ମହାଭାରତରେ ଜରାସନ୍ଧ ଗାନେ ପରାକ୍ରମୀ ଯୋଦ୍ଧା ଥିଲେ l କର୍ଣ୍ଣଙ୍କ ଶକ୍ତିର କ୍ଷlତି ଶୁଣି ମଗଧ ଦେଶର ରାଜା ଜରାସନ୍ଧ ଯୁଦ୍ଧ ପାଇଁ ଡାକରା ଦେଇଥିଲେ l ତାଙ୍କୁ ଦିବ୍ୟ ଅସ୍ତ୍ରର ଜ୍ଞାନ ଥିଲା l ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା l ଦୁଇଜଣ ବିଭିନ୍ନ ଅସ୍ତ୍ରଶସ୍ତ୍ରର ବର୍ଷ କରି ଚାଲିଲେ l ଉଭୟଙ୍କ ବାଣ କ୍ଷୀଣ ହୋଇଗଲା ,ଧନୁ ଭାଙ୍ଗି ଗଲା ଓ ବାଣ ସବୁ ଖଣ୍ଡଖଣ୍ଡ ହୋଇଗଲା l ସେତେବେଳେ ସେହି ଦୁଇ ବଳଶାଳୀ ବୀର ପୃଥିବୀ ଉପରେ ମଲ ଯୁଦ୍ଧ କରିବାକୁ ଲାଗିଲେ l କର୍ଣ୍ଣ ବାହୁ କଣ୍ଟକ ଯୁଦ୍ଧ ଦ୍ୱାରା ଜରା ନାମକ ରାକ୍ଷସୀ ସହିତ ଯୋଡି ହୋଇଥିବା ଅସ୍ତ୍ର ଦ୍ୱାରା ଜରାସନ୍ଧର ଶରୀରକୁ ଚିରିବାକୁ ଆରମ୍ଭ କଲେ l ରାଜା ଜରାସନ୍ଧ ନିଜ ଶରୀରର ଏହି ବିକାରକୁ ଦେଖି ଶତ୍ରୁତାକୁ ମନରୁ କାଢି କହିଲେ ମୁଁ ତୁମ ଉପରେ ବହୁତ ପ୍ରସନ ଅଛି l ତେଣୁ ମୁଁ ତୁମକୁ ଅଡଗ ଦେଶର ମାଳିନୀ ନଗରୀ ଦେଇଦେଉଛି l
ଏହାପରେ କର୍ଣ୍ଣ ଅଡଗ ଦେଶର ରାଜା ହୋଇଗଲେ l ଏହାପରେ ଦୁର୍ଯ୍ୟଧନଙ୍କ ଅନୁମତିରେ ସୈନ୍ୟ ଓ ଶତ୍ରୁ ସଂହାର କରି କର୍ଣ୍ଣ ଚମ୍ପା ନଗରୀ ହାସଲ କରିଥିଲେ l ଦିନେ ଦେବରାଜ ଇନ୍ଦ୍ର ଭୂଲୋକକୁ ଆସିଥିଲେ ଓ ତାଙ୍କୁ ଶ୍ରୀ କୃଷ୍ଣ କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ହାସଲ କରିବାକୁ କହିଥିଲେ l କର୍ଣ୍ଣ ଜଣେ ମହାଦାନୀ ଥିବା ହେତୁ ଇନ୍ଦ୍ର ଗୋଟିଏ ବ୍ରାହ୍ମଣ ବେଶ ଧାରଣା କରି ଦିବ୍ୟ କବଚ ଓ କୁଣ୍ଡଳ କର୍ଣ୍ଣଙ୍କ ପାଖରୁ ନେଇ ଯାଇଥିଲେ l ଏହି ଦିବ୍ୟ କବଚ ଓ କୁଣ୍ଡଳ କର୍ଣ୍ଣଙ୍କ ପାଖରୁ ଚାଲିଯିବା ଦ୍ୱାରା ଅର୍ଜୁନ କର୍ଣ୍ଣଙ୍କୁ ବଦ୍ଧ କରିବ ପାଇଁ ସଫଳ ହୋଇଥିଲେ l କର୍ଣ୍ଣଙ୍କୁ କପଟତା ଦ୍ୱାରା ମରାଯାଇ ପାରିଲା ଏହା ସହିତ ମହାତ୍ମା ପର୍ଶୁରାମଙ୍କର ଅଭିଶାପ ମଧ୍ୟ କର୍ଣ୍ଣଙ୍କ ପାଇଁ ରହିଥିଲା l
