Odisha news

କରୋନା ସଚେତନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ମହାକାଳପଡ଼ା : ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼କୂଳ ଗ୍ରାମର ମାଂଉଟସ୍ଥିତ ହନୁମାନ ବାଟିକା ନିକଟରେ କରୋନା ସଚେତନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସବୁଜ ବଳୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଅଂଳା,ପେସ୍ତା ବାଦାମ ,ବେଲ ,ଦେବତାଦୁ ଓ ପଣସ ଆଦି  ବୃକ୍ଷ ରୋପଣ କରିବା ସହ କୁନି କଳାକାର ମାନଙ୍କ ଦ୍ୱାରା କରୋନା ସଚେତନା ପ୍ରଚାରକୁ ଭୂୟସି ପ୍ରଶଂସା କରିଥିଲେ ।

ଏହି କଳାକାରମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନାଚ ଗୀତର ଆୟୋଜନ କରି କରୋନା ମହାମାରୀ ପାଇଁ ମାସ୍କ ପିନ୍ଧିବା ,ସାମାଜିକ ଦୂରତା ବଜାୟ ରଖି  ଦୃଢତାର ସହ ଲଢି କରୋନା ମହାମାରୀ ଠାରୁ ବିଜୟ ହେବା ପାଇଁ ଲୋକମାନଙ୍କୁ ବାର୍ତା ପହଂଚାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ,ପ୍ରମୋଦ କୁମାର ସ୍ୱାଇଁ ,ପ୍ରଭାତ କୁମାର ରାଉତରାୟଙ୍କ ସବୁଜ ବଳୟ ସମିତିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଅରକ୍ଷିତ ନାଥ ମହାକାଳପଡ଼ା

Leave A Reply