ଆଗରପଡ଼ା : ନବ ଉକôଳର ନିର୍ମାତା ଡ଼ଃ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଜନ୍ମସ୍ଥାନ ଆଗରପଡ଼ାରେ ବିବାହଦୀୟ ପରିସ୍ଥିତି ଲାଗି ରହିଛି । ପୂର୍ବରୁ କେଲଜଛକରେ ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବାଦାନୁବାଦ ଦେଖା ଦେଇଥିଲା । ଅଜି ପୁଣି ଭଦ୍ରକ ମହତାବ ସ୍ମାରକୀ ପରିଷଦର ବରିଷ୍ଠ କର୍ମକର୍ତ୍ତା ଆଗରପଡ଼ା ବିବାଦୀୟ ସ୍ଥାନକୁ ଛାଡ଼ି ତାର ୧୦ ମିଟର ଦୂରତ୍ୱରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନେଇ ସ୍ଥାନ ଚିହ୍ନଟ ନିମନ୍ତେ ଆର.ଆଇଙ୍କୁ ଧରି ପହଞ୍ଚôଥିଲେ । ତେବେ ଏହି ସ୍ଥାନଟି ପୂର୍ବରୁ ଥିବା କାଳୀ ମନ୍ଦିର ସାମନା ତଥା ଆର ଏଣ୍ଡ ବି ରାସ୍ତା ଉପରେ ସ୍ଥାନ ନିରୂପଣକୁ କାଳୀ କମିଟି ତଥା ବଜାର କମିଟ ପକ୍ଷରୁ ବିରୋଧ କରାଯାଇଥିବାର ଦେଖାଯାଇଥିଲା । ମହତାବଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ତାଙ୍କ ନିଜ ଜନ୍ମସ୍ଥାନ ଆଗରପଡ଼ାର କଲେଜଛକ ଠାରେ ସ୍ଥାପନ ନେଇ ପ୍ରଥମେ କିଛି ମହତାବପ୍ରେମୀ ସଙ୍ଗଠନ ପକ୍ଷରୁ ଉଦ୍ୟମ କରାଯାଇଥିଲା ।
ଏପରିକି ମୂର୍ତ୍ତି ନିର୍ମାଣ କରାଯାଇ, ସ୍ଥାପନ ନିମନ୍ତେ ଭୁମିପୂଜା କାର୍ଯ୍ୟ ·ଲୁଥିବା ବେଳେ ପ୍ରଶାସନ ବିରୋଧ ଯୋଗୁଁ ବନ୍ଦ ରହିଥିଲା । ପରେ ପ୍ରତିବାଦ ସଭା, ଗଣ ଆନେ୍ଦାଳନ, ରାସ୍ତାରୋକ ଇତ୍ୟାଦି ଘଟିବା ପରେ ରାଜ୍ୟସରକାର ତତ୍ପରତା ଦେଖାଇ ବରପୁତ୍ରମାନଙ୍କୁ ସମ୍ମାନ ଦେବା ଆଳରେ ମହତାବ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୨ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ପରେ ବିଭିନ୍ନ ସଙ୍ଗଠନ, ମହତାବ ସ୍ମାରକୀ ପରିଷଦ କର୍ମକର୍ତ୍ତାମାନଙ୍କ ଆଲୋଚନା ତଥା ମିଳିତ ଉଦ୍ୟମ କ୍ରମେ ଆଗରପଡ଼ା ପ୍ରବେଶ ପଥ କୁଅାଁଶମଢିଆ ଛକ ଠାରେ ସ୍ୱାରକୀ ପରିଷଦ ପକ୍ଷରୁ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ୱତ୍ତି ନିଆଯାଇଥିଲା । ସ୍ଥାନୀୟ ବିଧାୟକଙ୍କ ହାତପାଣ୍ଠିରୁ ୨ଲକ୍ଷ ୨୪ ହଜାର ଟଙ୍କାର ଅନୁଦାନ ଦିଆଯାଇ ପାଦଭିତ୍ତି ପ୍ରସ୍ତର ସ୍ଥାପନ ପରେ ସ୍ମାରକୀ ପରିଷଦ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ ହେବାକୁ ସ୍ଥିର କରାଯାଇଥିଲା । ତେବେ କୁଅାଁଶମଢିଆ ଛକ ଠାରେ ମାପଚୁପ ହେବା ସମୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ମୂର୍ତ୍ତି ସ୍ଥାପନ ପ୍ରସଙ୍ଗ ଶୀତଳ ଭଣ୍ଡାରରେ ରହିଥିଲା । ଅପରପକ୍ଷେ ଆଗରପଡ଼ାର ସମସ୍ତ ଛକସ୍ଥାନ ଗୁଡ଼ିକ ଅଣଓସାରିଆ ତଥା ଜନସମାଗମ ଦୃଷ୍ଟେ ଏହି ବିଶାଳ ମୂର୍ତ୍ତି ସ୍ଥାପିତ ହେଲେ ସାଧାରଣ ଚଳପ୍ରଚଳରେ ଅସୁବିଧା ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁ ନାହିଁ ।
ଏହି କ୍ରମରେ ଆଜି ସ୍ମାରକୀ ପରିଷଦର କର୍ମକର୍ତ୍ତା ପଦ୍ମନ କୁମାର ରାୟ, ରାମଚନ୍ଦ୍ର ନାୟକ, ଇଂ ମଧୁସୂଦନ ସାହୁ, କୈଳାସ ଚନ୍ଦ୍ର ଧଳ,ଭାଗବତ ତ୍ରିପାଠୀ, ଉମାକାନ୍ତ ଜେନା, ସୁଧିଆ ବିଶ୍ୱାଳ, ଭୀଷ୍ମେଶ୍ୱର ଦାସ ପ୍ରମୁଖ ଆର.ଆଇ ରବିନ୍ଦ୍ର ଜେନା ଓ ପରମାନନ୍ଦ ସାହୁଙ୍କୁ ଧରି ମାପଚୁପ କରିଥିଲେ । ତେବେ ଚିହ୍ନଟ କରାଯାଇଥିବା ସ୍ଥାନଟି ୮୦ ବର୍ଷର ପୁରୁଣା କାଳୀ ମନ୍ଦିର ସାମନା ତଥା ଏଠାରେ ବିଭିନ୍ନ ସମୟରେ ସର୍ବସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ଦଳ ଓ ବିଭିନ୍ନ ସଙ୍ଗଠନର ଧାରଣା, ପ୍ରତିବାଦ ସଭା ହେଉଥିବାରୁ ବଜାର କମିଟିର ସଭାପତି ଗଙ୍ଗାଧର ପତି ଓ କର୍ମକର୍ତ୍ତା, ଅଶୋକ ପରିଡ଼ା, ପ୍ରଦିପ ଦାଶ, ବାବୁଲି ପତି ପ୍ରମୁଖ ଅସନ୍ତୋଷ ପ୍ରକଟ୍ଟ କରିଥିଲେ ।