Odisha news

ବିବାହ କାହିଁକି କରନ୍ତି ? ପ୍ରଶ୍ନ ପଚାରିଥିବା ନୋବେଲ ପୁରସ୍କାର ବିଜୟିନୀ ୪ମାସ ପରେ କଲେ ବିବାହ 

ନୂଆଦିଲ୍ଲୀ : ବିବାହ କାହିଁକି କରନ୍ତି ? ଏହି ପ୍ରଶ୍ନ ପଚାରିଥିବା ପାକିସ୍ତାନ ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫ ଜାଇ ଏବେଠୁ ୪ମାସ ପୂର୍ବରୁ ଏହି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଠିକ୍ ୪ ମାସ ପରେ ସେ କଲେ ବିବାହ । ମଲାଲା କହିଥିଲେ ଯେ ଆଜି ପର୍ଯ୍ୟନ୍ତ ମୁଁ ବୁଝି ପାରୁ ନାହିଁ କଣ ପାଇଁ ବିବାହ କରନ୍ତି । ମଲାଲା ନିଜର ଟୁଇଟର ଆକାଉଣ୍ଟ ରେ ଜଣାଇ ଥିଲେ ଯେ ସେ ଇଂଲଣ୍ଡ ର ଗୋଟିଏ ଛୋଟ ସମାରୋହ ରେ ନଭେମ୍ବର ୯ ତାରିଖ ଦିନ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ତା ସହିତ ସେ ଏହି ଦିନଟିକୁ ନିଜ ଜୀବନର ସବୁଠୁ ସ୍ମରଣୀୟ ଦିନ କହିଛନ୍ତି । ମଲାଲା ନିଜ ସ୍ବାମୀ ଅସର୍ ମଲ୍ଲିକ ଙ୍କ ସହିତ କିଛିଟା ଫଟୋ ମଧ୍ୟ ସେୟାର କରିଛନ୍ତି ।
ମଲାଲା ନିଜର ଟୁଇଟର ଆକାଉଣ୍ଟ ରେ ଲେଖିଛନ୍ତି ଆମେ ବର୍ମୀଂହମ୍ ରେ ନିଜ ପରିବାର ସଦସ୍ୟ ଙ୍କ ସହିତ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛୁ । ଆପଣମାନେ ଆମର ଶୁଭକାମନା କରନ୍ତୁ । ମଲାଲା ଙ୍କୁ ତାଙ୍କର ବିବାହ କୁ ଦୁନିଆର ଖୁବ୍ ବଡ଼ ବଡ଼ ରାଜନେତା, ବ୍ୟବସାୟୀ, ଓ ଜଣାଶୁଣା ଲୋକ ଅଭିବାଦନ ଦେଇଛନ୍ତି ।
ଏଥିରେ ସାମିଲ ଅଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଯାଷ୍ଟିନ ଟୁଡୋ, ବ୍ରିଟିଶ ସ୍କ୍ରିନ ରାଇଟର, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ପତ୍ନୀ ଜେମୀମା, ଆପେଲ ସିଇଓ ଟମ୍ କ୍ରୂଜ, ଆପେଲ୍ ଭାଇସ୍ ପ୍ରେସିଡେଣ୍ଟ ସାମିଲ ଅଛନ୍ତି ।
ମଲାଲା ପିଲାମାନଙ୍କର ଶିକ୍ଷା ପାଇଁ ନିଜର ପାରଦର୍ଶିତା ଦେଖାଇ ଥିଲେ । ୨୦୧୨ ରେ ତାଲିବନି ମାନେ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ । ମହିଳାଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ସେ ଏହି ଗୁଳିର ଶିକାର ହୋଇଥିଲେ । ଏହାପରେ ମଲାଲା ପାକିସ୍ତାନ ଛାଡ଼ି ୟୁକେ ଯାଇଥିଲେ ।

Comments are closed.