ଯେତେବେଳେ ଗୁରୁ ଦ୍ରୋଣ ଅର୍ଜୁନଙ୍କୁ ଯୁଦ୍ଧ ବିଦ୍ୟା ଶିଖାଇବା ପାଇଁ ମନl କରିଦେଲେ ସେତେବେଳେ କର୍ଣ୍ଣ ମହାତ୍ମା ପର୍ଶୁରାମଙ୍କ ପାଖକୁ ଯୁଦ୍ଧ ବିଦ୍ୟା ଶିଖିବା ପାଇଁ ଯାଇଥିଲେ l ସେଠାରେ ଯାଇ ପଇତା ଧାରଣା କରି ନିଜକୁ ଗୋଟିଏ ବ୍ରାହ୍ମଣର ପରିଚୟ ଦେଇଥିଲେ l କାରଣ ପର୍ଶୁରାମ କ୍ଷେତ୍ରୀୟ ମାନଙ୍କୁ ଯୁଦ୍ଧ ବିଦ୍ୟା ଶିଖାଉ ନଥିଲେ ସେ କେବଳ ବ୍ରାହ୍ମଣ ମାନଙ୍କୁ ଶିକ୍ଷା ଦେଉଥିଲେ l ଦିନେ ପର୍ଶୁରାମ ଶିକ୍ଷାଦାନ ସମୟରେ ବିଶ୍ରାମ କରିବାକୁ ଚାହିଁଥିଲେ ଓ କର୍ଣ୍ଣଙ୍କ କୋଳରେ ମୁଣ୍ଡ ରଖି ସୋଇ ପଡ଼ିଥିଲେ l ଏହି ସମୟରେ ଏକ ବିଛା ଆସି କର୍ଣ୍ଣଙ୍କୁ କାମୁଡି ଥିଲା l କର୍ଣ୍ଣଙ୍କ ଶରୀରରୁ ରକ୍ତ ଶ୍ରାବ ହୋଇଥିଲା l ତାଙ୍କ ଗୁରୁ ଉଠିଯିବା ଭୟରେ ସେ ସବୁ ଯନ୍ତ୍ରଣା ସହି ସେହିପରି ବସି ରହିଥିଲେ l
ହଠାତ ପର୍ଶୁରାମଙ୍କର ନିଦ୍ରା ଭାଙ୍ଗିଥିଲା l ଏହାପରେ ସେ ଉଠି କର୍ଣ୍ଣଙ୍କ ଗୋଡ଼ରୁ ରକ୍ତ ବାହାରିବା ଦେଖିଥିଲେ l ଏହାପରେ ସେ କର୍ଣ୍ଣଙ୍କୁ କହିଥିଲେ ତମେ କେବେବି ଜଣେ ବ୍ରାହ୍ମଣ ନୁହଁ l ତମେ ଜଣେ କ୍ଷେତ୍ରୀୟ ଅଟ l ପିତା ଧାରଣା କରି ତମେ ବ୍ରାହ୍ମଣ ହେବାର ଅଭିନୟ କରିଛ l ତେଣୁ ମୁଁ ତୁମକୁ ଅଭିଶାପ ଦେଉଛି ତମେ ଯେପରି ଛଳନା ଗୋଟିଏ ଗୁରୁ ସହିତ କରିଛ ,ସେହିପରି ଛଳନାର ଶିକାର ହୋଇ ତୁମେ ମୃତ୍ୟୁ ବରଣ କର l ଏହିପରି ଭାବରେ ଇନ୍ଦ୍ରଙ୍କର ଛଳନାର ଶିକାର ହୋଇ ମହାବୀର କର୍ଣ୍ଣ ମୃତ୍ୟୁ ବରଣ କରିଥିଲେ l