ମହାକାଳପଡ଼ା (୨୭/୧୨)- ଚାଷିଙ୍କ ପାଇଁ ରାଜନୌତିକ ଦଳ ପାଖରୁ ଆରମ୍ଭ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ଚିନ୍ତାକରୁଛନ୍ତି ବୋଲି ବୟାନ ବାଜି ଜାରି ରହୁଛି କିନ୍ତୁ ଚାଷି ବାପୁଡାର ଦୁଃଖ ସରୁନି,ଚାଷି ପରିବାର ପୁଅ ଝିଅମାନେ ଚାଷରୁ ବିକ୍ରି ବଟା ହେଉଥିବା ଅର୍ଥ ଉପରେ ନିର୍ଭର କରି ପାଠ ପଢନ୍ତି ଭବିଷ୍ୟତ କଥା ଚିନ୍ତା କରନ୍ତି ,କିନ୍ତୁ ଚାଷି ବିଲରେ ‘ସଲ ‘ଳିଲେ ସିନା ଦେଶର ଅର୍ଥନୌତିକ ବିକାଶ ହେବା ସହ ଦେଶରୁ ଦାରିଦ୍ର୍ୟ ହଟିବ କିନ୍ତୁ ଚାଷି କଥା କେହି ଶୁଣୁନଥିବା ବ୍ଲକର ପେଟଛେଲା ପଂଚାୟତର ବି ବି କଲୋନୀ ଗ୍ରାମରେ ଦେଖିବାକୁ ମିଳିଛି । ଚାଷି ଦିର୍ଘ ୧୫ ଦିନ ହେବ କ୍ଷେତ୍ର ପ୍ରସ୍ତୁତି କରି ଚିନା ବାଦାମ ବିହନ କୁ ଅପେକ୍ଷା କରିଛି । ବିଭାଗିୟ ଅଧିକାରି ଙ୍କ କାର୍ଯ୍ୟଳୟ କୁ ବାରମ୍ବାର ଦୌଡି ଦୌଡି ଏଯାଏ ମିଳୁପାରୁନି ବିହନ । ବି ବି କଲୋନୀ ଗ୍ରାମର ଚିନାବାଦମ ଚାଷି ସୁଧିର ଦେବନାଥ କହିବା କଥା ଆମ ଅଂଚଳରେ ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ଗାଁର ଲୋକମାନେ ବାଦାମଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି ।
ଆମେ ସଅଳ ସଅଳ ଧାନ କାଟି ପ୍ରତିବର୍ଷ ଚିନାବାଦାମ ଚାଷ କରିଥାଉ ଏଥିରୁ ଭଲ ଦୁଇ ପଇସା ଉର୍ପାଜନ ହୁଏ , ପରିବାର ଯାବତୀୟ ଖର୍ଚ ମେନଟାଉଥାଉ କିନ୍ତୁ ଏସନ ଆଉ ଜମିରେ ଚିନା ବାଦମ କଲା ଭଳି ଦିଶୁନି ,ବାଧ୍ୟ ହୋଇ ଚଢା ଦରରେ କେନ୍ଦ୍ରାପଡା ବଜାରରୁ ବିହନ ଆଣି ଅଳ୍ପେ ବହୁତ ଜମି ଚାଷ କରୁଛୁ ,ବିହନ ଚଢା ଦର ହେତୁ ସଂମ୍ପୃଣ୍ଣ ଜମି ଚାଷ କରିବା ଆମ ପକ୍ଷେ ସମ୍ଭବ ହେଉନି । ଏନେଇ ବିଭାଗିୟ ଅ‘ିସରଙ୍କୁ େ‘ାନରେ ଯୋଗା ଯୋଗ କଲେ େ‘ାନ ରିସିଭି କରୁ ନଥିବା ଅଭିଯୋଗ ହେଉଛି ।
