Odisha news

ମେଧାବୀ ଛାତ୍ରୀଙ୍କୁ ଠକିଦେଲା କିଏ ? ଏନ୍.ଏମ୍.ଏମ୍.ଏସ୍.ରେ କୃତକାର୍ଯ୍ୟ ହୋଇ ଏ-୧ ଛାତ୍ରୀଙ୍କୁ ମିଳିପାରିଲାନି ଷ୍ଟାଇପେଣ୍ଡ

0

ମହାକାଳପଡ଼ା (୨୭/୧୨)- ବାଳିକା ଶିକ୍ଷାକୁ ସରକାରଙ୍କର ପ୍ରୋତ୍ସାହନ ରହିଛି । ଯାହା ପାଇଁ ସରକାର ସ୍ୱତନ୍ତ୍ର ଭାବେ ଏଥିପ୍ରତି ଫୋକସ୍ କରୁଛନ୍ତି । ଖାଲିସେତିକି ନୁହେଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସରକାରଙ୍କ ତହବିଲରୁ ବିଭିନ୍ନ ପ୍ରକାରର ଷ୍ଟାଇପେଣ୍ଡରାଶି ମିଳିଥାଏ । କିନ୍ତୁ ମହାକାଳପଡ଼ା ବ୍ଳକ ସାନ ତେରଗାଁ ଗ୍ରାମର ସୁଶାନ୍ତ ମଲ୍ଲଙ୍କ ଝିଅ ଲିଜାରାଣୀ ମଲ୍ଲ କିଭଳିଭାବେ ଏନଏମ୍ଏମ୍ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଷ୍ଟାଇପେଣ୍ଡରାଶି ମିଳିପାରିଲା ନାହିଁ ।

ଯାହାକର ଖୋଳତାଡ଼ ହେବା ପରେ ଏବେ ଏହାର କାରଣ କେଉଁଠାରେ ରହିଗଲା ଯାହାକୁ ନେଇ ଏ-୧ ଡିଗ୍ରୀଧାରୀ ଛାତ୍ରୀଜଣକ ଏବେ ବଡ଼ ମନସ୍ତାପରେ ଅଛନ୍ତି । ଲିଜାରାଣୀ ମଲ୍ଳ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ରେପାସ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବାପାଙ୍କର ସ୍ୱଳ୍ପ ରୋଜଗାର ଭିତରେ ଏହି ଛାତ୍ରୀଜଣକ କଠିନ ପରିଶ୍ରମ କରି ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ୨୦୧୭ ମସିହାରେ ତେରଗାଁ ନୋଡାଲ୍ ୟୁପି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା ବେଳେ ୨୦୧୭ ନଭେମ୍ବର ୫ରେ କେନ୍ଦ୍ରାପଡ଼ାରେ ଏହି ପରୀକ୍ଷା ଦେଇଥିଲେ ।

ପରେ ବେଲାର ନୂଆଗାଁ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପରୀକ୍ଷା ଦେଇଥିବା ଏନଏମ୍ଏମ୍ଏସ୍ର ପରୀକ୍ଷା ଫଳ ବାହାରିଥିଲା । ଏହାପରେ ଲିଜାଙ୍କ କହିବାକଥା ସେତେବେଳର ପ୍ରଧାନଶିକ୍ଷକ ମୋ ପାଖରୁ ଆଧାରକାର୍ଡ଼, ଆକାଉଂଟ ନମ୍ବର ଓ କାଷ୍ଟ ସାର୍ଟିଫିକେଟର୍୍ ନେଇଥିଲେ । ବାରମ୍ବାର ମୋ ପାଖରୁ ତିନିଥର ମଧ୍ୟ ଏହି ନଥିପତ୍ର ଗୁଡ଼ିକ ନେବା ସହ ପରେ ମୋର ପ୍ରମାଣପତ୍ରର ମଧ୍ୟ ନକଲ ନେଇଥିଲେ ।

କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଷ୍ଟାଇପେଣ୍ଡ ପାଇପାରିଲି ନାହିଁ । ଏ ନେଇ ବିଦ୍ୟାଳୟର ପରାମର୍ଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଲି । ତେବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏହାର ପ୍ରକୃତ କାରଣ ଜଣାପଡ଼ିବା ପରେ ଲିଜାଙ୍କ ଅଭିଭାବକ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ନିୟମଅନୁଯାୟୀ ଷ୍ଟାଇପେଣ୍ଡ ଅର୍ଥ ପାଇବା ପାଇଁ ହେଲେ ଅନ୍ଲାଇନ୍ରେ ଆବେଦନ କରିବାକଥା । କିନ୍ତୁ ସେତେବେଳେ ତାହା ସମ୍ଭବ ହୋଇନାହିଁ । ଏଥିପାଇଁ ସିଧାସଳଖ ସ୍କୁଲ କତୃପକ୍ଷଙ୍କୁ ଲିଜାଙ୍କ ପରିବାର ଦାୟୀ କରିଛନ୍ତି । ନବମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଦାୟିତ୍ୱ ସମ୍ପୃକ୍ତ ବିଦ୍ୟାଳୟ ନେବାକି ନୁହେଁ ଏହା ମଧ୍ୟ ଆଜି ଆଲୋଚନାର ବିଷୟବସ୍ତୁ ହୋଇଛି ।

ଅନ୍ଲାଇନ୍ରେ ଆପ୍ଲାଇ କରିବା ପାଇଁ ଲିଜାକୁ ବିଦ୍ୟାଳୟ କତୃପକ୍ଷ ପରାମର୍ଶ ଦେଇଥିଲେକି ? ଏନ୍ଏମ୍ଏମ୍ଏସ୍ ଭଳି ଏକ ବୃତିଭିତିକ ପରୀକ୍ଷାରେ ସ୍କୁଲ କତୃପକ୍ଷଙ୍କର ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କ ପ୍ରତି କିଭଳଳି ରହିବାକଥା ବୋଧହୁଏ ଏ ବିଷୟରେ ଉଚ୍ଚକତୃପକ୍ଷ ତଦନ୍ତ କଲେ ପ୍ରକୃତକଥା ପଦାକୁ ଆସିପାରନ୍ତା । ଲିଜାଙ୍କ କହିବାକଥା ଅନେକ କଷ୍ଟ ଓ ପରିଶ୍ରମ କରି ମୁଁ ପାଠ ପଢ଼ିଲି, ପରୀକ୍ଷା ଦେଲି, କୃତକାର୍ଯ୍ୟ ମଧ୍ୟ ହେଲି । କିନ୍ତୁ ମେଧାବୃତି ବାବଦ ଟଙ୍କାଟିଏ ମଧ୍ୟ ପାଇପାରିଲି ନାହିଁ । ଖାଲି ଏତିକିନୁହେଁ ଏ ସମସ୍ୟାକୁ ନେଇ ମଧ୍ୟ ଲିଜାଙ୍କ ବାପା ଓ ଲିଜା ଭୂବନେଶ୍ୱରକୁ ମଧ୍ୟ ଯାଇଛନ୍ତି । କିନ୍ତୁ କିଛି ସୁଫଳ ମିଳିପାରିଲା ନାହିଁ ।

ଲିଜାଙ୍କ ପରି ଅନ୍ୟ ଛାତ୍ରଛାତ୍ରୀମାନେ ଏହି ମେଧାବୃତି ପାଉଥିବା ବେଳେ ଲିଜା ଏ ନେଇ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛନ୍ତି । ତେରଗାଁ ଭଳି ଏକ ଗ୍ରାମାଂଚଳରେ ବସବାସ କରି ପାଠପଢ଼ି ଏ-୧ ଭଳି ଏକ ମର୍ଯ୍ୟାଦାଜନକ ସମ୍ମାନର ଅଧିକାରୀ ହେବା ଜଣେ କୃଷି ପରିବାରର ଛାତ୍ରଛାତ୍ରୀମାନଙ୍କ ପାଇଁ କେତେ କଷ୍ଟ । ଯଦି ଲିଜାଙ୍କୁ ସ୍କୁଲ କତୃପକ୍ଷ ନ୍ୟାୟ ଦେଇପାରିଲେ ନାହିଁ ତେବେ ବାରମ୍ବାର ତାଙ୍କ ପାଖରୁ ବିଭିନ୍ନ ପ୍ରକାରର ପ୍ରମାଣପତ୍ର ନେଇ ସାନ୍ତ୍ୱନା ଦେଉଥିଲେ କେମିତି ? ଉଚ୍ଚଶିକ୍ଷା ଅଧ୍ୟୟନର ପ୍ରଥମ ପାହାଚରେ ପାଦଦେଇଥିବା ଲିଜାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି

Leave A Reply