ମାନ୍ୟତା ଅନୁସାରେ ସୋମବାର ଦିନ ଭଗବାନ୍ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା କରାଯାଇଥାଏ । ଏହିଦିନ ବିଶେଷ କରି ଭକ୍ତମାନେ ଭଗବାନ୍ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଶୀର୍ବାଦ ଲାଭ କରିବା ପାଇଁ ଉପବାସ ଓ ପୂଜା ଇତ୍ୟାଦି କରି ଥାଆନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ମହମୃତ୍ୟୁଞ୍ଜୟ ମନ୍ତ୍ର ବିଶେଷ ଭାବରେ ପାଠ କରିବା ଦ୍ୱାରା ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
କାରଣ ଧାର୍ମିକ ମାନ୍ୟତା ଅନୁସାରେ ଏହି ମନ୍ତ୍ର ଜପ କରିବା ଫଳରେ ମଣିଷ ମୃତ୍ୟୁ ମୁଖରୁ ମଧ୍ୟ ରକ୍ଷା ପାଇଥାଏ । ଘରର କୌଣସି ସଦସ୍ୟ ଯଦି ଶଯ୍ୟା ସାୟୀ ଥାଆନ୍ତି ତେବେ ତାଙ୍କୁ ସୁସ୍ଥ ରଖିବା ପାଇଁ ମହମୃତ୍ୟୁଞ୍ଜୟ ମନ୍ତ୍ର ତାଙ୍କ ନିକଟରେ ପାଠ କରାଯାଇ ଥାଏ । ଏହି ମନ୍ତ୍ରର ପ୍ରଭାବ ଘରକୁ ଗ୍ରହ ମାନଙ୍କର ଖରାପ୍ ପ୍ରଭାବ ରୁ ରକ୍ଷା କରିଥାଏ ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଲାଭ –
* ଅକାଳ ମୃତ୍ୟୁ ରୁ ରକ୍ଷା କରିଥାଏ –
ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବା ଦ୍ୱାରା ଅକାଳ ମୃତ୍ୟୁ ଦୂରେଇ ଯାଇଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ମଣିଷ ମୃତୁ ମୁଖରୁ ମଧ୍ୟ ରକ୍ଷା ପାଇଥାଏ । କୁହାଯାଏ ଯେ ଏହି ମନ୍ତ୍ର ଜପ କରିବା ଦ୍ଵାରା ଯେ କୌଣସି ବିପଦ ଦୂରେଇ ଯାଇଥାଏ ।
* ଧନ ଲାଭ –
ଯଦି ଆର୍ଥିକ ସ୍ଥିତି ସହିତ ସଂଘର୍ଷ କରୁଛନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । କାରଣ ଏହା ଅଟକି ରହିଥିବା କାମକୁ ସୁବିଧାରେ କରାଇ ଥାଏ
* ରୋଗ ବୈରାଗ୍ୟ ଦୂରେଇ ଯାଇଥାଏ –
ଯଦି ଆପଣ ନିଜେ କିମ୍ବା ପରିବାର ର କୌଣସି ସଦସ୍ୟ ଅସୁସ୍ଥ ଅଛନ୍ତି ତେବେ ସକାଳେ ଓ ସନ୍ଧ୍ୟାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ୍ । ଏହା ସମସ୍ତ ରୋଗରୁ ଦୂରେଇ ରଖେ ଓ ଘରେ ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ ।
* ଏହି ମନ୍ତ୍ର ଜପ କରିବା ସମୟରେ ପୂର୍ବ ଦିଗକୁ ମୁଖ କରି ବସାନ୍ତୁ । ତା ସହିତ ସକାଳ ପୂଜା ଓ ସନ୍ଧ୍ୟା ପୂଜା ସମୟରେ ଏହି ମନ୍ତ୍ର ଜପ କରିବା ଆବଶ୍ୟକ ।
Comments are closed.