Odisha news

ମହାଭାରତର ରୋଚକ କଥା : ଭଗବାନ କୃଷ୍ଣଙ୍କ ନଜରରେ କଣ ପାଇଁ କର୍ଣ୍ଣ ହୋଇଥିଲେ ମହାନ ଅର୍ଜୁନ ନୁହେଁ

0

ଦାନ ବୀରତା ପାଇଁ ପ୍ରସିଦ୍ଧ କର୍ଣ୍ଣଙ୍କୁ ମହାଭାରତ ଯୁଦ୍ଧରେ ସବୁଠୁ ଶକ୍ତିଶାଳୀ ଯୋଦ୍ଧା ମାନଙ୍କ ମଧ୍ୟରେ ଜଣେ ବୋଲି ଧରାଯାଏ l ଏହି କଥାକୁ କେହିବି ମନା କରିପାରିବେ ନାହିଁ ଯେ କର୍ଣ୍ଣ ନିଜର ପ୍ରତିଦ୍ବନ୍ଦୀ ଅର୍ଜୁନଙ୍କଠାରୁ ଶ୍ରେଷ୍ଠ ଧନୁର୍ଦ୍ଧାରୀ ଥିଲେ l ଯାହାଙ୍କର ପ୍ରଶଂସା କରିବା ପାଇଁ ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ପଛେଇ ନଥିଲେ l ଶ୍ରୀ କୃଷ୍ଣ କର୍ଣ୍ଣଙ୍କୁ ଦାନବୀର ,ନୈତିକ ଓ ସଂଜମଶିଳ ବ୍ୟକ୍ତି ଭାବରେ ପ୍ରଶଂସା କରିଥିଲେ l ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା l

ଏକଦା ଭଗବାନ କୃଷ୍ଣ ନିଜର ପ୍ରିୟ ମିତ୍ର ଅର୍ଜୁନଙ୍କ ସହିତ ଗୋଟିଏ ଗାଁ ଆଡକୁ ଯାଉଥିଲେ ,ସେହି ସମୟରେ କିଛି ଗାଁ ଲୋକ ଆସି ଦୁଇଜଣଙ୍କୁ ଅଟକାଇଥିଲେ ଓ ପଚାରିଥିଲେ କର୍ଣ୍ଣଙ୍କୁ କାହିଁକି ଦାନବୀର କୁହାଯାଏ କିନ୍ତୁ ଅର୍ଜୁନଙ୍କୁ ନୁହେଁ l ଏହା ଶୁଣି କୃଷ୍ଣ ଓ ଅର୍ଜୁନ କିଛି ସମୟ ପାଇଁ ଚିନ୍ତାରେ ପଡିଗଲେ l କିଛି ସମୟ ପରେ କୃଷ୍ଣ ଦୁଇଟି ପର୍ବତକୁ ସୁନାରେ ବଦଳାଇ ଦେଲେ ଏବଂ ଅର୍ଜୁନଙ୍କୁ କହିଲେ ଏହାର ସମସ୍ତ ସୁନା ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅ l ଅର୍ଜୁନ ସେହିପରି କଲେ ଯେପରି କୃଷ୍ଣ କହିଥିଲେ ,ସେ ସମସ୍ତ ଗାଁ ଲୋକଙ୍କୁ ଡାକିଲେ ଓ କହିଲେ ସମସ୍ତେ ପର୍ବତ ପାଖରେ ଏକାଠି ହୁଅ କାରଣ ସୁନା ବଣ୍ଟା ହେବ l ଗାଁ ଲୋକ ଅର୍ଜୁନଙ୍କର ଏହି କଥା ଶୁଣି ତାଙ୍କର ଜୟକାର କରିବାକୁ ଲାଗିଲେ l

ଅର୍ଜୁନ ଦୁଇଦିନ ଓ ଦୁଇରାତି ସେହି ପାହାଡକୁ ଖୋଲିବାକୁ ଲାଗିଲେ କିନ୍ତୁ ସେଥିରୁ ସୁନା ବାହାରିଲା ନାହିଁ l ଅର୍ଜୁନ ହାର ସ୍ୱୀକାର କରିବାକୁ ଚାହୁଁ ନଥିଲେ,ତେଣୁ ସେ ଗାଁ ଲୋକଙ୍କୁ ଟିକିଏ ସମୟ ମାଗିଲେ l ଅର୍ଜୁନଙ୍କୁ ଥକି ଯାଇଥିବାର ଦେଖି କୃଷ୍ଣ କର୍ଣ୍ଣଙ୍କୁ ଡାକିଲେ ଓ କହିଲେ ସୁନାର ପାହାଡକୁ ଏହି ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅ l କର୍ଣ୍ଣ କାଳ ବିଳମ୍ବ ନକରି ତୁରନ୍ତ ଗାଁ ଲୋକଙ୍କ ମଧ୍ୟକୁ ଗଲେ ଓ ଘୋଷଣା କଲେ ତମେମାନେ ସେହି ପାହାଡ ଦୁଇଟିକୁ ଯାଇ ନିଜପାଇଁ ସୁନା ବାହାର କରିନିଅ l

ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ରହିଗଲେ ସେହି ସମୟରେ କୃଷ୍ଣ ତାଙ୍କ ନିକଟକୁ ଆସି କହିଲେ ଅର୍ଜୁନ ତମର ସୁନା ପ୍ରତି ମୋହ ଆସିଯାଇଥିଲା ଓ ତୁମେ ଗାଁ ଲୋକଙ୍କୁ ସେତିକି ସୁନା ସେବାକୁ ଚାହୁଁଥିଲ ଯେତିକି ମାତ୍ରାର ସୁନା ତାଙ୍କପାଇଁ ଠିକ ବୋଲି ଭାବୁଥିଲ l ସେଥିପାଇଁ କେତେ ସୁନା ଦେବା ଆବଶ୍ୟକ ତାହା ତୁମେ ନିର୍ଣ୍ଣୟ କରୁଥିଲ l କିନ୍ତୁ କର୍ଣ୍ଣ ଏହିସବୁ କଥା ଚିନ୍ତା କଲାନାହିଁ ଓ ଦାନ ଦେବାପରେ କର୍ଣ୍ଣ ସେଠାରୁ ଦୁରେଇ ଯାଇଥିଲେ l କର୍ଣ୍ଣ ଚାହୁଁନଥିଲେ ଯେ କିଏ ତାଙ୍କର ପ୍ରଶଂସା କରୁ କିମ୍ବା ତାଙ୍କୁ ଏହି ସବୁ କଥାର କୌଣସି ଫରକ ପଡେ ନାହିଁ l ଏହାପରେ ଅର୍ଜୁନ ବୁଝି ପାରିଲେ କର୍ଣ୍ଣ କାହିଁକି ଦାନବୀର l

Leave A Reply