Odisha news

ମହାଭାରତର ରୋଚକ କଥା : ମାଙ୍କ ଗର୍ଭରେ ଶିଖିଥିଲେ ଚକ୍ରବ୍ୟୁହରେ ପ୍ରବେଶ କରିବା,ଜାଣନ୍ତୁ ଶୂରବୀର ଅଭିମନ୍ୟୁଙ୍କ ବଦ୍ଧ

0

ମହାଭାରତର ଯୁଦ୍ଧ କୁରୁକ୍ଷେତ୍ରରେ ୧୮ ଦିନ ଚାଲିଥିଲା l ଆମେ ସମସ୍ତେ ଜାଣିଛେ ଏହି ଯୁଦ୍ଧ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ହୋଇଥିଲା l ଯେଉଁଠି କୌରବମାନେ ଛଳ କପଟ ରେ ଆଗୁଆଥିଲେ ,କିନ୍ତୁ ପାଣ୍ଡବମାନେ ଧର୍ମ ଓ ସତ୍ୟର ସହିତ ଲଢେଇ କରୁଥିଲେ l କୌରବମାନେ ଛଳନାର ରଣନୀତି ପ୍ରସ୍ତୁତ କରି ଜିତିବାକୁ ଚେଷ୍ଟା କରୁଥିଲେ l କୌରଵ ମାନେ ଚାହୁଁଥିଲେ ସେମାନେ ଯୁଧିଷ୍ଠିରଙ୍କୁ ବନ୍ଦୀ କରି ଯୁଦ୍ଧ ଜିତି ଯାଆନ୍ତୁ , ଯେଉଁଥିପାଇଁ ସେମାନେ ଭାବିଲେ କି ଅର୍ଜୁନଙ୍କୁ ଯୁଦ୍ଧରେ ବ୍ୟସ୍ତ ରଖି ଚାରି ଭାଇଙ୍କୁ ଦୁରକୁ ନେଇ ଯୁଧିଷ୍ଠିରଙ୍କୁ ବନ୍ଦୀ କରିନେବେ l ଏହି ରଣନୀତିକୁ ପରିଣତି ଦେବାପାଇଁ କୌରବ ମାନଙ୍କର ସେନାର ଗୋଟିଏ ଦଳ ଅର୍ଜୁନଙ୍କ ସହ ଯୁଦ୍ଧ କରି ତାଙ୍କୁ ରଣଭୂମିରୁ ଦୁରକୁ ନେଇ ଗଲେ l

ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବାପାଇଁ ଚକ୍ରବ୍ୟୁହ ରଚନା କରିଥିଲେ l ଏହି ଚକ୍ରବ୍ୟୁହ କୁ କିପରି ଭଂଗାଯିବ ତାହାର ଜ୍ଞାନ କେବଳ ଅର୍ଜୁନଙ୍କୁ ଜଣା ଥିଲା l ଅର୍ଜୁନଙ୍କୁ ରଣଭୂମିରୁ ଦୁରକୁ ପଠାଇଦେଇ ଅନ୍ୟ ଚାରି ପାଣ୍ଡବଙ୍କୁ ଯୁଦ୍ଧ ପାଇଁ ଡାକରା ଦେଲେ ଦ୍ରୋଣାଚାର୍ଯ୍ୟ l ଦ୍ରୋଣ କହିଲେ ଯେ ଯୁଦ୍ଧ କର କିମ୍ବା ନିଜର ହାର ସ୍ୱୀକାର କର l କିନ୍ତୁ ନିୟମ ଦୃଷ୍ଟିରୁ ଯୁଦ୍ଧ କରିବା ଉଚିତଥିଲା l ଚାରି ପାଣ୍ଡଵ ଭାବିଲେ ଯଦି ଯୁଦ୍ଧ କରିବୁ ହାରିବୁ ନ କଲେ ମଧ୍ୟ ହାରିବୁ ,ଏହି କଥା ମଧ୍ୟ ଯୁଧିଷ୍ଠିର ଭାବୁଥିଲେ l ଯୁଧିଷ୍ଠିର ଏହି କଥା ଭାବୁଥିବା ସମୟରେ ଅର୍ଜୁନ ଓ ସୁଭଦ୍ରା ନନ୍ଦନ ଅଭିମନ୍ୟୁ ତାଙ୍କ ଆଗକୁ ଆସି କହିଲେ ମୋ ଜେଷ୍ଠପିତା ,ମତେ ଯୁଦ୍ଧ କରିବାକୁ ଅନୁମତି ଦିଅନ୍ତୁ l ସେତେବେଳ ଅର୍ଜୁନ ମାତ୍ର ୧୬ ବର୍ଷ ବୟସର ଥିଲେ ,କିନ୍ତୁ ଯୁଦ୍ଧ କଳାରେ ନିପୁଣ ଥିଲେ l

