Odisha news

ଆଦିବାସୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
ବାଲିଗୁଡ଼ା, ତା, ୦୭/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର  ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଦ୍ୱାରା ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚର୍ଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ  କରିଥିଲେ | ମୁଖ୍ୟ ଅତିଥି ଭାବରେ ଡ. ସୁବାସ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଡ. ଅଭିପ୍ସା ବଲ୍ , ଡ. ସୁକାନ୍ତ କୁମାର ବେହେରା, ଡ.ଏନ.ତନ୍ମୟ କୁମାର ଓ  ରାଜେଶ କୁମାର ଧଳ ଏଥିରେ ଯୋଗଦାନ କରିଥିଲେ | ଯୁବ ରେଡକ୍ରସର ସଂଯୋଜକ ମାନସ ରଞ୍ଜନ ପ୍ରଧାନ , ଜାତୀୟ ସେବା ଯୋଜନା ଅଧିକାରୀ ଅରୁନ୍ଧତୀ ପ୍ରଧାନ ଓ ହମନ୍ କୁମାର ଦିବକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତ ରେ ୨୦୦ରୁ ଉର୍ଦ୍ଧ ଚାରା ମହାବିଦ୍ୟାଳୟ ପରିସର ରେ ଲଗାଇଥିଲେ |
IEC 2 years
Leave A Reply