ମହାଭାରତର ଯୁଦ୍ଧ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ୧୮ ଦିନ ଧରି ଚାଲିଥିଲା l କୌରବ ମାନଙ୍କ ପକ୍ଷରେ ପିତାମହ ଭୀଷ୍ମଙ୍କ ଭଳି ଯୋଦ୍ଧା ମନେ ଯୁଦ୍ଧ କରୁଥିଲେ l ଯାହା ଦ୍ୱାରା କୌରବ ମାନଙ୍କର ହରିବା କଷ୍ଟକର ଥିଲା l ଦିନକର ଘଟଣା ଯୁଦ୍ଧ ଚାଲିଥିବା ସମୟରେ ଦୁର୍ଯ୍ୟଧାନ ପିତାମହ ଭୀଷ୍ମଙ୍କୁ କଟୁ ଭାଷା ପ୍ରୟୋଗ କରି ଅତି ତାଚ୍ଛଲ୍ୟ ଭାବରେ ଭର୍ଚ୍ଛନା କରିବାକୁ ଲାଗିଲେ l ପିତାମହ ଭୀଷ୍ମ ଦୁର୍ଯ୍ୟଧାନଙ୍କ କଥାରେ ଆହତ ହୋଇ ପ୍ରତିଜ୍ଞା କରିଥିଲେ ଯେ “ମୁଁ ଗଙ୍ଗା ପୁତ୍ର ଭୀଷ୍ମ ପ୍ରତିଜ୍ଞା କରୁଛି ଯେ କଲି ଯୁଦ୍ଧରେ ପାଣ୍ଡବ ମାନଙ୍କୁ ବଧ କରିଦେବି l ” ଭୀଷ୍ମଙ୍କୁର ଏହି ପ୍ରତିଜ୍ଞା ବିଷୟରେ ଜାଣି ପାଣ୍ଡବ ମନଙ୍କ ଶିବିରରେ ଭାଳେଣି ପଡିଲା l
ଭୀଷ୍ମଙ୍କୁ ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା ଥିଲା ତେଣୁକରି ସମସ୍ତ ପାଣ୍ଡବଙ୍କ ସହିତ କୃଷ୍ଣ ମଧ୍ୟ ଚିନ୍ତାରେ ପଡି ଗଲେ l ଅଚାନକ କୃଷ୍ଣ ଦ୍ରୌପଦୀଙ୍କୁ କହିଲେ ମୋ ସହିତ ଆସ l ଏକଥା ଦେଖି ପାଣ୍ଡବ ମାନେ ଭାବିଲେ ଏହି ରାତ୍ରି ସମୟରେ ଦ୍ରୌପଦୀ କେଉଁ ଆଡେ ଯାଉଛନ୍ତି l ଶ୍ରୀ କୃଷ୍ଣ ଦ୍ରୌପଦିନୁ ନେଇ ସିଧା ସଳଖ ଭୀଷ୍ମଙ୍କ ଶିବିର ନିକଟରେ ପହଁଚିଲେ ଏବଂ କହିଲେ ମୁଁ ଶିବିର ବାହାରେ ଛିଡା ହୋଇଛି ତୁମେ ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କର l ଦ୍ରୌପଦୀ ଭିତରକୁ ଯାଇ ଭୀଷ୍ମଙ୍କୁ ପ୍ରଣାମ କରିବା କ୍ଷଣି ଭୀଷ୍ମଙ୍କ ପାଟିରୁ ବାହାରିଥିଲା “ଅଖଣ୍ଡ ସ୍ୱଭାଗ୍ୟବତି ଭାବ “କହି ଆଶୀର୍ବାଦ ଦେଇଥିଲେ l
ତାପରେ ପଚାରି ଥିଲେ ଏତେ ରାତିରେ ତମେ କୁଆଡେ ଆସିଥିଲ ,କଣ ଶ୍ରୀକୃଷ୍ଣ ଏଠାକୁ ନେଇକି ଆସିଛନ୍ତି ?ଦ୍ରୌପଦୀ କହିଥିଲେ ହଁ ,ସେ ଶିବିର ବାହାରେ ଅଛନ୍ତି l ଏହାପରେ ଭୀଷ୍ମ ମଧ୍ୟ କକ୍ଷ ବାହାରକୁ ଯାଇ ଥିଲେ ଏବଂ ଉଭୟ ଉଭୟକୁ ପ୍ରଣାମ କରିଥିଲେ l ଭୀଷ୍ମ କହିଲେ “ମୋର ଗୋଟିଏ ପ୍ରତିଜ୍ଞାକୁ ମୋର ଅନ୍ୟ ଗୋଟିଏ ପ୍ରତିଜ୍ଞା ଖଣ୍ଡନ କରିଦେଲା ଏହା କେବଳ କୃଷ୍ଣ ହିଁ କରିପାରିବେ l”
ଶିବିରରୁ ଫେରିବା ବାଟରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ “ପିତାମହ ଭିଷ୍ମଙ୍କରପ୍ରତିଜ୍ଞା ତୁମର ଗୋଟିଏ ପ୍ରଣାମ ଦ୍ୱାରା ବଦଳି ଗଲା ଓ ତମ ସ୍ଵାମୀମାନଙ୍କ ଜୀବନ ରକ୍ଷା କରିପାରିଲ l ଯଦି ତମେ ଏହିପରି ଭାବରେ ପ୍ରତେକଦିନ ଭୀଷ୍ମ ,ଧୃତରାଷ୍ଟ୍ର ,ଦ୍ରୋଣାଚାର୍ଯ୍ୟ ,ଇତ୍ୟାଦିଙ୍କୁ ପ୍ରଣାମ କରିଥାନ୍ତ ତେବେ ଆଜି କୌରବ ମାନଙ୍କର ପତ୍ନୀମାନେ ମଧ୍ୟ ପାଣ୍ଡବଙ୍କୁ ପ୍ରଣାମ କରିଥାନ୍ତେ l ହୋଇପାରେ ଆଜି ମହାଭାରତ ଯୁଦ୍ଧର ପରିସ୍ଥିତି ଉପୁଜି ନଥାନ୍ତା l ”
ଗୋଟିଏ ପ୍ରଣାମ ରେ ଅନେକ ଶକ୍ତି ରହିଛି ଯାହା ଆଜିର ସମାଜ ପାଇଁ ନିହାତି ଆବଶ୍ୟକ l କାରଣ ଏଥିରେ ଏତେ ଶକ୍ତି ରହିଛି ଯାହା ଆମର ଜୀବନକୁ ବଦଳାଇ ଦେଇପାରେ l ବଡ ମାନଙ୍କର ଆଶୀର୍ବାଦ ସର୍ବଦା ଆମ ପାଇଁ ଆବଶ୍ୟକ l