ମାଲକାନଗିରି!ତା:୧୩/୯ : କିଛି ଦିନ ହେଲା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ଗତ କାଲି ଭୁବନେଶ୍ବର ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ଯର ଆରୋଗ୍ଯ କାମନା କରି ଆଜି ମାଲକାନଗିରି ବିଜେଡିର କର୍ମକର୍ତ୍ତାମାନେ ସ୍ଥାନୀୟ ଭୈରବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଛନ୍ତି !ସେମାନେ କିଛି ସମୟ ପର୍ଯ୍ଯନ୍ତ ଭୈରବଙ୍କ ନିକଟରେ ପ୍ରାର୍ଥନା କରାଯାଇଛି !
ପ୍ରକାଶ ଥାଉକି କିଛି ଦିନ ତଳେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କରୋନାରେ ସଂକ୍ରମିତ ହୋଇ ହୋମ କ୍ବାରେଣ୍ଚାଇନରେ ରହିଥିଲା ବେଳେ ପରବର୍ତ୍ତି ସମୟରେ ନବରଙ୍ଗପୁର କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଥିଲା !ମାତ୍ର ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ଖରାପ ହେବାରୁ ଉତ୍ତମ ଚିକିତ୍ସା ଲାଗି ଗତ କାଲି ଭୁବନେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି !
ଏହି ଖବର ପ୍ରସାରିତ ହେବା ପରେ ମାଲକାନଗିରି ଜିଲ୍ଲାର କିଛି ବିଜେଡି କର୍ମକର୍ତ୍ତା ସଂସଦ ଶ୍ରୀ ମାଝିଙ୍କ ଆରୋଗ୍ଯ କାମନା କରାଯାଇ ଆଜି ସକାଳେ ଭୈରବ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ !
ଏହି ପୂଜାର୍ଚ୍ଚନାରେ ବିଜେଡର ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକପ୍ରିତପାଲ ସିଂ,ପୂର୍ବତନ ରାଜ୍ଯ କାର୍ଯ୍ଯକାରେଣୀ ସଦସ୍ଯ,ହିମାଂଶୁ ସାମଲ,ମାଲକାନଗିରି ପୌରାଞ୍ଚଳ ସଭାପତି ଡି ନାଗା,ଇଣ୍ଡିୟାନ ରିପୋର୍ଟରସ ଆସୋସିଏସନ ମାଲକାନଗିରି ଜିଲ୍ଲା ସଭାପତି କେଶବ ଚନ୍ଦ୍ର ନାୟକ,ସରକାରୀ ଓକିଲ ଭବାନୀ ଶଙ୍କର ମିଶ୍ର,ସୁଧାଂଶୁ ସାମଲ,ବି କାମେଶ୍ବର ରାଓ ,ସୁବାସ ଦଳେଇ,ଦୀପକ ବୈରାଗୀ ପ୍ରମୁଖ ଉପସ୍ଥିତ ହୋଇଛି !

LEAVE A REPLY

Please enter your comment!
Please enter your name here