବାଧିକ ୧୦୦ଟି ବୃକ୍ଷଚାରା ଦିଆଯିବା ଜନସାଧାରଣଙ୍କ ପାଇଁ ପ୍ରତି ବୃକ୍ଷଚାରାର ମୂଲ୍ୟ ୧ ଟଙ୍କା ଧାର୍ଯ୍ୟ ହୋଇଛିା ସରକାରୀ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାଙ୍କୁ ବିନାମୂଲ୍ୟରେ ବୃକ୍ଷଚାରା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ତି୍ରପାଠୀ ସୂଚନା ଦେଇଥିଲୋ
ଜଙ୍ଗଲ ବିଜ୍ଞାନ ଉଦ୍ୟାନ ପରିସରରେ ରାଜ୍ୟର ଦୁର୍ଲଭ, ବିଲୁପ୍ତପ୍ରାୟ ଏବଂ ସଂକଟପୂର୍ଣ୍ଣ ଉଦ୍ଭୁିଦର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ, ମନ୍ତ୍ରୀ ଶ୍ରୀ ପଣ୍ଡା, ଡକଫର ମୋନା ଶର୍ମା ଓ ସନ୍ଦୀପ ତି୍ରପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Nalco

Leave A Reply