ପ୍ରତାପ ଚନ୍ଦ୍ର ସାହୁ : ମୁଁ ଅଣନିଶ୍ୱାସୀ ହୋଇ ପଡୁଛି,କାରଣ କିଛି ନ୍ୟସ୍ଥ୍ ସ୍ୱାର୍ଥ ମଣିଷ ପାଇଁ ମୁଁ ମୋର ଧର୍ମ ରକ୍ଷା କରି ପାରୁନି।ମୋ ଧର୍ମ ହେଲା ନିମ୍ନ ଗାମୀ ହେବା।ତା ପୁଣି ମୋ ଇଚ୍ଛା ମୁତା ବକ ହେବା କଥା।ଏଇଟା ମୋର ପୁର୍ଣ ସ୍ୱାଧୀନତା।ଏଥିରେ କାହାର ବି ହସ୍ତଖ୍ୟେପ୍ କରିବାର ଅଧିକାର ନାହିଁ।ଏଇଟା ମୋର ଜନ୍ମ ଗତ ଅଧିକାର।ଏହା ଏକ ସହଜାତ୍ ପ୍ରକୃତି ।କିନ୍ତୁ ଅଯଥାରେ ଅକାରନରେ ମୋ ଇଚ୍ଛା ବିରୋଧ ରେ ମୋତେ କେଉଁଠି କେଉଁଠି ଜୋର ଜବର ଦସ୍ତ ଅଟକାଇ ଦିଅ ଯାଇ ଥାଏ।ଏଇ ଯେମିତି ଛତିଶ ଗଡ଼ ସରକାର ମୋତେ ଅଟକାଇ କଲମା ବ୍ୟରେଜ୍ ତିଆରି କରି ମୋତେ ହଇରାଣ ହରକତ୍ କରୁଛି।ଛତିଶ ଗଡ଼ ର ଅମରକନ୍ତକ୍ ମଲଭୁମି ମୋର ଜନ୍ମ ସ୍ଥାନ ହେଲେ ବି ମୋର ଧର୍ମ ମୁଁ ନିମ୍ନ ଗାମୀ ହୋଇ ତଳ ଆଡକୁ ବୋହି ଯିବି।କେହି ବି ମୋ ପାଠ କୁ ଅଟକାଇ ବା କଥା ନୁହଁ।ଯଦିଓ ଅଟକାଇ ଥାନ୍ତି ,ତେବେ ବି ମୋତେ କଷ୍ଟ ନ୍ ହେଲା ପରି କରିବା କଥା। ମୁ ଛତିଶ ଗଡ଼ ର କେବଳ ନୁହେଁ,ମୁଁ ସମଗ୍ର୍ ଭାରତ ବର୍ଷ ର। ମୋ ରକ୍ତ( ଜଳ ) ଉପରେ ସମସ୍ତ ଙ୍କର ସମାନ ଅଧିକାର ରହିଛି। ସମଗ୍ର ଭାରତ ବର୍ଷ ମୋର ଘର।ମୋର ଯେଉଁଠି କି ଇଚ୍ଛା ସେଇଠି କି ଯାଇ ପାରିବି।ମୋତେ ସେଥିରେ ବାଧା ଦେବା ଉଚିତ ନୁହେଁ। ହେଲେ କିଛି ଦୁଷ୍ଟ ପ୍ରକୃତିର ଲୋକ ମୋତେ କ୍ରୁତ୍ରିମ୍ ଭାବେ ବନ୍ଧ ବାନ୍ଧି (ଅଟକାଇ) ଅଣନିସ୍ଵାସି ହୋଇ ପଡୁଛି। ମୁଁ ଯେତେ ନେହୁରା ହେଲେ ବି ମୋ କଥା କିଏ ବି ଶୁଣିବା ମୁଡ଼ ରେ ନ୍ ଥିଲା ପରି ମନେ ହେଉଛି।ମୁଁ ଏ ଧାରା କୁ ଆସିଛି ଜନସାଧାରଣ ଙ୍କର ଉପକାର କରିବା ପାଇଁ। ଜାତି ଧର୍ମ ବର୍ନ୍ନ୍ ରାଜ୍ୟ ନିର୍ବିସେସ୍ ରେ।
ମୁଁ ଆସିନି ଗୋଟିଏ ଜାଗାରେ ଠୁଳ ହୋଇ ରହିବା ପାଇଁ।ମୁଁ ଆସିଛି ପ୍ରବାହିତ ହୋଇ ଯିବା ପାଇଁ। ଚାଷୀ ଙ୍କର ଉପକାର କରିବା ପାଇଁ ମୁଁ ଆସିଛି। ଭାରତ ବର୍ଷ ର ସବୁ ରାଜ୍ୟ ମୋ ପାଇଁ ସମାନ। କିଛି ଲୋକ ବା ରାଜ୍ୟ ନ୍ୟସ୍ଥ୍ ସ୍ୱାର୍ଥ ହାସଲ କରିବା ପାଇଁ ଏପରି ଉପାୟ ଅପେନେଇ ଥାନ୍ତି। ବିକାଶ ନାଁ ରେ ଶିଳ୍ପ କୁ ମୋ ରକ୍ତ ( ଜଳ ) ଦେଇ ମୋ ରକ୍ତ ର ଅଭାବ ଦେଖଜିବା ସହ ମୋତେ ପ୍ରଦୁସିତ୍ କରେଇ ଥାନ୍ତି। ବିଚରା ଚାଷୀ ଭାଇ ମୋତେ ପାଇବାରୁ ବଞ୍ଚିତ୍ ହୋଇଥାଏ। ମୁଁ କଥା କହି ପାରେନି ବୋଲି ମୁଁ ନ୍ ଚାହୁଁ ଥିଲେ ମୋ ଇଚ୍ଛା ବିରୋଧ ରେ ଶିଳ୍ପ କୁ ମୋ ରକ୍ତ ଦେଇ ସେମାନଙ୍କୁ ବଞ୍ଚେଇ ମୋତେ ମାରିବାକୁ ଚେଷ୍ଟା କରି ଥାନ୍ତି କିଛି ଦୁଷ୍ଟ ପ୍ରକୃତିର ଲୋକ। ମୁଁ ଏତେ ମାତ୍ରା ରେ ପ୍ରଦୁସିତ୍ ହୋଇ ଯାଇ ଥାଏ ଜନସାଧାରଣ ଙ୍କର ବ୍ୟବହାର୍ ଉପଯୋଗୀ ହୋଇ ନ୍ ଥାଏ। ଛତିଶ ଗଡ଼ ରେ କଲମା ବ୍ୟରେଜ୍ କରି ମୋତେ ଜୋର ଜବର ଦସ୍ତ ରୋକା ଯାଇ ମୋତେ ଅନନିସ୍ଵାସି କରେଇ ଦିଆ ଗଲାଣି। ମୋର କଣ ,ନାକ,ଓ ପାଟି ବାଟେ ରକ୍ତ ବାହାରି ଯାଉଛି,କିନ୍ତୁ ମୋ ଶରୀର ର ଅନ୍ୟ ଅଂଶ ଗୁଡିକ ରକ୍ତ ଶୂନ୍ୟ ହିଁ ଯାଉଛି।
ମୁଁ କିଛି କହି ପାରୁନି,ନିର୍ବିକାର।କିନ୍ତୁ ମୋର ବେଦନା ଟିକେ ବୁଝି ବାକୁ ଚେଷ୍ଟା କରୁ ଏ ମଣିଷ।ଭଗବାନ ଏ ମଣିଷ ଜାତି କୁ ସଦବୁଧି ଦିଅନ୍ତୁ। ମୋତେ ଗୋଟିଏ ଜାଗାରେ ଜୋର ଜବର ଦସ୍ତ ବାନ୍ଧି ଦେବା ଅର୍ଥ ମୋ ସାରା ଶରୀର ରେ ରକ୍ତ ପ୍ରବାହିତ ନ୍ ହେବା ସହ ସମାନ। ମୁଁ ଯେଉଁ ଆଶା ଓ ଅଙ୍କଖ୍ୟା ନେଇ ଆସିଥିଲି ସେଇ ଆଶା କି ଅଙ୍କାଖ୍ୟା ପୂରଣ ହୋଇ ପାରୁନାହିଁ। ଏଣୁ ଦୟାକରି ମୋ ରାସ୍ତା ରେ ମୋତେ ଯିବାକୁ ଦିଅ ଯାଉ। ଏଠି ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏବଂ ଆଇନ ବ୍ୟବସ୍ଥା କିଛି କରିବା ଦରକାର। କ୍ରୁତ୍ରିମ୍ ଭାବେ କିଛି ରକ୍ତ କୁ କିଛି ସମୟ ପାଇଁ ବାନ୍ଧି ରଖିବାରେ ମୋର ଆପତ୍ତି ନାହିଁ। ଯାହା ବି ହେଉ ମୋର ଶରୀର ସାରା ମୋ ରକ୍ତ ( ଜଳ) ପ୍ରବାହିତ ହେବାକୁ ଦିଆଯାଉ। ଅବିଚାରିତ୍ ଭାବରେ ମୋତେ ପ୍ରତିରୋଧ କରିବା ଅପରାଧ ।କୌଣସି ରାଜ୍ୟ ର ଅଧିକାର ନାହିଁ ମୋତେ ମୋ ଇଚ୍ଛା ବିରୋଧ ରେ ପ୍ରତୋରୋଧ୍ କରିବା। ଏଇଥିପାଇଁ ଆଇନ ର ମଧ୍ୟ ଆସ୍ରୟ୍ ନେଇ ହେବ।ଆଇନ ବିଭାଗ ଏଥିରେ ହସ୍ତଖ୍ୟେପ୍ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବା ବିଧେୟ୍। ଏସବୁ ନିର୍ଭର କରେ ଦୃଢ଼ ଇଚ୍ଛା ଶକ୍ତି ଓ ଆନ୍ତରିକତା ଉପରେ। ଜଳ ହେଉଛି ଈଶ୍ୱର ଙ୍କ ର୍ ଏକ ଅମୁଲ୍ୟ ବରଦାନ।ଏହାର ସଦୁପଜୋଗ୍ ନ୍ କରି ପାରିଲେ ଆମେ ହିଁ ତାର ପରିଣାମ ଭୋଗିବା ,ଏଥିରେ ସନ୍ଦେହ ନାହିଁ। ଏହାର ସଦବ୍ୟବହର୍ ବିଙ୍ଗ୍ୟ ନେତୃତ୍ୱ ର ପରାକାଷ୍ଠା ଉପରେ ନିର୍ଭର କରେ। ମୁଁ ତ ତୁଣ୍ଡ ଖୋଲି କିଛି କହି ପାରେନା,ଆପଣ ମାନେ ଜାଣନ୍ତି।କିନ୍ତୁ ମୁଁ ବି ରାଗିଲେ ବାତ୍ୟା ,ବନ୍ୟା ,ଓ ମରୁଡି ରୂପ ନେଇ ଆସି ଖ୍ୟୟ କ୍ଷତି ଘତେଇ ପାରେ। ବେଳ ହୁଁ ସାବଧାନ।