କିନ୍ତୁ ଯୁଧିଷ୍ଠିର ଅଭିମନ୍ୟୁଙ୍କୁ ମନାକରି ଦେଇଥିଲେ l ଅଭିମନ୍ୟୁ ମାନି ନଥିଲେ l ଅବୀମନ୍ୟୁ କହିଥିଲେ ମୁଁ ମୋ ମାଙ୍କ ଗର୍ଭରେ ଥିଲି ସେତେବେଳେ ମୋ ପିତା ମୋ ମାଙ୍କୁ ଚକ୍ରବ୍ୟୁହ ଭିତରକୁ ପ୍ରବେଶ କରିବା ବିଷୟରେ କହିଥିଲେ l ଅଭିମନ୍ୟୁ କହିଲେ ଚକ୍ରବ୍ୟୁହ ଭାଙ୍ଗିବା ମୁଁ ଜାଣିଚି l ମୁଁ ଆଗରେ ରହୁଛି ଆପଣମାନେ ମୋ ପଛରେ ଆସନ୍ତୁ l ଅଭିମନ୍ୟୁଙ୍କ ଆଗରେ ଯୁଧିଷ୍ଠିର ଆଉ କିଛି କହିନପାରି ଚୁପ ରହିଲେ l ଯେତେବେଳେ କୌରବମାନେ ଅଭିମନ୍ୟୁଙ୍କ ଯୁଦ୍ଧ କୌଶଳ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ରହିଗଲେ l ଅଭିମନ୍ୟୁ ଦୁର୍ଯ୍ୟଧନଙ୍କ ପୁତ୍ର ଲକ୍ଷ୍ମଣଙ୍କୁ ବଧ କଲେ ଓ ଚକ୍ରବ୍ୟୁହରେ ପ୍ରବେଶ କରି ଗଲେ l

ଅଭିମନ୍ୟୁ ଚକ୍ରବ୍ୟୁହରେ ପ୍ରବେଶ କରିବା ମାତ୍ରେ ରାଜା ଜୟଦ୍ରଥ ଚକ୍ରବ୍ୟୁହର ଦ୍ୱାରବନ୍ଦ କରିଦେଲେ l ଅଭିମନ୍ୟୁ ଦୃଢତାର ସହିତ ଆଗକୁ ବଢି ଚାଲିଥିଲେ ଓ ଜଣଙ୍କ ପରେ ଜଣଙ୍କୁ ବଧ କରୁଥିଲେ l ଦୁର୍ଯ୍ୟୋଧନ ,କର୍ଣ ,ଦ୍ରୋଣ ଅଭିମନ୍ୟୁଙ୍କ ପାଖରୁ ହାର ସ୍ୱୀକାର କରିଥିଲେ l ଏହି ସମୟରେ କୌରବ ମାନଙ୍କର ସମସ୍ତ ଯୋଦ୍ଧା ଏକ ସାଙ୍ଗରେ ଅଭିମନ୍ୟୁଙ୍କ ଉପରକୁ ଆକ୍ରମଣ କଲେ l ବୀର ଅଭିମନ୍ୟୁ ଯୁଦ୍ଧ କରି ଚାଲିଥିଲା କିନ୍ତୁ କେତେ ସମୟ ପର୍ଯ୍ୟନ୍ତ ଏକୁଟିଆ ଯୁଦ୍ଧ କରିବ l ସେ ଚକ୍ରବ୍ୟୁହ ଭିତରୁ ବାହାରି ପାରିଲାନାହିଁ l କୌରବମାନଙ୍କ ହାତରେ ବଧ ହେଲେ l

କାରଣ ଅର୍ଜୁନଙ୍କ ପାଖରୁ ସୁଭଦ୍ରା ଶୁଣିଥିଲେ ଚକ୍ରବ୍ୟୁହରେ ପ୍ରବେଶ କରିବା , କିନ୍ତୁ ଅର୍ଜୁନ ଚକ୍ରବ୍ୟୁହରୁ ବାହାରିବା ବିଷୟରେ କହିଲାବେଳକୁ ସୁଭଦ୍ରା ସୋଇ ସାରିଥିଲେ l ତେଣୁ ଅଭିମନ୍ୟୁ ମଧ୍ୟ ମାଙ୍କ ପେଟରେ ରହି  ପ୍ରବେଶ କରିବା ଜାଣିଥିଲେ ଚକ୍ରବ୍ୟୁହରୁ ବାହାରିବା ଜାଣି ନଥିଲେ l କୁରୁକ୍ଷେତ୍ର ଯୁଦ୍ଧରେ ଅଭିମନ୍ୟୁଙ୍କ ବଳିଦାନ ସ୍ମରଣୀୟ l

Leave A Reply