ଆମ ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଖୁବ ମହତ୍ୱ ରହିଛି l ଏହିଦିନ ଟି ପୌଷମାସ ରେ ପଡିଥାଏ l ଏହିଦିନ ଭଗବାନ ସୂର୍ଯ୍ୟଦେବ ଙ୍କୁ ଆରାଧନା କରିବାର ଉତ୍ତମ ଦିନ ଅଟେ l ଏହିଦିନ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରନ୍ତି , ଯାହା ଶନି ଦେବଙ୍କ ଘର ଅଟେ l ସୂର୍ଯ୍ୟଦେବ ପ୍ରତିବର୍ଷ ଏହିଦିନ ତାଙ୍କ ପୁତ୍ର ଶନି ଦେବଙ୍କ ସହିତ ସାକ୍ଷାତ କରିବା ପାଇଁ ମକର ରାଶିରେ ପ୍ରବେଶ କରି ଥାଆନ୍ତି l ଯେବେ ପ୍ରଥମଥର ଶନି ଦେବ ତାଙ୍କ ପୁଅକୁ ସାକ୍ଷାତ କରିବାକୁ ଘରେ ପହଂଚି ଥିଲେ ସେହିଦିନ ଶନି ଦେବ ସୂର୍ଯ୍ୟଦେବଙ୍କୁ ରାଶି ଓ ଗୁଡରେ ଆଦର ସତ୍କାର କରିଥିଲେ l ଏଥିରେ ଖୁସି ହୋଇ ସୂର୍ଯ୍ୟ ଦେବ କହିଥିଲେ ଯେ ସେ ପ୍ରତି ବର୍ଷ ମକରସଂକ୍ରାନ୍ତି ରେ ଯେବେବି ମକର ରାଶିରେ ପ୍ରବେଶ କରିବେ ଧନଧାନ୍ୟ ରେ ପୁରୀ ଉଠିବ l ସୂର୍ଯ୍ୟ ଓ ଶନି ଦେବଙ୍କ ଏହିକଥା ପୁରାଣରେ ବର୍ଣିତ ହୋଇଛି l
ଏହିଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି –
* ରାଶିରେ କରନ୍ତୁ ସୂର୍ଯ୍ୟ ଦେବଙ୍କୁ ପୂଜା – ମକର ସଂକ୍ରାନ୍ତି ଦିନ ଗାଧୋଇ ସାରି ଜଳ ରେ ରାଶି ମିଶାଇ ସୂର୍ଯ୍ୟଦେବ ଙ୍କୁ ଅର୍ପଣ କରନ୍ତୁ l ଏହିଦିନ ତମ୍ବା ଗଡୁରେ ଗଙ୍ଗାଜଳ ଭାରି ସେଥିରେ ସିନ୍ଦୁର ସହ କଳା ରାଶି, ଅରୁଆ ଚାଉଳ ଓ ନାଲି ମନ୍ଦାର ମିଶାଇ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ଏହିଦିନ କଳା ରାଶି ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଥାଆନ୍ତି l
* ଓସ୍ତ ବୃକ୍ଷର ପୂଜା – ମକର ସଂକ୍ରାନ୍ତି ଦିନ ଓସ୍ତ ବୃକ୍ଷର ପୂଜା କରନ୍ତୁ l ଏହିଦିନ ସକାଳୁ ଓସ୍ତ ବୃକ୍ଷମୁଳରେ ହଳଦୀ ପାଣିରେ ସ୍ନାନ କରାଇ ସ୍ୱତ୍ୱ ବସ୍ତ୍ର ପିନ୍ଧାନ୍ତୁ l ନିଜ ପିତୃ ପୁରୁଷଙ୍କୁ ସ୍ମରଣ କରି ଏହିଦିନ ଚାଉଳ ଦାନ କରନ୍ତୁ l ଏପରି କରିବା ଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଆଶିଷ ପ୍ରଦାନ କରନ୍ତି l
* ସୂର୍ଯ୍ୟ ଓ ଶନିଙ୍କ ପୂଜା – କୁହାଯାଏ ଯେ ମକର ସଂକ୍ରାନ୍ତି ଦିନ ଶନି ଦୋଷ ସମାପ୍ତ ହୋଇ ଯାଇଥାଏ l କାରଣ ସୂର୍ଯ୍ୟଦେବ ତାଙ୍କ ରାଶିରେ ପ୍ରବେଶ କରି ଥାଆନ୍ତି l ସୂର୍ଯ୍ୟଙ୍କ ଚମକ ନିକଟରେ ଶନି ଫିକା ପଡି ଯାଇଥାଆନ୍ତି l ପିତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନି ଦେବ କଳା ରାଶିର ଅର୍ପଣ କରିଥିଲେ l ଏହାପରେ ତାଙ୍କ ଗୃହ ଧନଧାନ୍ୟ ରେ ପୁରୀ ଉଠିଥିଲା l ସେଥିପାଇଁ ମକର ସଂକ୍ରାନ୍ତିରେ ରାଶି ଓ ଗୁଡ଼ ଅର୍ପଣ କରାଯାଇ ଥାଏ l ଏହିଦିନ ସୂର୍ଯ୍ୟଙ୍କ ପୂଜା କରିବା ଦ୍ୱାରା ଜୀବନରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l