Odisha news

ରାହୁଲ୍ ଗାନ୍ଧିଙ୍କ ଜନ୍ମ ଦିନ ଉପକ୍ଷେ ବିଞ୍ଝାରପୁରରେ କରୋନା ପାଇଁ ସଚେତନତା ଓ ଅତ୍ୟାବଶକୀୟ ସାମଗ୍ରୀ ବଣ୍ଟନ

0

ଯାଜପୁର: ୨୦/୦୬ :  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ତଥା ବିଞ୍ଝାରପୁର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷା ଜେମାମଣି ଗୁରୁଙ୍କ ଆର୍ଥିକ ସହାୟତାରେ ଏ.ଆଇ.ସି.ସି. ର ପ୍ରାକ୍ତନ ଅଧ୍ୟକ୍ଷ ତଥା ଭାରତ ବର୍ଷର ଯୁବ ମାନସର ପ୍ରତୀକ ସଂସାଦ ରାହୁଲ ଗାନ୍ଧୀଜିଙ୍କର ୫୦ତମ ଜନ୍ମଦିନ ଅବସରରେ ଓ.ପି.ସି.ସି. ର ପ୍ରାକ୍ତନ ମୁଖପାତ୍ର ସମ୍ପାଦକ ତଥା କୋଭିଡ଼-୧୯ ର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପଦ୍ମାକର ଗୁରୁଙ୍କ ନେତୃତ୍ୱରେ ଆଜି ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ଫତେପୁର, ଟିଣା, କପିଳା, ଅଳକୁଣ୍ଡ ଓ ବାଛୋଳ ଗ୍ରାମ ପଞ୍ଚାୟତର ଶତାଧିକ ଦଳିତ ଓ ଅସହାୟ ପରିବାର ବର୍ଗଙ୍କୁ ଶ୍ରୀଯୁକ୍ତ ଗୁରୁ ତାଙ୍କର ସାଥୀ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଧାୟାକ ପ୍ରାର୍ଥୀ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ, ରବି ନାରାୟଣ ପାତ୍ର, ପ୍ରମୋଦ ସେଠୀ, ପ୍ରକାଶ ଦାସ, କଳ୍ପନା ସେଠୀ, ରୁଦ୍ରମାଧବ ବାବୁ, ନାରାୟଣ ମଲିକ, ଅନିଲ ମହାନ୍ତି, ବିଚିତ୍ରାନନ୍ଦ ମଲିକ, ଜ୍ୟୋତିପ୍ରକାଶ ଗୁରୁ, ମହେଶ୍ ଦାସ, ପ୍ରଣବ ଗୁରୁ, ପ୍ରସନ୍ନ କୁମାର ନାୟକ, ଶ୍ରିମାନ ବିଶ୍ୱଜିତ୍, ହିମାଂଶୁ ଶେଖର ଗୁରୁ ପ୍ରମୁଖ ଶୁଖିଲା ଖାଦ୍ୟ, ସାବୁନ୍, ମାସ୍କ, ସର୍ପ ଇତ୍ୟାଦି ଘରେ ଘରେ ବଣ୍ଟନ କରିବା ସହ କୋଭିଡ଼୍-୧୯ ମହାମାରୀ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ । କଂଗ୍ରେସ ଦଳ ତରଫରୁ ଏପରି ଅଭିନବ ସମାଜ ସେବାକୁ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply