ମହାକାଳପଡ଼ା : ୧୪ /୧0ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମହାକାଳପଡ଼ା ବ୍ଲକ ବଡିହି ପଂଚାୟତ ଅଧୀନ ନଈବନ୍ଧ ର ୩ ନଂ ୪ ନଂ ୱାର୍ଡ କିଛି ପରିବାର ଲୋକଙ୍କ ସୁବିଧା ନେଇ ଭରତ ରାଉତ ଙ୍କ ଘର ପାଖରେ ନଳକୂପ ଖନନ ହୋଇଥିଲା l ଗାଁ ବାହାରେ ରହିଆସୁଥିବା ପରିବାର ଲୋକେ ଉପରୋକ୍ତ ନଳକୂପ ରୁ ଆବଶ୍ୟକମୁତାବକ ପାନୀୟ ଜଳ ସଂଗ୍ରହ କରି ଚଳିଆସୁଥିଲେ l ମାତ୍ର କିଛିମାସ ତଳେ ସେହି ନଳକୂପ ରୁ ବେଆଇନ ଭାବେ ପଂଚାୟତର ୱାର୍ଡ ସଭ୍ୟା ଙ୍କ ଶ୍ୱଶୁର ନିଜ ଘରକୁ ମଟର ସଂଯୋଗ କରିବାରୁ ସମସ୍ୟା ଉପୁଜିଛି l ଜଣେ ଜନ ପ୍ରତିନିଧିଙ୍କ ପରିବାର ଏଭଳି ବେଆଇନ ସଂଯୋଗ କରି ଘରକୁ ପାଣି ନେବାରୁ ସ୍ଥାନିୟ ପଡୋଶୀ ପାନୀୟ ଜଳ ନେଇ ବିଶେଷ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏପରିକି ନଳକୂପ ରୁ ପାଣି ବାହାରିବାକୁ ଘଣ୍ଟା ପହଡେ ହ୍ୟାଣ୍ଡେଲ ମାଡିବାକୁ ପଡୁଛି l ମଟର ସଂଯୋଗ ଫଳରେ ନଳକୂପର ଜଳସ୍ତର ହ୍ରାସ ପାଇଲା ଭଳି ଅନୁଭବ ହେଉଛି l ସେପଟେ ସମ୍ପୃକ୍ତ ଅଞ୍ଚଳ କୁ ପଞ୍ଚାୟତ ତରଫରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସଂଯୋଗ ନଥିବାରୁ ଲୋକେ ଏକମାତ୍ର ଜଳଉତ୍ସ ର ଏଭଳି ଅବସ୍ଥା ନେଇ ଅଭିଯୋଗ ଉଠାଇଛନ୍ତି l ନିଜ ଘର ଢ଼ୀହ ପାଖରେ ହୋଇଥିବାରୁ ନଳକୂପ ରୁ ଜଳ ପାଇଁ ଆସୁଥିବା ଲୋକଙ୍କୁ ବିଭିନ୍ନ ସମୟରେ ଖରାପ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ କରନ୍ତି l ପଡ଼ାର ଦିଲ୍ଲୀପ ବାଇ, ରାଜ କୁମାର ମହାନ୍ତି, ଶତ୍ରୁଘ୍ନ ବାଇ ଓ ମଧୁମିତା ବାଇ ଆଦି ବିଡ଼ିଓ ମହାକାଳପଡ଼ା,ପାନୀୟ ଜଳ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିବେ ବୋଲି ଜଣାପଡିଛି l