ଗୋପ : ଶନିବାର ସକାଳ ୯ ଟା ସମୟରେ ୧୧-କେଭି ବିଦୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ମୃତ୍ୟୁ ଘଟିଛି। ଖବରରୁ ପ୍ରକାଶ ଗୋପ ଥାନ ଅନ୍ତର୍ଗତ ଇଟାକୁଦଗାଁ ନିକଟ ଧନୁଆ ନଦୀ ବନ୍ଧ ଗଡାରେ ଏକ ବାଲି ବୋଝେଇ ଟ୍ରକ ଓଡ଼ି୦୨ସି ଏଫ ୫୧୦୧ ବାଲି ଟ୍ରକଟି ୧୧କେଭି ତାର ସଂସ୍ପର୍ଶରେ ଲାଗି ଯାଇଥିଲା ତେବେ ଟ୍ରକ ଚାଳକ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡିରୁ ଡେଇଁ ପଡ଼ିଥିଲେ।ଚାଳକ ଏକ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ।ତେବେ ସେହି ରାସ୍ତାଦେଇ ଓରୁଆଳି ଗ୍ରାମର ଚାଷୀ ବିପ୍ରବର ପ୍ରଧାନ( ବ)୫୧ ନିଜ ଚାଷ ଜମିକୁ ସାର ନେଇ ଯାଉଥିବା ବେଳେ ବାଲି ବୋଝେଇ ଟ୍ରକରେ ଲାଗି ଲଟକି ଯାଇଥିଲେ।ତେବେ ସ୍ଥାନୀୟ ଲୋକମାନେ ଚାଷୀ ବିପ୍ରବରଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ ଗୋପ ପୋଲିସ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଗୋପ ଥାନାରେ ଏକ ଅପମୃତୁ ମାମଲା କେସ,୩୪/୨୦୨୩ ରେ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇ ଟ୍ରକକୁ ଅଟକ ରଖି ତଦନ୍ତ କରୁଥିବା ଗୋପ ଥାନା ଏ ଏସ ଆଇ ଜହୁରୁ ଖାନ କହିଛନ୍ତି।ମୃତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ନିମାପଡାର ଯୁବ ସମାଜସେବୀ ଜିତେନ୍ଦ୍ର ମହାନ୍ତିଦାବି କରିଛନ୍ତି।