Odisha news

ଚୋରା ବିଦେଶୀ ଓ ଦେଶୀ ମଦ କାରବାର :୨୨ବୋତଲ ବିୟର ଓ ୪୦ ଲିଟର ଦେଶୀମଦ ସହ ସ୍କୁଟି ଜବତ,୨ଜଣ ଗିରଫ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାରରେ ଚୋରା ବିଦେଶୀ ମଦ ନେଇ ଯାଉଥିଲା ବେଳେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଶନିବାର ଜଣେ ଚୋରାମଦ ବ୍ୟବସାୟୀକୁ ଗିରଫ କରିବା ସହ ତା’ଠାରୁ ୨୪ ଦୋତଲ ବିୟର ଓ ଏକ ସ୍କୁଟି ମୋଟର ସାଇକେଲ ଜବତ କରିଥିଲେ! ଗିରଫ ବ୍ୟକ୍ତିର ନାମ ବବଲୁ ଗୁପ୍ତା ଓ ତାଙ୍କ ବାପାଙ୍କ ନାମ ସଞ୍ଜୟ ଗୁପ୍ତା ଓ ତାର ଘର ଝାଡ଼ଖଣ୍ଡରେ ବୋଲି ଜଣାପଡିଛି! ପରେ ପୋଲିସ ଥାନା କେଶ ନମ୍ବର ୩୦୪/୨୩ ରେ ମାମଲା ପଞ୍ଜିକୃତ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା! ତାର ଯାମିନ ଖାରଜକରି ବିଚାରପତି ତାକୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି! ସେହିପରି ଜେନାପୁର ଥାନା ପୋଲିସ ଜଣେ ଦେଶୀମଦ ବ୍ୟବସାୟୀକୁ ରେଖିଦେଇପୁରରୁ ଗିରଫ କରିବାସହ ତା ପାଖରୁ ୪୦ ଲିଟର ଦେଶୀମଦ ଜବତ କରିଥିଲେ! ଗିରଫ ବ୍ୟକ୍ତିର ନାମ ବିଚିତ୍ର ମଲିକ ଓ ତା ବାପାଙ୍କ ନାମ ରବିନ୍ଦ୍ର ମଲିକ ବୋଲି ଜଣାପଡିଛି! ଜେନାପୁର ଥାନା କେଶ ନମ୍ବର ୨୫୮/୨୩ରେ ପୋଲିସ ମାମଲା ପଞ୍ଜିକରଣ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି
Nalco
Leave A Reply