Odisha news

ମହିନ୍ଦ୍ରା କମ୍ପାନୀ ନିର୍ମାଣ କଲା ନୂଆ ଅତ୍ୟାଧୁନିକ ଓ ହାଇଟେକ ବାହାନ : ଆତଙ୍କବାଦୀ ଓ ମାଓବାଦୀଙ୍କ ଠାରୁ ରକ୍ଷା କରିବ ସେନାଙ୍କୁ

0

ନୂଆଦିଲ୍ଲୀ :ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା କମ୍ପାନୀ ଡିଫେନ୍ସ ସେକ୍ଟର ପାଇଁ ଆଗକୁ ପାଦ ବଢ଼ାଇ ଏକ ଅତ୍ୟାଧୁନିକ ଓ ହାଇଟେକ ବାହାନ ଲଞ୍ଚ କରିଛି l ଯାହା ସୈନ୍ୟ ଓ ଅର୍ଧସୈନିକ ବଳଙ୍କ ପାଇଁ ବ୍ୟବହାର କରାଯାଇ ପାରିବ l ଏହି ବାହାନଟି ଖାସକରି ସୈନ୍ୟ ମାନଙ୍କୁ ଆତଙ୍କବାଦୀ ଓ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ରକ୍ଷା କରିବା l କମ୍ପାନୀର ସୂଚନା ଅନୁସାରେ ଏହାକୁ ଯଥାଶୀଘ୍ର ସଂଯୁକ୍ତ ରାଷ୍ଟ୍ର ଶାନ୍ତି ଅଭିଯାନରେ ବ୍ୟବହାର କରାଯିବ l ଟ୍ୱିଟର ମାଧ୍ୟମରେ ମହେନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଜଣେଇ ଛନ୍ତି ଯେ ଏହା ଏକ ଶକ୍ତିଶାଳୀ ବାହାନ ଅଟେ l

ଏହି ବାହାନ ଦ୍ୱାରା ଲ୍ୟାଣ୍ଡମାଇନ ବିଛା ଯାଇଥିବା ସ୍ଥାନ ଗୁଡିକରେ ଯବାନ ମାନଙ୍କୁ ସୁରକ୍ଷା ମିଳିବ l ମହିନ୍ଦ୍ରା ଗ୍ରୁପ ଏହି ବାହାନଟିକୁ ଡିଫେନ୍ସ ଦ୍ୱାରା ଡିଜାଇନ କରାଇଛି ,ଯାହାକୁ ବାହାରକୁ ରପ୍ତାନି କରାଯିବ l ଏସପି ଶୁକ୍ଳା କହିଛନ୍ତି ଯେ ଏହି ବାହାନଟିକୁ ଯଥାଶୀଘ୍ର ସଂଯୁକ୍ତ ରାଷ୍ଟ୍ର ଶାନ୍ତିରକ୍ଷକ ଅଭିଯାନରେ ଲଗାଯିବ l ଏହି ବାହାନଟି ଟ୍ରକପରି ଦେଖାଯାଉଛି ଓ ଟ୍ରାକପରି ଭାରି ମଧ୍ୟ ଅଟେ l ଏଥିରେ ଯାଞ୍ଚ କରିବା ପାଇଁ ହାତଭଳି କିଛି ସରଞ୍ଜାମ ଲଗାଯାଇଛି ,ସଡକ ପାର୍ଶ୍ୱରେ ବିସ୍ଫୋଟକୁ ଉଠାଇ ପାରିବ କିମ୍ବା ହଟାଇ ପାରିବ l

ମହିନ୍ଦ୍ରା ଡିଫେନ୍ସର ଏକଜୁକୁଟୀଭି ଏସପି ଶୁକ୍ଲା ଏହି ବାହାନଟିର ଫୋଟୋକୁ ନିଜର ଟ୍ୱିଟର ଆକାଉଣ୍ଟରେ ଦେଇଥିଲେ l ଯାହାକୁ ଦେଖି ଆନନ୍ଦ ମହିନ୍ଦ୍ର ଟ୍ୱିଟକରି ଲେଖିଛନ୍ତି ଯେ “ଏହି ବାହାନଟି ଗୋଟିଏ ମିନ ମେସିନଭଳି ଲାଗୁଛି ଏଥିରେ ମହିନ୍ଦ୍ର ଡିଫେନ୍ସର ବାସ୍ତବିକ ଭାବନା ସମାହିତ ହୋଇଛି ,ଯାହା ଶାନ୍ତିରକ୍ଷକ ମାନଙ୍କୁ ସୁରକ୍ଷିତ ପ୍ରଦାନ କରିବ l ଆହୁରି ମଧ୍ୟ ମଜାକ କରି କହିଛନ୍ତି ଯେ ଏହି ବନ୍ଦ ଗାଡିଟି ବମ୍ବେର ଟ୍ରାଫିକ ପାଇଁ ପୁରା ପରଫେକ୍ଟ ,କିନ୍ତୁ ଏହାକୁ ସେଠାରେ ଚଳାଯାଇ ପାରିବ ନାହିଁ l “

Nalco
Leave A Reply