ମାହାଙ୍ଗା୨୦ା୦୬: ମାହାଙ୍ଗା ସ୍ଥିତ ସନ୍ଥ ଆତ୍ମାରାମ ଦାସଙ୍କ ସିଦ୍ଧି ସମାଧି ପୀଠ ଜଟାଧାରୀ ଆଶ୍ରମ ଠାରେ ବେଦ ପାଠ , ସାହିତ୍ୟ ସଂସ୍କୃତି ଓ ପରିବେଶ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କବି ବିଶ୍ୱେଶ୍ୱର ମହାନ୍ତି, ଆଶ୍ରମର ମୁଖ୍ୟ ପରିଚାଳକ ଅଶୋକ କୁମାର ସାମଲଙ୍କ ସଯୋଜନା ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶ୍ରମର ଅନ୍ତେବାସୀ ଓ ବେଦବିଦ୍ୟାଧ୍ୟାୟୀ ଛାତ୍ରଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ସାନିଟାଇଜର, ମାସ୍କ, ପ୍ରଭୃତି ବଂଟନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ଓ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଆତ୍ମାରାମ ସଂସ୍କୃତ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ବେଦ ପାଠ ସହିତ ପାରମ୍ପରିକ ରୀତିରେ ଦେବ ପୂଜା କାର୍ଯ୍ୟକ୍ର୍ରମ ସମ୍ପନ୍ନ କରିଥିଲେ ।
କୋଭିଡ-୧୯ର ସମସ୍ତ ନୀତିନିୟମ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଇ ଅନୁଷ୍ଠିତ ହୋଇଥିବା ଏହି ମହତ୍ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୁକାନ୍ତ ଚନ୍ଦ୍ର ଷଢଙ୍ଗୀ, ସମାଜସେବୀ ପନଙ୍ଗ ଭୂଷଣ ଦାସ, ଶିକ୍ଷାବିତ୍ ଚିତରଞ୍ଜନ ଷଢଙ୍ଗୀ, ହୃଷିକେଶ ବେହେରା, ମହନ୍ତ ଗୁରୁ ରାମ ପ୍ରସାଦ ଦାସ, ସାମ୍ବାଦିକ ଅଶୋକ ଦାସ, ରମେଶ ସାହୁ, ଓ ଅନେକ ବରିଷ୍ଠ ନାଗରିକ, ଅନ୍ତେବାସୀ ପ୍ରମୁଖ ଯୋଗଦାନ କରି ଲକ୍ଡାଉନ ସମୟରେ ଏହି ମହାନ ପାରମ୍ପରିକ ଓ ସମାଜସେବା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିବେଶ ବିତ୍ ଅକ୍ଷୟ କୁମାର ଷଢଙ୍ଗୀଙ୍କର ଏହି ସାହିତ୍ୟ ସଂସ୍କୃତି ସୁରକ୍ଷା ଓ ସମାଜସେବା କାର୍ଯ୍ୟରେ ସାମିଲ ସମସ୍ତ ବନ୍ଧୁମାନଙ୍କ ଆନ୍ତରିକ ସହଯୋଗ କ୍ରମେ ମାହାଙ୍ଗାର ବିଭିନ୍ନ ଅନୁଷ୍ଠାନରେ ·ଲୁ ରହିବାରୁ ଜନସାଧାରଣ ଓ ବୁଦ୍ଧିଜିବୀ ମହଲରେ ପ୍ରଶଂସିତ ହୋଇଛି ।