Odisha news

ରାହୁଲଙ୍କ ଜନ୍ମ ଦିନରେ ଗରୀବଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ କଂଗ୍ରେସ ନେତା

0

ରାୟଗଡା,୨୦ ।୬(Rabindra patkhandal)- କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସରେ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବସ୍ତ ବାସିନ୍ଦାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତରେ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗ ପ୍ରଥମେ ଜାତୀର ପିତା ମହାତ୍ମା ଗାନ୍ଧୀ, ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ପ୍ରତିମୁତ୍ତିରେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ଏବଂ ଦେଶର ସୀମାନ୍ତରେ ଚୀନ ସୌନିକ ଆକ୍ରମଣରେ ସହିଦ୍‌ ହୋଇଥିବା ୨୦ ଜଣ ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଜାଳିବା ସହ ନୀରବ ପ୍ରାର୍ଥନା କରିଥିଲେ । ପରେ ବିଭିନ୍ନ ବସ୍ତିରୁ ଆସିଥିବା ୫ ଶହରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

କଂଗ୍ରେସ ସବୁବେଳେ ଗରୀବ ମୂଲିଆଙ୍କ ସାଥୀରେ ରହିଛି ଏବଂ ରହିବୁ ମଧ୍ୟ କହିମତ ଦେବା ସହ କରୋନା ମହାମାରୀ ବେଳେ ଯେଉଁ ଲକ ଡ଼ାଉନ ଯୋଗୁଁ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ରାୟଗଡ଼ା ଓ କୋରାପୁଟ ସୀମାନ୍ତରେ ଶିବିରକରି ରନ୍ଧାଖାଦ୍ୟ ଦିଆଯାଇଥିଲା ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ସାଂସଦ ଉଲ୍ଲାକା । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ କୁମାର ପଣ୍ଡା, ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ଼୍ରାକା, ବାଦଲ ମହାନ୍ତି, ଅସଲମ ଖାନ, ବାପି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ହୋଇ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ସେହିପରି କାଶୀପୁର,ପଦ୍ମପୁର,ଗୁଣପୁର, ରାମନାଗୁଡ଼ା ଏବଂ ଗୁଡ଼ାରୀ ବ୍ଳକରେ ମଧ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.