ଦାନଗଦୀ : ଯାଜପୁର ଜିଲ୍ଳା ଯାଜପୁରରୋଡ ଆଦର୍ଶ ଥାନା ଦାନଗଦି ଫାଣ୍ଡ ଅର୍ନ୍ତଗତ ଓଲ୍ଲୋଳ ପଂଚାୟତ ଛତରା ଗ୍ରାମରେ ଅଜି ବୁଧବାର ସନ୍ଧ୍ୟା ସମୟରେ ଏକ ଲୋମହର୍ଷଣକାରୀ ଘଟରା ଘଟିଛି । ଗୁଣିଗାରେଡି ସନେ୍ଦହରେ ଏହି ଗ୍ରାମର ଯୁବକ କାର୍ତ୍ତକ କେରେଇ (୨୪) ଏକ ଟାଙ୍ଗିଆରେ ସେହି ଗ୍ରାମର ଜଣେ ବୃଦ୍ଧାଙ୍କ ବେକରୁ ମୁଣ୍ଡକୁ କାଟି ଅଲଗା କରି ଧରି ଡୁବୁରୀ ନିକଟରେ ବୁଲୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଦାନଗଦୀ ପୋଲିସ ଦ୍ୱାରା ଧରାପଡିଛି । ୨୦୨୦ ମସିହାରେ ଅନ୍ଧବିଶ୍ୱାସର କରୁଣ ପରିସ୍ଥିତିରୁ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିବା ସାରା ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ନନ୍ଦିନୀ ପୂର୍ତ୍ତୀ (୬୦) ଛତରା ଗ୍ରାମରେ ଝଡାଫୁଙ୍କା କରିବା ସହିତ ଗୁଣିଗାରେଡି କରୁଥିବା ସ୍ଥାନୀୟ ଲୋକେ କାଣନ୍ତି ।
ପ୍ରାୟ ଏକ ସପ୍ତାହ ତଳେ କାର୍ତ୍ତିକଙ୍କ ଗାଇ ନନ୍ଦିନୀଙ୍କ ବାଡିରେ ପଶି ଫସଲ ଖାଉଥିଲା ,ପରେ କାର୍ତ୍ତିକର ଦାଦାପୁଅ ସନାତନ କେରେଇ ଉକ୍ତ ଗାଈଟିକୁ ଘଉଡାଇ ଆଣିଥିଲେ । ଏହି କଥାକୁ ନେଇ ଉଭୟ ପରିବାର ମଧ୍ୟରେ କଥା କଟାକଟି ଏବଂ ବଚସା ହୋଇଥିଲା । ଏହାର କିଛିଦିନପରେ ସନାତନଙ୍କୁ ଜ୍ୱର ହୋଇଥିଲା ଏବଂ ଜ୍ୱର ଠିକ କରିବାକୁ ସନାତନକୁ ନନ୍ଦିନୀ ନିକଟକୁ ଛାଡିବାକୁ ନେଇଥିଲେ ତାର ପରିବାରଲୋକେ ମାତ୍ର ଝାଡିବା ସମୟରେ ସନାତନକୁ କାହିଁକି ଆଣିଲ ସେ ଆଉ ବଂଚିବ ନାହିଁ ବୋଲି ନନ୍ଦିନୀ କହିଥିଲେ । ପରେ ଜ୍ୱର ବଢିବାରୁ ସନାତନର ଚିକିତ୍ସା ପାଇଁ ପ୍ରଥମେ ଦାନଗଦୀ ଓ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ ସେଠାରେ ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ପଠାଇଥିଲେ,କଟକ ଯିବା ଯିବା ରାସ୍ତାରେ ସନାତନର ମୃତ୍ୟୁ ହୋଇଥିଲା ସନାତନର ଶବକୁ ଆଣି ପରିବାରଲୋକେ ବୁଧବାର ଅପରାହ୍ନ ୪ ଘଟିକା ସମୟରେ ଘରେ ପହଁଚିଥିଲେ ।
ଶବ ଆସିବା ପରେ ନନ୍ଦିନୀ ଆସି ଶବ ନିକଟରେ ପହଁଚି ଶବ ଦେଖୁଥିଲା । କାର୍ତ୍ତିକ ନନ୍ଦିନୀ ଗୁଣିକରି ସନାତନକୁ ମାରିଥିବା ସନେ୍ଦହରେ ପ୍ରବଳ ମଦ ପିଇ ଏକ ଟାଙ୍ଗିଆରେ ନନ୍ଦିନୀକୁ ଆକ୍ରମଣ କରି ତାର ବେକରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୋଣସି ମାମଲା ରୁଜ୍ଜୁ ହୋଇନାହିଁ ।