ମହାଭାରତରେ ଭୀମଙ୍କ ସହିତ ହିଡ଼ିମ୍ବାଙ୍କର ରହିଛି ରୋଚକ କଥା l ମହଲରୁ ବାହାରିବା ପରେ ପାଣ୍ଡବ ମାନେ ବନବାସ ପାଇଁ ଜଙ୍ଗଲରେ ବାସ କରୁଥିଲେ l ଜଙ୍ଗଲରେ ଯେଉଁ ସ୍ଥାନକୁ ବନବାସରେ ଯାଇଥିଲେ ତାଙ୍କର ହିଡ଼ିମ ନାମକ ରାକ୍ଷସ ଓ ତାଭଉଣୀ ସେଠାରେ ବାସ କରୁଥିଲେ l କୁନ୍ତୀ ଓ ପାଣ୍ଡବ ମାନେ ଥକି ଜିତିବା କାରଣରୁ ସମସ୍ତେ ସୋଇ ଯାଇଥିଲେ କିନ୍ତୁ ଭୀମ ସମସ୍ତଙ୍କୁ ଜଗି ରହିଥିଲେ l କାରଣ ସେ ଜଗିରହିଥିଲେ କାଳେ କୌଣସି ବିପଦ ମାଡି ଆସିବ l ହିଡ଼ିମ ଓ ହିଡ଼ିମ୍ବା ମନୁଷ୍ୟଙ୍କ ଦୁର୍ଗନ୍ଧ ଅନୁଭବ କରିଥିଲେ l ହିଡ଼ିମ ହିଡ଼ିମ୍ବାଙ୍କୁ କହିଥିଲା ମନୁଷ୍ୟ ମାନଙ୍କ ଗନ୍ଧ କେଉଁଠୁ ଆସୁଛି ଯାଇ ସେଠାରୁ ଦେଖିକି ଆସ l
ହିଡ଼ିମ୍ବା ଯେତେବେଳେ ଖୋଜି ଖୋଜି ଯାଇ ଭୀମଙ୍କୁ ଦେଖିଥିଲା ସେତେବେଳେ ସେ ନିଜ ମନରେ ଭୀମଙ୍କ ପ୍ରତି ଦୁର୍ବଳତା ଆସିବାର ଅନୁଭବ କରିଥିଲା l ଏହା ପରେ ସେ ଗୋଟିଏ ସୁନ୍ଦର ନାରୀର ରୂପ ଧାରଣା କରି ଭୀମଙ୍କ ନିକଟକୁ ଗଲା ଓ କହିଲା ମୁଁ ହିଡ଼ିମ୍ବା ଅଟେ l ମୋ ଭାଇ ଗୋଟିଏ ରାକ୍ଷସ ହୋଇଥିବା କାରଣରୁ ଆପଣ ମାନଙ୍କୁ ଖାଇ ଦେବ l ଭୀମ ହସି ଦେଇ କହିଥିଲେ ଚିନ୍ତା କରନାହିଁ ମୁଁ ମୋ ଭାଇମାନଙ୍କର ରକ୍ଷା କରି ପାରିବି l ଦୀର୍ଘ ସମୟ ପର୍ଯ୍ୟନ୍ତ ହିଡ଼ିମ୍ବା ନଫେରିବାରୁ ହିଡ଼ିମ ତା ଭଉଣୀକୁ ଖୋଜି ଯାଇ ସେଠାରେ ପହଞ୍ଚିଥିଲା l ତାପରେ ସେ ଦେଖିଲା ହିଡ଼ିମ୍ବା ଭୀମ ସହିତ ଅତି ସ୍ନେହାପୁର୍ବକ କଥା ହେଉଛି l ତାପରେ ସେ ରାଗିଯାଇ ହିଡ଼ିମ୍ବାକୁ କହିଲା ମୁଁ ତତେ ସେମାନଙ୍କୁ ବଦ୍ଧ କରିବାକୁ ପଠାଇଥିଲି କିନ୍ତୁ ତୁ ଏଠାକୁ ଆସି ତୋର କର୍ତବ୍ୟ ଭୁଲି ଯାଇଛୁ l ତେଣୁ ମୁଁ ତାକୁ ନିଜେ ବଦ୍ଧ କରିବି l
ଏହା କହି ସାରି ହିଡ଼ିମ ଭୀମଙ୍କ ଉପରେ ଆକ୍ରମଣ କରିଦେଲା l ଭୀମଙ୍କ ଉପରେ ଅଚାନକ ଆକ୍ରମଣ କରିବାରୁ ହିଡ଼ିମ ଓ ଭୀମଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା ଏହି ଯୁଦ୍ଧରେ ଭୀମ ହିଡ଼ିମକୁ ବଦ୍ଧ କରିଥିଲେ l ଏହି ସମୟରେ କୁନ୍ତୀ ଓ ଅନ୍ୟ ଚାରି ପାଣ୍ଡବ ନିଦରୁ ଉଠି ଯାଇଥିଲେ l ହିଡ଼ିମ୍ବା ସେମାନଙ୍କୁ କହିଥିଲା ମୁଁ ଗୋଟିଏ ରାକ୍ଷସୀ ଅଟେ l ଭୀମଙ୍କୁ ମୁଁ ବିବାହ କରିବାକୁ ଚାହୁଁଚି l କୁନ୍ତୀ ଏହି ବିବାହ ପାଇଁ ଅନୁମତି ଦେଇଥିଲେ ଓ ଉଭୟଙ୍କ ବିବାହ ହୋଇଥିଲା ଏହା ପରେ ହିଡ଼ିମ୍ବା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଯାହାର ନାମ ଘଟତକୋଚ ରହିଥିଲା l କିଛି ବର୍ଷ ପରେ କୁନ୍ତୀ ଓ ପାଣ୍ଡବ ମାନେ ସେହି ଜଙ୍ଗଲକୁ ଛାଡିବାକୁ ଚାହିଁଲେ l ଏହାପରେ ହିଡ଼ିମ୍ବା ଓ ଘଟତକୋଚ ସେହି ଜଙ୍ଗଲରେ ରହିବାପାଇଁ ନିର୍ଣ୍ଣୟ କଲେ l ପାଣ୍ଡବମାନଙ୍କ ପାଖରୁ ହିଡ଼ିମ୍ବା ଗୋଟିଏ ଶପଥ ନେଲା ଯେ ଯେବେବି ଜୀବନରେ ଆବଶ୍ୟକ ପଡିବ ସେମାନେ ତା ନିକଟକୁ ଆସିବେ