Odisha news

କାହିଁକି ମହାଦେବ ଙ୍କୁ କୁହାଯାଏ ତ୍ରୟମ୍ବକେଶ୍ୱର ଏବଂ କଣ ରହିଛି ଏହାର ଧାର୍ମିକ ମାନ୍ୟତା 

0
ଭୋଳାନାଥ ମହାଦେବ ଙ୍କୁ ତାଙ୍କର ୩ ଚକ୍ଷୁ କାରଣରୁ ତ୍ରୟମ୍ବକେସ୍ଵର କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ମହାଦେବ ଙ୍କ ତୃତୀୟ ନେତ୍ର ଖୁବ ଶକ୍ତିଶାଳୀ ଅଟେ l ଏହି ନେତ୍ର ର ଦୃଷ୍ଟି ଯେଉଁ ଶକ୍ତି ଉପରେ ପଡିଥାଏ ତାହା ଧ୍ବଂସ ହୋଇ ଯାଇଥାଏ l ମାନ୍ୟତା ରହିଛି ଯେ ଯେତେବେଳେ ପାପର ଭାର ବଢି ବଢି ଚାଲି ଥାଏ ସେତେବେଳେ ମହାଦେବ ଙ୍କ ତୃତୀୟ ନେତ୍ର ଖୋଲି ଥାଏ l କିନ୍ତୁ ଆଜି ପର୍ଯ୍ୟନ୍ତ ମହାଦେବ ଙ୍କ ଏହି ନେତ୍ର କେତେଥର ଖୋଲିଛି ତାହା ଆପଣ ଜାଣିଛନ୍ତି କି ?
* ଏକଦା ଦେବ ରାଜ ଇନ୍ଦ୍ର ଓ ଦେବ ଗୁରୁ ବୃହସ୍ପତି ଭଗବାନ ଶିବ ଙ୍କୁ ସାକ୍ଷାତ କରିବା ପାଇଁ କୈଳାଶ ପର୍ବତ କୁ ଯାଇଥିଲେ l ସେତେବେଳେ ମହାଦେବ ତାଙ୍କ ଧର୍ଯ୍ୟ ର ପରୀକ୍ଷା ନେବାକୁ ଲାଗିଲେ l ଏହି ସମୟରେ ମହାଦେବ ଜଣେ ଋଷି ଙ୍କ ରୂପ ଧାରଣ କରି ତାଙ୍କ ଯିବା ରାସ୍ତାରେ ବସି ଗଲେ l ଇନ୍ଦ୍ର ବାରମ୍ବାର କହିବା ସତ୍ୱେ ମଧ୍ୟ ସେ ବାଟରୁ ଉଠି ନଥିଲେ l ସେତେବେଳେ ଇନ୍ଦ୍ର କ୍ରୋଧିତ ହୋଇ ଭଗବାନ ଶିବ ଙ୍କ ଉପରେ ନିନ ବଜ୍ର ରେ ପ୍ରହାର କରିଥିଲେ l ଏହା ଦେଖି ମହାଦେବ କ୍ରୋଧିତ ହୋଇ ଯାଇଥିଲେ ଓ ନିଜର ତୃତୀୟ ନେତ୍ର ଖୋଲି ଦେଇଥିଲେ l ଏହି ସମୟରେ ଗୁରୁ ବୃହସ୍ପତି ମଝିକୁ ଚାଲି ଆସିଥିଲେ ଓ ଇନ୍ଦ୍ର ରକ୍ଷା ପାଇ ଯାଇଥିଲେ l ଏବଂ ମହାଦେବ ନିଜ ଚକ୍ଷୁ କୁ ସମୁଦ୍ର ଆଡକୁ କରି ଦେଇଥିଲେ ଓ ଯେଉଁ ଥିରୁ ରାକ୍ଷସ ଜଳନ୍ଧର ର ଜନ୍ମ ହୋଇଥିଲା l
