Odisha news

ନନ୍ଦନକାନନରେ ଦୁଇ ନୂଆ ଅତିଥି

0

ବାରଙ୍ଗ :  ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସ୍ନେହା ଜନ୍ମ ଦେଇଛି ପୁଣି ୨ଟି ଶାବକ । ଏହାର ୩ୟ ଔରଷରୁ ଗୋଟିଏ ଧଳା ଛୁଆ ଓ ଏକ ସାଧାରଣ ଛୁଆ ଜନ୍ମ ହୋଇଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି । ସୂଚନା ଯୋଗ୍ୟ ଯେ, ୨୦୧୪ ଜୁଲାଇ ୨୭ ତାରିଖରେ କୁସୁମର ଝିଅ ଧଳା ବାଘୁଣୀ ସ୍ନେହା ମଧ୍ୟ ନନ୍ଦନକାନନ ପାଇଁ ଗର୍ବ ଓ ଗୌରବ ନେଇଆସିଥିଲା ଓ ପ୍ରଥମ ଔରଷରେ କଳାଲୋମଯୁକ୍ତ ଶାବକ ଜନ୍ମ ଦେଇ ସେ ଏଠାରେ ଇତିହାସ ରଚିଥିଲା । କୁସୁମର ଝିଅ ସ୍ନେହା ସହ ୨୦୦୮ ଫେବୁୟାରୀ ୨୮ ତାରିଖରେ ରୋହିତ ଓ ଶୈଳଜାଙ୍କ ଠାରୁ ଜନ୍ମ ହୋଇଥିବା ସାଧାରଣ (ନାଲି) ବାଘ ମନିଷକୁ କର୍ତ୍ତୃପକ୍ଷ ମିଳନ କରାଇ ସ୍ନେହା ଦୁଇଟି ସାଧାରଣ ରଙ୍ଗର ବାଘ ଶାବକ ଜନ୍ମ ଦେବା ସହ ଗୋଟିଏ ବିରଳ କଳାବାଘ ଓ ଧଳାକଳା ବାଘ ଶାବକ ଜନ୍ମ ଦେଇଥିଲା । ଯାହାଫଳରେ ସାରା ଦେଶରେ ଚହଳ ସୃଷ୍ଟିକରି ନନ୍ଦନକାନନ ପାଇଁ ଗର୍ବ ଓ ଗୌରବ ନେଇଆସିଥିଲା । ବାଘୁଣି ସ୍ନେହା ଓ ସାଧାରଣ ରଙ୍ଗ(ନାଲି) ବାଘ ମନିଷ ସହ ପୁନର୍ବାର ୨୦୧୬ ଜାନୁୟାରୀରେ ମିଳନର ସୁଯୋଗ ଦେଇଥିଲେ । ଯାହାଫଳରେ ସ୍ନେହା ଦ୍ୱିତୀୟ ଥର ପାଇଁ ୨ମାସର ଗର୍ଭବତୀ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ଗର୍ଭ ନଷ୍ଟ ହୋଇଯାଇଥିଲା । କି;ୁ କର୍ତ୍ତୃପକ୍ଷଙ୍କୁ କଳାବାଘ ବଂଶ ବୃଦ୍ଧି କରିବାର ନିଶା ମନରୁ ଲିଭି ନଥିଲା । ଫଳରେ କର୍ତ୍ତୃପକ୍ଷ ପୁଣି ବାଘୁଣି ସ୍ନେହା ଓ ସାଧାରଣ ରଙ୍ଗ(ନାଲି) ବାଘ ମନିଷ ସହ ୨୦୧୬ ଅପ୍ରିଲ ମାସରେ ମିଳନର ସୁଯୋଗ ଦେଇଥିଲେ । ଏହି ମିଳନ ସଫଳ ହୋଇଥିଲା । ୫ ଅଗଷ୍ଟ ୨୦୧୬ରେ ସ୍ନହା କଳାଲୋମଯୁକ୍ତ ଭିକି ସହ ଚିନୁ, ମୌସୁମୀଙ୍କୁ ଜନ୍ମ ଦେଇଥିଲା ।

Leave A Reply