Odisha news

ଭାରତର ନାଗ ଭୂମି ଝାରଖଣ୍ଡ : ଯେଉଁଠି ମହାଦେବ ପୂଜା ପାଇଥାଆନ୍ତି ମଣ୍ଡା ଦେବତା ଭାବରେ

0

ଶ୍ରାବଣମାସ ରେ ପୃଥିବୀଲଙ୍କ ର ସୌନ୍ଦର୍ଯ୍ୟ ଖୁବ ମନୋମୁଗ୍ଧକର , ଗୋଟିଏ ପଟରେ ବର୍ଷାର ରୁଣୁଝୁଣୁ ସ୍ପର୍ଶ ଏବଂ ଅନ୍ୟ ପଟରେ କାଉଡିଆ ଙ୍କ ଗେରୁଆ ରଙ୍ଗର ବସ୍ତ୍ର ସହିତ ବୋଲ ବମ ହର ହର ବମ ଧ୍ୱନୀ l ଶ୍ରାବଣମାସ ରେ ମହାଦେବ ଆଶୀର୍ବାଦ କୁ ଗ୍ରହଣ କରିବା ପାଇଁ ପରମ୍ପରା ପଥରେ ଚାଲନ୍ତି ଶ୍ରଦ୍ଧାଳୁ l ସହର ଠାରୁ ଗାଁ ଗଣ୍ଡା ରୁ ନେଇ ପର୍ବତ ର ଗୁମ୍ଫା ଯେଉଁଠି ଶିବ ଧ୍ୱନୀରେ ମୁଖରିତ ହୋଇ ଉଠିଥାଏ ସେଠାରେ କିପରିବା ଆଦିବାସୀ ମାନେ ପଛରେ ରହିଯିବେ ?

ସେହିଭଳି ଝାରଖଣ୍ଡ ଗୋଟିଏ ଆଦିବାସୀ ଜନଜାତି ରହିଛନ୍ତି , ଯିଏକି ମହାଦେବ ଙ୍କୁ ତାଙ୍କର ପ୍ରିୟ ଦେବତା ମଣ୍ଡା ଭାବରେ ପୂଜା କରି ଥାଆନ୍ତି l ଏବଂ ମଣ୍ଡା ଙ୍କ କୃପା ପାଇବା ପାଇଁ ଶ୍ରାବଣମାସ ରେ ୧୧ ଦିନ ପର୍ଯ୍ୟନ୍ତ ଧରି କଠୋର ବ୍ରତ ରଖି ଥାଆନ୍ତି l ଏବଂ ଉତପ୍ତ ଅଙ୍ଗାର ରେ ଚାଲି ଥାଆନ୍ତି, ଯାହାକି ତାଙ୍କୁ ଫୁଲ ଭଳି ଶୀତଳ ଲାଗିଥାଏ  l ପ୍ରତ୍ୟେକ ଆଦିବାସୀ ଗ୍ରାମ ଗୁଡିକର ବାହାରେ ମହାଦେବ ମଣ୍ଡା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଯିଏକି ଦୁଃଖ କଷ୍ଟ ବାଧା ବିଘ୍ନ ରୋଗ ବୈରାଗ ଠାରୁ ତାଙ୍କ ଭକ୍ତ ମାନଙ୍କୁ ରକ୍ଷା କରନ୍ତି l

ଅକ୍ଷୟତୃତୀୟା ଠାରୁ ନେଇ ଜ୍ୟେଷ୍ଠ ପୂର୍ଣିମା ପର୍ଯ୍ୟନ୍ତ ଝାରଖଣ୍ଡ ର ଛୋଟ ନାଗପୁର ଅଂଚଳର ମଣ୍ଡା ପୂଜା ଅଲଗା ଅଲଗା ସମୟ ରେ ହୋଇଥାଏ l ଝାରଖଣ୍ଡ କୁ ନାଗଙ୍କ ଭୂମୀ ମଧ୍ୟ କୁହାଯାଇ ଥାଏ, ଏହି ଭୂମିରେ ମଧ୍ୟ ବାବା ବାସୁକୀନାଥ ଙ୍କ ଠାରୁ ବାବା ବୈଦ୍ୟନାଥ ଙ୍କ ପର୍ଯ୍ୟନ୍ତ ସମସ୍ତେ ବିରାଜମାନ ଅଟନ୍ତି l ଏହି ଯେଉଁ ମଣ୍ଡା ପର୍ବ ଅସୁର ଙ୍କ ସହିତ ଜଡିତ ପ୍ରଥା ଅଟେ l ଏହି ୧୨ ଦିନର ବ୍ରତରେ ଆଦିବାସୀ ମାନେ ମାଂସ, ମଦିରା, ମାଛ ବର୍ଜିତ ରହି ଥାଆନ୍ତି l

ଆଜିର ସହରୀ ସଭ୍ୟତା ମଧ୍ୟରେ ଝାଡ଼ଖଣ୍ଡର ର ଆଦିବାସୀ ସଭ୍ୟତାର ଧର୍ମ ପ୍ରତି ଓ ଈଶ୍ୱରଙ୍କ ପ୍ରତି ଆସ୍ଥା ଆଜି ମଧ୍ୟ ରହିଛି, ଯାହାକି ଆଜି ବି ପୃଥିବୀ ଲୋକରେ ଶିବ ଭକ୍ତିକୁ ଦର୍ଶାଉଛି l

Leave A Reply