ମହାକାଳପଡ଼ା , ଗୋଟେ ପଟେ ସରକାର ୫ ଟି ଜରିଆରେ ବିଦ୍ୟାଳୟ ଗୁଡ଼ିକୁ ସଜାଡ଼ିବାକୁ ଯୋଜନା ଆରମ୍ଭ କରୁଥିବା ବେଳେ ସବୁ ନିତିନିୟମକୁ ଫୁ କରିଦେଇ ମହାକାଳପଡ଼ା ଅଂଚଳରେ ତାହାର ନିଛୁକ ଉଦାହରଣ ଦେଖିବାକୁ ମିଳିଛି । ମହାକାଳପଡ଼ା ବ୍ଲକ ବଡ଼ତୋଟା ଛପାଲି ଗ୍ରାମରେ ଥିବା ଅମ୍ବିକା ସୁନ୍ଦରି ବିଦ୍ୟାଳୟରେ ଭୋଜିଭାତ ପାଇଁ ଟେଂଟ ବନ୍ଧା ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି । ଗୁରୁବାର ଠାରୁ ଛପାଲି ବଡ଼ତୋଟା ଗ୍ରାମରେ ଥିବା ଅମ୍ବିକା ସୁନ୍ଦରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ବ୍ୟକ୍ତି ଭୋଜିଭାତ ପାଇଁ ଟେଂଟ ବାନ୍ଧି ରଖିଛନ୍ତି । ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ଗୋ÷ରୀ ମାହାଳୀ ଭୋଜିଭାତ ପାଇଁ ଟେଂଟ ବାନ୍ଧିଥିବା ବ୍ୟକ୍ତି ଉଦୟ କୁମାର ରାଉତ ଙ୍କୁ ଅଟକାଇବାରୁ ସେ ଜବରଦସ୍ତ ଟେଂଟ ବାନ୍ଧିଥିଲେ । ନିଜ ବାପାଙ୍କର ସୁଦ୍ଧିକ୍ରୀୟା ପାଇଁ ୩ ଦିନ ଏହି ଟେଂଟ ବନ୍ଧା ହୋଇ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଥିଲେ । ବିଦ୍ୟାଳୟ ପରିସର ଭିତରେ ଯୋର ଜବରଦସ୍ତ ଟେଂଟ ବାନ୍ଧିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଶ୍ରଭ୍ୟ ଭାଷାରେ ଗାଳି ଗୁଲଜ କରିବା ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ଫୋନ୍ ଯୋଗେ ମହାକାଳପଡ଼ା ବିଇଓ ଙ୍କୁ ଅବଗତ କରାଇଥିଲେ । ଖବର ପାଇ ମହାକାଳପଡ଼ା ବିଇଓ ଅଜୟ କୁମାର ପରିଡ଼ା ବିଦ୍ୟାଳୟର ସିଆରସିସି ଙ୍କୁ ତଦନ୍ତ ପାଇଁ ପଠାଇଥିଲେ । ସିଆରସିସି ପ୍ରଧାନ ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ଏସବୁ ବନ୍ଦ କରିବାକୁ କହିବା ସହ ମହାକାଳପଡ଼ା ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମାତ୍ର ଶୁକ୍ରବାର ଦିନତମାମ ବିଦ୍ୟାଳୟ ପରିସରରେ ଟେଂଟ ବନ୍ଧା ହୋଇଥିବା ଯୋଗୁଁ ବିଦ୍ୟାଳୟରେ ପାଠପଢାରେ ଅନେକ ସମସ୍ୟା ଦେଖାଦେଇଥିଲା । ଏହି ବିଦ୍ୟାଳୟରେ ୧ମ ରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ୧୮୪ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ବିଦ୍ୟାଳୟରେ ବାଉଣ୍ଡି୍ରୀ ନଥିବା ଯୋଗୁଁ ଅନେକ ସମୟରେ ବାହାର ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି ହେବା ସହ ବିଦ୍ୟାଳୟ ପରିବେଶକୁ ନଷ୍ଟ କରାଯାଉଛି । ଏସମ୍ବନ୍ଧରେ ବିଇଓ ଅଜୟ କୁମାର ପରିଡ଼ାଙ୍କୁ ପଚାରିବାରେ ବିଦ୍ୟାଳୟ ପରିସର ମଧ୍ୟରେ କାହାକୁ ଅନୁମତି ଦିଆଯାଇନାହିଁ କୋ÷ଣସି କାର୍ଯ୍ୟ କରିବା ପାଇଁ । ଉକ୍ତ କାର୍ଯ୍ୟ ଯୋର ଜବରଦସ୍ତି କରାଯିବା ସହ ଶିକ୍ଷକ ମାନଙ୍କୁ ଗାଳି ଗୁଲଜ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଛନ୍ତି । ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଗଲେ ମଧ୍ୟ ଏନେଇ ଉପରିସ୍ଥ ଅଧିକାରୀ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କିମ୍ବା ଉକ୍ତ ଟେଂଟକୁ ବିଦ୍ୟାଳୟ ପରିସରରୁ ଉଠାଇବା ନେଇ କାହାରି ଆନ୍ତରିକତା ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି । ତେବେ ବିଦ୍ୟାଳୟ ପରିସର ମଧ୍ୟରେ ଭୋଜିଭାତ ପାଇଁ ଟେଂଟ ବନ୍ଧା ହେବା ଘଟଣାରେ ବିଇଓ ଏବଂ ଡ଼ିଇଓ ଚୁପ୍ ରହିବା ଏବେ ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।