ନା ମିଳୁଛି ବିହନ ,ନା ମିଳୁଛି ଚାଷିକୁ ସରକାରି ପୋତ୍ସାହନ । ସୁଚନା ଯୋଗ୍ୟ ଅର୍ଥକାରି ଚିନା ବାଦମ ଚାଷ ବ୍ଲକର ମହାନଦୀ ଅବବାହିକା ଅଂଚଳରେ ପ୍ରଚୁର ପରିମାଣରେ ପୁର୍ବରୁ ଚାଷ ହେଉଥିଲା । କିନ୍ତୁ ସରକାରି ପୋତ୍ସାହନ ର ଅଭାବ ବିକ୍ରି ବଟାର ଅସୁବିଧା ଏବଂ କ୍ୃଷି ବିଭାଗର ଅଧିକାରିଙ୍କ ପରାମର୍ଶ ନ ମିଳୁବାରୁ ଦିନକୁ ଦିନ ମହାନଦୀ ଅବବାହିକ ଅଂଚଳରୁ ଚିନା ବାଦମ ଚାଷ ଲୋପ ପାଇବାକୁ ବସିଲାଣି ।ଚିନାବାଦାମ ଚାଷ ପାଇଁ ଉପଯୁକ୍ତ ଜଳବାୟୁ, ମାଟି ଅଛି କିନ୍ତୁ ଚାଷି ଆଉ ଆଗ ଭଳିଆ ଆଗଭର ହେଉ ନାହିଁ । ଯଦି ବିବି କଲେନୀ ଗ୍ରାମର ଚାଷିମାନଙ୍କ ଅବସ୍ଥା ଏଭଳି ତେବେ କେଉଁ ଚାଷ ଏହି ଚାଷ ପତ୍ରୀ ଆଗ୍ରହ ପ୍ରକାଶ କରିବ ଯାହାକୁ ନେଇ ଚାଷିନେତା ଉଦବେଗ ପ୍ରକାଶ କଲେଣି । ମହାନଦୀ ଶାଖା ନଦୀ ପାଶ୍ୱର୍ରେ ଚିନାବାଦମ ଚାଷ ହୋଇ ଆସୁଥିଲା ।
ଯଥା ବ୍ଲକର ଧନିଆପଡା, ତିଖିରି, ଅମେଇପାଳ, ମହାନଙ୍ଗଳା, ବଡ ଘାଇ, ଖୁରୁସିଆ, ପାଟୋଳିପଙ୍ଗ, କୋଦାକଣ, ରଘୁନାଥପୁର , ଗଡ ରୋମିତ, ଛନ୍ଦା, ପୁରୁଷତମପୁର, ଷେବଳା, ଗୋପିନାଥପୁର ,ବଡକୂଳ, ଦହିମାଛ, କଂରଜ, ଆଶ୍ରମବାଲିକୁଦା, ଓସ୍ତର, ଘୋଡାବନ୍ଧ, ଗୋପାଳପୁର, ଗଉଡବାଡପୁର, ମଙ୍ଗଳପୁର, ସାଠିଏବାଟି, ଗୋଖାଖଟି, ବରକନ୍ଦା, ତେନ୍ତୁଲିକନ୍ଧା ଆଜି ଅଂଚଳରୁ ପ୍ରତିବର୍ଷ ଟନ ଟନ ବାଦାମ ଉତ୍ପାଦନ ହେଉଥିଲା କିନ୍ତୁ କାଳକ୍ରମେ ଏହି ଚାଷ ପ୍ରତି ଚାଷି ମୁହଁ ମୋଡିଲେଣି । ତୁରନ୍ତ ଚିନାବାଦମ ଚାଷ ପତ୍ରୀ ବିଭାଗିୟ ଅଧିକାରି ଦ୍ୃଷ୍ଟି ଦେବା ପାଇଁ ଚାଷିନେତା ଅଙ୍କୁର ପଲାଇ ଓ ଉପକୂଳ ବିକାଶ ଅଭିଯାନ ର ଅମରଜ୍ୟୋତି ଝଟକସିଂ ଦାବି ହେଉଛି