Odisha news

ପାରିବାରିକ କଳହ: ଦୁଇ ଭାଇ ଗିରଫ

0

ଭୁବନେଶ୍ୱର,(ନି.ପ୍ର): ପାରିବାରିକ କଳହକୁ ନେଇ ଉଭୟଙ୍କ ଅଭିଯୋଗ ଅନୁସାରେ ଦୁଇ ଭାଇଙ୍କୁ ଗିରଫ କଲା ଶହୀଦନଗର ଥାନା ପୋଲିସ । ଗିରଫ ଦୁଇ ଭାଇ ହେଲେ ଶାନ୍ତିପଲ୍ଲୀ ବସ୍ତିର ରମେଶ ସେଠୀ ଓ ରାଜେନ୍ଦ୍ର ସେଠୀ । ଉଭୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ରାଜେନ୍ଦ୍ର ସେଠୀ ଭାଇ, ମାଆ ଓ ସ୍ତ୍ରୀ ସହ ମିସିକି ରହୁଥିଲେ । କୌଣସି କାରଣକୁ ନେଇ ପରିବାରରେ କଳହ ଲାଗି ଉଭୟଙ୍କ ଭିତରେ ମାରପିଟ୍ ହୋଇଥିଲା । ଏ ନେଇ ଉଭୟେ ଶହୀଦନଗର ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଉଭୟଙ୍କ ମାମଲା ରୁଜୁକରି ତଦନ୍ତ ଚଳାଇ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି

Leave A Reply