* ଭଗବାନ ମହାଦେବ ଙ୍କ ପ୍ରଥମ ପତ୍ନୀ ଦେବୀ ସତୀ ଙ୍କ ପିତା ଗୋଟିଏ ଯଜ୍ଞ କରିଥିଲେ l ଯେଉଁଥିରେ ଭଗବାନ ଶିବ ଙ୍କୁ ଛାଡି ସମସ୍ତ ଦେବଦେବୀ ଙ୍କୁ ନିମନ୍ତ୍ରଣ କରାଯାଇ ଥିଲା l ଦେବୀ ସତୀ ନିଜ ସ୍ୱାମୀ ଙ୍କ ର ଏହି ଅପମାନ ଶଯ୍ୟ କରି ପାରି ନଥିଲେ l ସେ କ୍ରୋଧିତ ହୋଇ ସେହି ଯଜ୍ଞ ରେ ଆତ୍ମହୁତୀ ଦେଇ ନିଜର ପ୍ରାଣ ତ୍ୟାଗ କରିଥିଲେ l ଦେବୀ ସତୀ ଙ୍କ ବିୟୋଗ ରେ ମହାଦେବ କ୍ରୋଧିତ ହୋଇଥିଲେ l ଏବଂ ସମସ୍ତ ମୋହ ମୟରୁ ନିବୃତ ହୋଉ ଅନେକ ଦିନ ପର୍ଯ୍ୟନ୍ତ ସାଧନା ରେ ଚାଲିଗଲେ l ଏହାଦେଖି ସମସ୍ତ ଦେବଦେବୀଙ୍କର ଚିନ୍ତା ବଢି ଗଲା l ସେମାନେ ଚିନ୍ତା କଲେ କିପରି ମହାଦେବ ଙ୍କ ତପସ୍ୟା ଭାଙ୍ଗିବ l ଏହି ଦାୟିତ୍ୱ କମାଦେବ ନେଇଥିଲେ l କାମ ଦେବ ଙ୍କ ପୁଷ୍ପ ଧନୁ ରେ ମହାଦେବ ଙ୍କ  ତପସ୍ୟା ଭଙ୍ଗ ହୋଇ ତୃତୀୟ ନେତ୍ର କ୍ରୋଧ ରେ ଖୋଲି ଗଲା ଓ ତାର ଅଗ୍ନି ରେ କାମଦେବ ଭସ୍ମ ହୋଇଗଲେ l
* ଏକଦା ମାତା ପାର୍ବତୀ ଖେଳ ଖେଳ ରେ ମହାଦେବ ଙ୍କ ଦୁଇ ନେତ୍ର ଉପରେ ହାତ ରଖି ଦେଇଥିଲେ l ପାର୍ବତୀ ଙ୍କ ଅଜାଣତ ରେ ହୋଇଥିବା ଏହି ଭୁଲ କାରଣରୁ ସାରା ବିଶ୍ୱରେ ଅନ୍ଧକାର ଛାଇ ଯାଇଥିଲା l ସେତେବେଳେ ବିଶ୍ୱ କୁ ଅନ୍ଧକାର ରୁ ରକ୍ଷା କରିବା ପାଇଁ ମହାଦେବ ନିଜର ତୃତୀୟ ନେତ୍ର କୁ ଖୋଲି ଦେଇଥିଲେ l କୁହାଯାଏ ଯେ ତୃତୀୟ ଚକ୍ଷୁ ର ଅଗ୍ନି ର ପ୍ରକୋପ ରୁ ପାର୍ବତୀ ଙ୍କ ହାତରୁ ଯେଉଁ ଝାଳ ନିର୍ଗତ ହୋଇଥିଲା ସେଥିରୁ ଅନ୍ଧକ ନାମକ ରାକ୍ଷସ ର ଉତ୍ପତି ହୋଇଥିଲା l
Leave A Reply