ଭୁବନେଶ୍ୱର,୧୦ା୧ : ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଶିଶୁ ଯନି ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର ସର୍ବଭାରତୀୟ ପ୍ରତିଯୋଗିତା ହୋସଲା-୨୦୧୯ରେ ଓଡିଶା କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିଅନ ହୋଇଛନ୍ତି । ବିଗତ ବର୍ଷ ୨୩ଟି ପଦକ ପାଇ ଚାମ୍ପିଅନ ହୋଇଥିବା ଓଡିଶା ଦଳ ଚଳିତ ବର୍ଷ ୩୦ଟି ପଦକ ହାସଲ କରିଛି, ଯେଉଁଥିରେ ରହିଛି ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ । ଓଡିଶା ଦଳର ଏହି ବିଜୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିବା ସହିତ କଳିଙ୍ଗ ଷ୍ଟାଡିୟମଠାରେ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଜେତାଙ୍କୁ ଟ.୫୦,୦୦୦/-, ରୌପ୍ୟ ପଦକ ବିଜେତାଙ୍କୁ ଟ. ୩୦,୦୦୦/- ଓ କାଂସ୍ୟ ପଦକ ବିଜେତାଙ୍କୁ ଟ.୨୦,୦୦୦/-ନଗଦ ଅର୍ଥରାଶି ସହିତ ସମ୍ମାନଫଳକ ପ୍ରଦାନ କରାଯାଇଥିଲା ।