Odisha news

ମହାଭାରତର ରୋଚକ କଥା : ଗୁରୁ ଦ୍ରୋଣଙ୍କର କିଏ ଥିଲେ ଶ୍ରେଷ୍ଠ ଶିଷ୍ୟ

0

ଏହା ଦ୍ୱାପର ଯୁଗର ସେହି ସମୟର କଥା ଯେତେବେଳେ ପଞ୍ଚୁପାଣ୍ଡବ ଓ କୌରବ ମାନେ ମିଶି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖରୁ ନିଜର ଶିକ୍ଷା ଗ୍ରହଣ କରୁଥିଲେ l ସେହି ସମୟରେ ପାଣ୍ଡବ ମାନେ ଧନୁର୍ବିଦ୍ୟାରେ ଜ୍ଞାନ ପ୍ରାପ୍ତ କରୁଥିଲେ l ଗୋଟିଏ ଦିନ ଗୁରୁ ଦ୍ରୋଣ ତାଙ୍କର ପରୀକ୍ଷା ନେବା ପାଇଁ ବିଚାର କଲେ l ପରୀକ୍ଷା ନେବାପାଇଁ ଗୁରୁ ପଞ୍ଚପାଣ୍ଡଵଙ୍କ ସହିତ କୌରବ ମାନଙ୍କୁ ନେଇ ଜଙ୍ଗଲକୁ ଗଲେ l କିଛି ବାଟ ଯିବାପରେ ଗୋଟିଏ ଗଛ ନିକଟରେ ଯାଇ ସମସ୍ତଙ୍କୁ ଠିଆ କରିଦେଲେ ,କହିଲେ ଶିଷ୍ୟମାନେ ଆଜି ତମ ସମସ୍ତଙ୍କର ପରୀକ୍ଷା ନିଆଯିବ l ଆଜି ଏହି କଥାର ପରୀକ୍ଷା ହେବ ଯେ ମୋ ଦ୍ୱାରା ଦିଆଯାଇଥିବା ଧନୁର୍ବିଦ୍ୟା ଶିକ୍ଷାରେ ଆପଣମାନେ ସମସ୍ତେ କଣ ଶିଖିଛନ୍ତି l

ଏହାପରେ ଗୁରୁ ଦ୍ରୋଣ ସେହି ଗଛ ଆଡକୁ ଇସାରା କରି କହିଲେ “ସେଠାରେ ଦେଖ ,ସେହି ଗଛ ଉପରେ ଗୋଟିଏ ନକଲି ଚଢେଇ ଲଟକିଛି l ମୁଁ ଚାହୁଁଛି ତମେ ସାମସ୍ତେ ଜଣ ଜଣ କରି ତାର ଆଖିକୁ ଲକ୍ଷଭେଦ କର l ଯେପରି ତୀରଟି ଚକ୍ଷୁର ଡୋଳା ମଝିରେ ଲାଗିବ l କଣ ତମେ ସମସ୍ତେ ମୋ କଥା ବୁଝିଗଲ ?ଏହି କଥାକୁ ନେଇ ସମସ୍ତେ ସହମତି ଜଣାଇଲେ l ସର୍ବ ପ୍ରଥମେ ଦ୍ରୋଣ ଯୁଧିଷ୍ଠିରଙ୍କୁ ଡାକିଲେ ଧନୁତୀର ହାତରେ ଧରାଇ ପଚାରିଲେ ,ତମେ ଏହି ସମୟରେ କଣ ଦେଖୁଛ ? ଯୁଧିଷ୍ଠିର ଉତର ଦେଇଥିଲେ ” ଗୁରୁଦେବ ,ଆପଣଙ୍କୁ ,ମୋ ଭାଇ ମାନଙ୍କୁ ,ଏହି ଜଙ୍ଗଲକୁ ,ଗଛ ଉପରେ ବସିଥିବା ଚଢେଇ ଆଦିକୁ ମୁଁ ଦେଖୁଛି l “ଏହା ଶୁଣି ଦ୍ରୋଣ ଯୁଧିଷ୍ଠିରଙ୍କ ହାତରୁ ଧନୁତୀର ନେଇଗଲେ l

ଏହା ପରେ ଦ୍ରୋଣ ଭୀମଙ୍କ ଡାକିଲେ ଓ ତାଙ୍କ ହାତରେ ଧନୁତୀର ଦେଇ ପଚାରିଲେ ତମେ କଣ ଦେଖୁଛି l ଏହାର ଜବାବ ଦେଇ ଭୀମ କହିଥିଲେ “ଆପଣଙ୍କୁ ,ମୋ ଭାଇ ମାନଙ୍କୁ ,ଗଛକୁ ,ଆକାଶକୁ ଓ ପୃଥିବୀକୁ ଦେଖୁଛି l “ଗୁରୁ ଦ୍ରୋଣ ତାଙ୍କ ହାତରୁ ଧନୁତୀର ମଧ୍ୟ ନେଇ ଗଲେ l ଏହାପରେ ଦ୍ରୋଣ କୌରବ ମାନଙ୍କ ପୁତ୍ର ଦୁର୍ଯ୍ୟଧନ ଦୁଃଶାସନ ଇତ୍ୟାଦିଙ୍କୁ ଡାକିଲେ l ସମସ୍ତଙ୍କର ଉତର ସେହିଭଳି ସମାନ ଥିଲା l

କିଛି ସମୟ ପରେ ଅର୍ଜୁନଙ୍କର ପାଳି ପଡିଲା l ଗୁରୁ ତାଙ୍କ ହାତରେ ଧନୁତୀର ଧରାଇ ପଚାରିଲେ ତମେ କଣ ଦେଖୁଛ ?ଅର୍ଜୁନ କହିଲେ “ଗୁରୁଦେବ ,ମତେ ସେହି ଚଢେଇର ଆଖି ଦେଖାଯାଉଛି l “ଗୁରୁ ଏହାପରେ ପଚାରିଲେ “ଆଉ କଣ ତମକୁ ଦେଖା ଯାଉଛି ?”ଅର୍ଜୁନ କହିଲେ “ମତେ ସେହି ଚଢେଇର ଆଖି ବ୍ୟତୀତ କିଛିବି ଦେଖାଯାଉ ନାହିଁ l “ଏହାପରେ ଗୁରୁ ଦ୍ରୋଣ ଅର୍ଜୁନଙ୍କୁ କହିଲେ  “ତମେ ଏହି ପରୀକ୍ଷା ପାଇଁ ଉପଯୁକ୍ତ ଅଟ l ସେହି ଚଢେଇକୁ ଶର ନିକ୍ଷପ କର l “ଗୁରୁଙ୍କ ଆଦେଶ ମିଳିବ କ୍ଷଣି ଅର୍ଜୁନ ଚଢେଇର ଆଖିକୁ ଶର ମାରିଥିଲେ ଓ ଶରଟି ଛଡ଼େଇର ଆଖିରେ ଯାଇ ବାଜିଥିଲା l

ଏଥିରୁ କଣ ଶିକ୍ଷା ମିଳିଲା –

ଏହି କାହାଣୀରୁ ଏହା ଶିକ୍ଷା ମିଳିଲା ଯେ ସଫଳତା ପ୍ରାପ୍ତ କରିବା ପାଇଁ ଆମର ଧ୍ୟାନ କେବଳ ଆମ ଲକ୍ଷ ଉପରେ ରହିବ ଆବଶ୍ୟକ l

Leave A Reply