ଇଂରାଜୀ ନୂତନ ବର୍ଷ ଆରମ୍ଭ ହୋଇଯାଇଛି, ଏବଂ ଏହି ମାସରେ ବିଶେଷ ଭାବରେ କିଛିଟା ପର୍ବ ପାଳନ ହୋଇଥାଏ ସେଥିମଧ୍ୟରୁ ଗୋଟିଏ ହେଉଛି ମକର ସଂକ୍ରାନ୍ତି, ମକର ସଂକ୍ରାନ୍ତି ର ହିନ୍ଦୁ ଧର୍ମ ରେ ବିଶେଷ ମହତ୍ୱ ରହିଛି, ଯେଉଁଦିନ ସୂର୍ଯ୍ୟଦେବ ମକର ରାଶିକୁ ଗୋଚର କରନ୍ତି ସେହିଦିନ ମକର ସଂକ୍ରାନ୍ତି ପାଳିତ ହୋଇଥାଏ, ମକର ସଂକ୍ରାନ୍ତି ଭାରତର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଭାବରେ ଓ ନାମରେ ପାଳନ କରାଯାଇଥାଏ l
ମକର ସଂକ୍ରାନ୍ତି କେବେ ?
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟ ଜାନୁଆରୀ ୧୪ ତାରିଖ ଦିନ ସକାଳ ୮ଟା ୫୫ ମିନିଟ ରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ ଏପରି ସ୍ଥିତିରେ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ ତାରିଖ ୨୦୨୫ ମଙ୍ଗଳବାର ଦିନ ପାଳିତ ହେବ l
ମକର ସଂକ୍ରାନ୍ତି ରେ ଦାନ ପୁଣ୍ୟ ର ମୁହୂର୍ତ୍ତ ?
– ଜାନୁଆରୀ ୧୪ ତାରିଖ ୨୦୨୫ ମଙ୍ଗଳବାର ଦିନ ଦାନ ପୁଣ୍ୟ ପାଇଁ ସକାଳ ୭ଟା ୧୫ ମିନିଟ ରୁ ନେଇ ୧ ଟା ବାଜି ୨୫ ମିନିଟ ସମୟ ରେ ଦାନ ପୁଣ୍ୟ ପାଇଁ ସବୁଠୁ ଉତ୍ତମ ମୁହୂର୍ତ୍ତ ଅଟେ l
– ବ୍ରହ୍ମ ମୁହୂର୍ତ୍ତ ୫ଟା ୨୭ ମିନିଟ ରୁ ୬ଟା ୨୧ ମିନିଟ ପର୍ଯ୍ୟନ୍ତ ସ୍ନାନ, ଦାନ ପୁଣ୍ୟ ପାଇଁ ବିଶେଷ ମହତ୍ୱ ରହିଛି , ଅମୃତ ବେଳା ସକାଳ ୭ଟା ୫୫ ମିନିଟ ରୁ ୯ ଟା ୨୯ ମିନିଟ ପର୍ଯ୍ୟନ୍ତ ଆପଣ ଦାନ ପୁଣ୍ୟ କରିପାରିବେ l
ମକର ସଂକ୍ରାନ୍ତି ର ମହତ୍ୱ –
ମହାଭାରତ ସମୟରୁ ଭୀଷ୍ମ ପିତାମହ ଯେତେବେଳେ ଶରଶଯ୍ୟା ଶୋଇଥିଲେ ସେତେବେଳେ ସେ ମକରସଂକ୍ରାନ୍ତି ପାଇଁ ନିଜ ପ୍ରାଣ କୁ ବଞ୍ଚାଇ ରଖିଥିଲେ, ସେ ନିଜ ଦେହ ତ୍ୟାଗ କରିବା ପାଇଁ ଉତ୍ତରାୟଣ ମକର ସଂକ୍ରାନ୍ତି ଦିନ କୁ ବାଛିଥିଲେ l ବିଶେଷ ଭାବରେ ଗୀତା ରେ ଲେଖାଯାଇଛି ଯେ ଯେଉଁ ବ୍ୟକ୍ତି ଉତ୍ତରାୟଣ ର ୬ମାସ ରେ ଯେଉଁ ବ୍ୟକ୍ତି ଦେହ ତ୍ୟାଗ କରିଥାଏ ସେ ଜନ୍ମ ମରଣ ଚକ୍ରରୁ ମୁକ୍ତି ହୋଇଥାଏ ଏବଂ ମୋକ୍ଷ ପ୍ରାପ୍ତ କରିଥାଏ l
ଏହିଦିନ ସୂର୍ଯ୍ୟ ନିଜ ପୁତ୍ର ଶନିଦେବ ଙ୍କ ରାଶି ମକର ରେ ଏକମାସ ପାଇଁ ରହିଥାଆନ୍ତି l ବିଶେଷ ଭାବରେ ସୂର୍ଯ୍ୟ ଓ ଶନିଦେବ ଙ୍କ ମଧ୍ୟରେ ଶତ୍ରୁତା ରହିଥାଏ, କିନ୍ତୁ ମକରସଂକ୍ରାନ୍ତି ଦିନ ପିତା ପୁତ୍ର ଙ୍କ ମିଲ୍ନ ହୋଇଥାଏ l
ମକର ସଂକରାଣୀ ଦିନ ମା ଗଙ୍ଗା ସାଗର ଙ୍କ ସହିତ ମିଳନ ହୋଇଥିଲେ l ମା ଗଙ୍ଗା ଭାଗିରଥ ଙ୍କ ପଛେ ପଛେ ବୋହିଯାଇ କପିଳ ମୁନୀ ଙ୍କ ଆଶ୍ରମ ରେ ପହଂଚିଥିଲେ, ଏବଂ ଏହି ସ୍ଥାନରୁ ଯାଇ ସାଗର ସହିତ ମିଳନ ହୋଇଥିଲେ, ଏହିଦିନ ଭାଗିରଥ ମଧ୍ୟ ନିଜ ପୂର୍ବଜ ଙ୍କ ନାମରେ ଶ୍ରାଦ୍ଧ ତର୍ପଣ କରିଥିଲେ l
