ବାଲିପାଟଣା ୧୧/୦୬ : ବସନ୍ତମାଳ ମଣ୍ଡଳ (ଜୋନ୍-୨୦) ତରଫରୁ ତୁରିନ୍ତିରା ପଞ୍ଚାୟତ ଅଧୀନରେ ଥିବା ନରଦା ବ୍ୟାଙ୍କ୍ ସାମ୍ନା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ବୁଥ୍ ସଶକ୍ତିକରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ନେତା ବସନ୍ତ କୁମାର ନାୟକ ସଭା ପରିଚାଳନା କରିଥିବା ବେଳେ ସାଂସଦ ପ୍ରତିନିଧି ତାପସ କୁମାର ଜେନା ସମସ୍ତ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ଏହି ବୈଠକରେ ପ୍ରିୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁରୋଧ କ୍ରମେ ପ୍ରବାସ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ ଆୟୁଷ, ମହିଳା, ଓ ଶିଶୁ ବିକାଶ ବିଭାଗ,ଭାରତ ସରକାର ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ବିଦୁଭୁଷଣ ମିଶ୍ର , ବାଲିଅନ୍ତା ବ୍ଲକ ପ୍ରତିନିଧି ସିଦ୍ଧେଶ୍ୱର ନାଥ, ଶିବପ୍ରସାଦ ମଲ୍ଲିକ, ଜଗନ୍ନାଥ ବେହେରା, ନାରାୟଣ ବେହେରା, ଅକ୍ଷୟ ସେନାପତି, ଯ୍ୟୋତ୍ରିମୟୀ ଦାଶ, ମାଗୁଣୀ ସେଠୀ,ଓ ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଓ ଶହ ଶହ କର୍ମୀ ଯୋଗଦେଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ର ତୃଣ ମୂଳ ସ୍ତରରେ କର୍ମୀ ମାନଙ୍କୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଉପଦେଶ ଦେଇଥିଲେ ।