ପୌରାଣିକ ମାନ୍ୟତା ଅନୁସାରେ ପବନ ପୁତ୍ର ହନୁମାନ ଅଜୟ ଓ ଅମର ଅଟନ୍ତି l ସେ ଲଙ୍କାରେ ଯୁଦ୍ଧ ସମୟରେ ନିଜର ପ୍ରଭୁ ରାମଚନ୍ଦ୍ରଙ୍କର ସେବା ପାଇଁ ଉପସ୍ଥିତ ରହିଥିଲେ l ଯେତେବେଳେ ଶ୍ରୀ ରାମ ଜଳ ସମାଧି ନେଲେ ସେହି ସମୟରେ ହନୁମାନଙ୍କୁ ଏହି ପୃଥିବୀ ଲୋକରେ ରହିବ ପାଇଁ ଆଦେଶ ଦେଲେ l ସେବେଠାରୁ ହନୁମାନ ପୃଥିବୀ ଲୋକରେ ଆଜି ପର୍ଯ୍ୟନ୍ତ ରହିଛନ୍ତି ବୋଲି ସମସ୍ତେ ମାନିଥାନ୍ତି l
ଦ୍ୱାପର ଯୁଗରେ ଯେତେବେଳେ ସେ ଜାଣିଲେ ତାଙ୍କର ପ୍ରଭୁ କୃଷ୍ଣ ଅବତାରରେ ପୃଥିବୀରେ ଦୁତୀୟ ଥର ଜନ୍ମ ନେବେ ସେ ଅତ୍ୟନ୍ତ ପ୍ରସନ ହୋଇଥିଲେ l କୁହାଯାଏ ଯେ ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀ କୃଷ୍ଣ ହନୁମନ ଅର୍ଜୁନଙ୍କ ରଥ ଧ୍ୱଜରେ ବିରାଜ ମାନ କରିଥିଲେ l ଏହି ପ୍ରସଙ୍ଗ ସହିତ ଗୋଟିଏ କଥା ଯୋଡି ହୋଇ ମଧ୍ୟ ରହିଛି l
ଥରେ ରାମେଶ୍ୱରମରେ ଅର୍ଜୁନଙ୍କର ସାକ୍ଷାତ ହନୁମାନଙ୍କ ସହିତ ହୋଇଥିଲା l ଉଭୟଙ୍କ ମଧ୍ୟରେ ଲଙ୍କା ଯୁଦ୍ଧକୁ ନେଇ ଚର୍ଚା ହୋଇଥିଲା l ଅର୍ଜୁନଙ୍କ ମନରେ ଗୋଟିଏ ଦକ୍ଷ ଧନୁର୍ଦ୍ଧର ହିସାବରେ ଅତ୍ୟନ୍ତ ଅହଂକାର ଭାରି ରହିଥିଲା l ଅର୍ଜୁନ କଥା ପ୍ରସଙ୍ଗରେ କହିଲେ ଆପଣଙ୍କ ବନ୍ଧୁ ରାମଚନ୍ଦ୍ର ବହୁତବଡ଼ ଯୋଦ୍ଧା ଓ ଧନୁର୍ଦ୍ଧର ଥିଲେ ,କିନ୍ତୁ ସେ ଲଙ୍କାକୁ ଯିବା ପାଇଁ ନିଜ ଧନୁରେ ସେତୁବନ୍ଧ କାହିଁକି ତିଆରି କଲେ ନାହିଁ l ହନୁମାନ ଉତର ଦେଇଥିଲେ ବଣରେ ତିଆରି ହୋଇଥିବା ପୋଲୋ ବାନର ମାନଙ୍କର ଭାରକୁ ସହି ପlରି ନଥାନ୍ତା ସେତେବେଳେ ଅର୍ଜୁନ ଅହଂକାରରେ କହିଥିଲେ ବାଣରେ ଏପରି ପୋଲୋ ତିଆରି କରିଥାନ୍ତେ ଯାହା କେବେବି ଭାଙ୍ଗି ନଥାନ୍ତା l
ଏହାପରେ ଅର୍ଜୁନ ଅହନୁମାନଙ୍କୁ କହିଲେ ସାମ୍ନାରେ ଥିବା ହ୍ରଦରେ ମୁଁ ଏହିପରି ପୋଲୋ ତିଆରି କରି ଦେଖାଇ ଦେବୀ ,ଯାହା ଆପଣଙ୍କ ଭାର ଶଯ୍ୟା କରିବ l ସେତେବେଳେ ହନୁମାନ ନିଜର ସାମାନ୍ୟ ରୂପରେ ଥିଲେ l ଅଭିମାନରେ ଭାରି ରହିଥିବା ଅର୍ଜୁନଙ୍କୁ ନିଜର ବାଣ ସାହାଯ୍ୟରେ ଗୋଟିଏ ସେତୁ ତିଆରି କରିବା ପାଇଁ କହିଲେ ଓ ଅର୍ଜୁନ ମଧ୍ୟ ସେତୁ ତିଆରି କରି ହନୁମାନଙ୍କୁ ଡାକିଥିଲେ l ଅର୍ଜୁନଙ୍କ ଦ୍ୱାରା ତିଆରି ହୋଇଥିବା ସେତୁକୁ ଦେଖି ହନୁମାନ କହିଲେ ଯଦି ଏହି ସେତୁ ମୋର ଓଜନ ଶଯ୍ୟା କଲା ତେବେ ମୁଁ ଅଗ୍ନିରେ ପ୍ରବେଶ କରି ଯିବି କିନ୍ତୁ ଯଦି ଏହା ଭାଙ୍ଗିଗଲା ତେବେ ତୁମେ ଅଗ୍ନିରେ ପ୍ରବେଶ କରିବା l ଅର୍ଜୁନ ହନୁମାନଙ୍କ ସର୍ତ୍ତକୁ ସ୍ୱୀକାର କଲେ l
ହନୁମାନ ଏହା ପରେ ବିଶାଳ ରୂପ ଧାରଣା କରି ସେତୁ ଉପରେ ପ୍ରଥମ ପାଦ ରଖିଲେ ,ଯାହା ଦ୍ୱାରା ସେତୁଟି ହଲିବାକୁ ଲାଗିଲା l ଦୁତୀୟା ପାଦ ରଖିବା ଦ୍ୱାରା ସେତୁଟି ଦବିବାକୁ ଲାଗିଲା l ସେହି ସେତୁଟିର ଅବସ୍ତା ଦେଖି ଅର୍ଜୁନଙ୍କ ଗର୍ବର ମୁଣ୍ଡ ନଇଁ ଗଲା l ହନୁମାନ ଯେତେବେଳେ ତୃତୀୟ ପଦଟି ରଖିଲେ ହ୍ରଦର ସମସ୍ତ ପାଣି ରକ୍ତରେ ଲାଲ ହୋଇଗଲା l ଏହା ଦେଖି ହନୁମାନ ସେତୁ ଉପରୁ ତଳକୁ ଓଲ୍ହାଇ ଆସିଲେ ଓ ଅର୍ଜୁନଙ୍କୁ ଅଗ୍ନି ପ୍ରଜ୍ୱଳିତ କରିବାକୁ କହିଲେ l ଅଗ୍ନି ପ୍ରଜ୍ୱଳିତ ହେବ ମାତ୍ରେ ହନୁମାନ ଅଗ୍ନିରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଭଗବାନ ଶ୍ରୀକୃଷ୍ଣ ପ୍ରକଟ ହୋଇ ହନୁମାନଙ୍କୁ ଏପରି କରିବାକୁ ଅଟକାଇଥିଲେ l
ଏହାପରେ ଭଗବାନ ଶ୍ରୀକୃଷ୍ଣ ହନୁମାନଙ୍କୁ କହିଥିଲେ ହେ ଭକ୍ତ ଶ୍ରେଷ୍ଠ ଆପଣ ପ୍ରଥମ ପାଦ ରଖିବା ସମୟରେ ଏହି ସେତୁଟି ଭାଙ୍ଗି ଯାଇଥାନ୍ତ ,କିନ୍ତୁ ମୁଁ ଗୋଟିଏ କଇଁଛ ହୋଇ ଆପଣଙ୍କ ଭାରକୁ ସେତୁ ତଳେ ରହି ଶଯ୍ୟା କରୁଥିଲି କିନ୍ତୁ ଆପଣଙ୍କର ତୃତୀୟ ପାଦ ପଡିବ କ୍ଷଣି ମୋ ପିଠିରୁ ରକ୍ତ ବାହାରିଲା l ଏହା ଶୁଣି ହନୁମାନ ଦୁଖୀ ହୋଇଗଲେ ଓ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗିଲେ l ସେ କହିଲେ ମୁଁ ଅପରାଧୀ ଅଟେ ମୋ କାରଣରୁ ମୋ ପ୍ରଭୁଙ୍କୁ କଷ୍ଟ ହୋଇଛି l ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯାହାବି ଘଟି ଯାଇଛି ମୋ ପାଇଁ ଘଟିଛି l ଭକ୍ତ ଓ ଭଗବାନ ସବୁବେଳେ ନିଜ ମଧ୍ୟରେ ସ୍ନେହ ଓ଼ଡିଆର ରଖିଥାନ୍ତି l ତେଣୁ ମୋର ବିଶେଷ ଇଛା ରହିଛି ଆପଣ ଅର୍ଜୁନ ରଥର ଧ୍ୱଜରେ ବିରଜା ମାନ କରନ୍ତୁ l