ମହାକାଳପଡ଼ା -୧୧ /0୬ : ରାଜ୍ୟ ସରକାର ଙ୍କ ୨୨ ବର୍ଷ ର ଶାସନ କାଳରେ ବିଜୟ ନଗର, ବଳିପାଳ, ଗୋଗୁଆ କେବି ଦାଣ୍ଡୁଆ, ବଡିହି ଓ ଦେଉଳିପଡ଼ା ଅଞ୍ଚଳର ୩ ଗୋଟି ମୁଖ୍ୟ ସମସ୍ୟା ରେ ସୁଧାର ନଆସିବାରୁ ୬ ଗୋଟି ପଂଚାୟତ ବାସୀ ଭରସା ଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚସୀ ) ଅନ୍ତର୍ଗତ ବିଜୟ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତରଓ ନର୍ସ ପଦବୀ ଅଧିକାଂଶ ସମୟରେ ଖାଲି ପଡୁଥିବା ବେଳେ ଅlନୁସାଙ୍ଗିକ ପରୀକ୍ଷା ନିରୀକ୍ଷା ଯନ୍ତ୍ରଂlଶ ଅଭାବରୁ ରୋଗୀ ଚିକିତ୍ସା ସମ୍ଭବ ହେଉନି l. ସେପଟେ ରାତିଅଧ ତିନିପ୍ରହର ରେ ଗୁରୁତର ରୋଗୀ କୁ ଚିକିତ୍ସା ନିମନ୍ତେ ଚିରସ୍ରୋତା ଗୋବରୀ ନଦୀଆରପଟେ ମହାକାଳପଡ଼ା ସିଏଚସୀ କୁ ନେବାରେ ବାଧକ ସାଜୁଛି ନଦୀ l ଯାହାନେଇ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ (ଆରଡ଼ି ) ତରଫରୁ 1989-90ମସିହାରେ କେୟାର ବାଙ୍କ ଠାରେ ଗୋବରୀ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା l ମାତ୍ର କୌଣସି କାରଣ ବଶତଃ ରାଜ କୋଷରୁ କୋଟି କୋଟି ଅର୍ଥ ରାଶି ବ୍ୟୟ ପରେ ଅଧାରେ କାର୍ଯ୍ୟ ଠପ ହୋଇଗଲା l ପରବର୍ତ୍ତୀ ସମୟରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ(ଆର ଆଣ୍ଡ ବି ) ତରଫରୁ ମହାକାଳପଡ଼ା ଠାରେ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା l ଠିକ ସେହିପରି ଦୁଇଟି ପିଲର କାର୍ଯ୍ୟ ପୂର୍ଣ୍ଣାଙ୍ଗ ପୂର୍ବରୁ କାର୍ଯ୍ୟ ବନ୍ଦ ରହିଛି l ଅବ୍ୟବସ୍ଥିତ ବିଜୟ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଭିଯୋଗ କରୁଥିବା ୬ ପଂଚାୟତ ବାସୀ ନିର୍ଭର କରି ଅନେକ ସମୟରେ ରୋଗୀ ଜୀବନ ସଂକଟରେ ପଡିଥିବାର ନଜିର ରହିଛି l ସେହିପରି ଗୋବରୀ ନଦୀ ସେତୁ କୁ ସମ୍ପୃକ୍ତ ପଂଚାୟତ ବାସୀ ୩ ଦଶନ୍ଧି ପରେ ବି ଅପେକ୍ଷା ରେ ଅଛନ୍ତି l ଏବେ ବି ଝଡି ବଢ଼ି ସମୟରେ ବି ଜୀବନକୁ ବାଜି ଲଗାଇ ଚଣ୍ଡୀଆପଲ୍ଲୀ ଓ ବିଜୟ ନଗର ଘାଟ ପାର ହୋଇ ବ୍ଲକ ତହସିଲ,, ଥାନା ଓ ଡାକ୍ତରଖାନା ଯା ଆସ କରୁଛନ୍ତି l ବିଶେଷ କରି ସ୍ଥାନୀୟ ରାଜନେତା ପ୍ରଶାସନିକ ଅଧିକାରୀଙ୍କ ଅସହଯୋଗ ରୁ ଗୋବରୀ ନଦୀ ଉପରେ ସେତୁ ସମ୍ଭବ ହେଉନି ବୋଲି ଅଭିଯୋଗ କାରି ମାନେ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି l ଆହୁରି ମଧ୍ୟ ବିଜୁ ଜନତାଦଳ ସରକାରଙ୍କ ସମୟରେ ବିଜୟ ନଗର ଗାଁ ମୁଣ୍ଡ ରେ 2004ମସିହା ରୁ ନିର୍ମିତ ଇଣ୍ଡଷ୍ଟ୍ରିଆଲ ଟେକ୍ନିକାଲ ଇନଷ୍ଟିଉଚଟ (ଆଇଟିଆଇ )ଗୃହ ଛାତ ପଡ଼ିଥିଲେ ବି ଏଯାବତ ଫିନିସିଂ କାର୍ଯ୍ୟ କରାଯାଉନି l ପରବର୍ତ୍ତୀ ସମୟରେ ବିଜୟ ନଗର ଠାରେ ପ୍ରସ୍ତାବିତ ଶିଳ୍ପ ତାଲିମ କେନ୍ଦ୍ର ଅମଲାଙ୍କ ଟେବୁଲ ଉପର ଫାଇଲ ର ନାଲି ଫିତା ତଳେ ଅଟକି ରହିଲା l. ମାତ୍ର ସାଧାରଣ ଜନତାଙ୍କ ଟିକସ ପଇସା ତଥା ରାଜକୋଷରୁ ବ୍ୟୟ ଅର୍ଥ ପବ୍ଲିକ ଙ୍କ ସେବାରେ ନିୟୋଜିତ ହୋଇ ନପାରି ପଡ଼ିରହିଛି l ଯାହାକି ରାଜ୍ୟ ସରକାରଙ୍କ କ୍ଷଣିକ ଯୋଜନାରେ ରାଜକୋଷରୁ ବ୍ୟୟ ବରାଦ ଅମିତବ୍ୟୟୀ ସୂଚାଉଛି l ଏହି ସବୁ ସମସ୍ୟାର ତ୍ୱରିତ ସମାଧାନ ନେଇ ଅଭିଯୋଗ କାରି ମାନେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ସ୍ଥାନୀୟ ବିଧାୟକ,ଜିଲ୍ଲା ପାଳଙ୍କୁ ଅବଗତ କରାଇଛନ୍ତି l. ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପଂଚାୟତ ମୁରବି ମାନେ ସଂଗ୍ରାମ ଜାରିରଖିବେ ବୋଲି ଜଣାପଡିଛି l