ମାଲକାନଗିରି !ତା:୧୫.୮.୨୦୨୦ : ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ କରୋନା ରୋଗୀଂକ ସଂଖ୍ୟା ୧୧୫୬ କୁ ବୃଦ୍ଧି ପାଇଥିବା ବେଳେ ଆଜି ଜିଲ୍ଲାରେ ୭୩ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି |ଆଜି ସୁଦ୍ଧା ୭୬୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮୭ ଜଣ କରୋନ ରୋଗୀ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି |
ଆଜି ୭୩ ଜଣ କରୋନା ରୋଗୀଂକ ମଧ୍ୟରେ ମାଲକାନଗିରି ପୌରାଞ୍ଚଳରେ ୧୮ ଜଣ, ବାଲିମେଳା ଏନଏସିରେ ଜଣେ,କାଲିମେଳା ବ୍ଲକରେ ୯ ଜଣ,କୋରୁକୋଣ୍ଡା ବ୍ଲକରେ ୨୦ ଜଣ,କାଲିମେଳା ବ୍ଲକରେ ୯ ଜଣ,ଖଇରପୁଟ ବ୍ଲକରେ ୮ ଜଣ,ମାଥିଲି ବ୍ଲକରେ ଜଣେ,ମାଲକାନଗିରି ବ୍ଲକରେ ୧୧ ଜଣ,ପଡିଆ ବ୍ଲକରେ ୪ ଜଣ,ଏବଂ ଚିତ୍ରକୋଣ୍ଡା ବ୍ଲକରେ ଜଣେ କରୋନା ରୋଗୀ ସଂକ୍ରମିତ ହେବା ଚିହ୍ନଟ କରାଯାଇଛି |୨୭ ଜଣଂକ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା l
ବେଳେ ୪୬ ଜଣଂକ ଠାରେ କୌଣସି ଲକ୍ଷଣ ପ୍ରକାଶ ପାୋଇନଥିଲା |୭୩ ଜଣଂକ ମଧ୍ୟରୁ ୨୭ ଜଣ କରୋନା ରୋଗୀଂକ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ୬ ଜଣ ବ୍ୟକ୍ତି ଜ୍ବର କାଶରେ ପୀଡିତ ଥିଲେ |୩୮ ଜଣ ରୋଗୀଂକୁ ଘର ଘର ବୁଲି ସର୍ଭେ କରାଯାଇଥିଲା | ଦୁଇ ଜଣ ହଟସ୍ପଟ ଜିଲ୍ଲାରୁ ଆକ୍ରାନ୍ତ ହୋଇ ଫେରିଥିଲେ |ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଲଗାଣ ବୃଷ୍ଟି ପାତ ଏବଂ କୋହଲା ପାଗ ଯୋଗୁଁ ଲୋକମାନେ ଅଧିକାଂଶ ଭୂତାଣୁ ସଂକ୍ରମିତ ହୋଇ ଜ୍ବର ଏବଂ କାଶରେ ପୀଡିତ ହେବାର ସମ୍ଭାବନା ରହିଛି!