ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ସବୁବେଳେ ଚର୍ଚାରେ ରହି ଥାଆନ୍ତି l ସେ ବିଶେଷ ଭାବରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚାରେ ରୁହନ୍ତି l କେତେବେଳେ ଅଭିନେତା ଅର୍ଜୁନ କପୁର ଙ୍କୁ ନେଇତ କେତେବେଳେ ପୂର୍ବତନ ସ୍ୱାମୀ ଅରବାଜ ଖାନ ଙ୍କୁ ନେଇ l ମଲାଇକା ଙ୍କର ତାଙ୍କ ପୁଅ ସହିତ ମଧ୍ୟ ସେହିଭଳି କିଛି ବିଶେଷ ସମ୍ପର୍କ ରହିଛି l ଯାହାକୁ ନେଇ ସେ ଅଧିକାଂଶ ସମୟ ଚର୍ଚା କରି ଥାଆନ୍ତି l
ମଲାଇକା ଓ ତାଙ୍କ ପୁଅଙ୍କ ସମ୍ପର୍କ କିଛି ଖାସ ଅଟେ l ସେ ଅନେକ ଗୁଡିଏ ଡ୍ୟାନ୍ସ ରିଆଲିଟି ଶୋ ର ଜଜ ହୋଇ ସାରିଛନ୍ତି l ସେ ଏହିଭଳି ଗୋଟିଏ ଶୋ ରେ କହିଥିଲେ ଯେ ତାଙ୍କ ପୁଅ ତାଙ୍କୁ ମା ସମ୍ବୋଧନ କରନ୍ତି ନାହିଁ l ମଲାଇକା ନିକଟରେ ଇଣ୍ଡିଆଯ ବେଷ୍ଟ ଡ୍ୟାନ୍ସର କୁ ଜଜ କରୁଥିଲେ l ଏହି ଶୋରେ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ ଯେ ତାଙ୍କ ପୁଅ ତାଙ୍କୁ ମା ନଡାକି କିଛି ଅଲଗା ନାମରେ ଡାକି ଥାଏ l
ଅରହନ ତାଙ୍କୁ ବ୍ରୋ କହି ଡାକନ୍ତି l ବ୍ରଦର ର ସର୍ଟ ଫର୍ମ ହେଉଛି ବ୍ରୋ l ମଲାଇକା ନିଜର ପୁଅର ଏହି ଡାକକୁ ନେଇ ବେଶ ଖୁସି ଜାହିର କରିଛନ୍ତି ଓ କହିଛନ୍ତି ଯେ ମୋ ମାଙ୍କ ର ମଧ୍ୟ ମୁଁ ପ୍ରଥମ ସନ୍ତାନ ବୋଲି ସେ ମୋତେ ବେଟା କହି ଡାକୁ ଥିଲେ l ତେଣୁ ମୁଁ ନିଜକୁ ଭାଗ୍ୟବାନ ମନେକରେ ଯେ ମୋ ପୁଅ ମୋତେ ଏତେ ଗୁରୁତ୍ୱ ଦେଇ ବ୍ରୋ ବୋଲି ଡାକିଥାଏ lମଲାଇକା ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଓ ନିଜର ଗ୍ଲାମର୍ସ ଫଟୋ ସେୟାର କରନ୍ତି l