Odisha news

ମହାଭାରତର ରୋଚକ କଥା : ଗୁରୁ ଦ୍ରୋଣ କାହା ସହିତ ଛଳନା କରି ମହାଭାରତ ଯୁଦ୍ଧରେ ବଦ୍ଧ ହୋଇଥିଲେ

0

ମହାଭାରତକୁ ଗୋଟିଏ ମହା କାବ୍ୟ ଭାବରେ ସମସ୍ତେ ଜାଣି ଥାନ୍ତି l ଏଥିରେ ରହିଥିବା ବିଭିନ୍ନ ଚରିତ୍ରରୁ ଆମକୁ କିଛିନା କିଛି ଶିକ୍ଷା ମିଳିଥାଏ l ମହାଭାରତରେ ଏପରି ଗୋଟିଏ ଚରିତ୍ର ଅଛନ୍ତି ଯାହାଙ୍କ ବିଷୟରେ ଖୁବ କମ ଲୋକ ଜାଣିଥାନ୍ତି l ସେହି ଚରିତ୍ରଟି ହେଲା ଧୃଷ୍ଟଦ୍ୟୁମ୍ନ ,ଦ୍ରୌପଦୀଙ୍କର ଭାଇ  ଧୃଷ୍ଟଦ୍ୟୁମ୍ନ ଅନ୍ୟ ପାତ୍ର ମାନଙ୍କ ଭଳି ମହାଭାରତରେ ଗୋଟିଏ ଶକ୍ତିଶାଳୀ ଓ ବୀର ପୁରୁଷ ଭାବରେ ଉଭା ହୋଇଥିଲେ l ଯାହାଙ୍କ ଦ୍ୱାରା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲା l   ଧୃଷ୍ଟଦ୍ୟୁମ୍ନ ଙ୍କ ଜନ୍ମକୁ ନେଇ ଗୋଟିଏ କାହାଣୀ ରହିଛି l ମହାତ୍ମା ଜାଜ ଯେତେବେଳେ ରାଜା ଦ୍ରୁପଦଙ୍କର ଯଜ୍ଞ କରାଇଥିଲେ ସେତେବେଳେ ଯଜ୍ଞର ଅଗ୍ନି କୁଣ୍ଡରୁ ଗୋଟିଏ ଦିବ୍ୟ କୁମାର ପ୍ରକଟ ହୋଇଥିଲେ l

ତାଙ୍କ ମସ୍ତକରେ ମୁକୁଟ ଥିଲା ,ଶରୀରରେ କବଚ ଓ ହାତରେ ଧନୁବାଣ ଥିଲା l ଏହା ଦେଖି ସମସ୍ତ ପାଞ୍ଚାଳ ବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ସେହି ସମୟରେ ଆକାଶ ବାଣୀ ହୋଇଥିଲା ଏହି ପୁତ୍ରର ଜନ୍ମ ଦ୍ୱାରା ଦ୍ରୁପଦଙ୍କର ସମସ୍ତ ଦୁଃଖ ଦୁରେଇ ଯିବା l ଏହି କୁମାର ଦ୍ରଣାଚାର୍ଯ୍ୟଙ୍କୁ ବଦ୍ଧ କରିବା ପାଇଁ ଜନ୍ମ ହୋଇଛି l

ବ୍ରହ୍ମାଣ ମାନେ ବାଳକଟିର ନାମ କାରଣ କରି କହିଥିଲେ ଯେ ଏହି କୁମାର ଅସହିଷ୍ଣୁ ହୋଇଥିବା କାରଣରୁ ଓ ଅଙ୍କର ଉତ୍ପତି ଅଗ୍ନିକୁଣ୍ଡର ଧୁନିରୁ ହୋଇଥିବାରୁ କୁମାରଙ୍କ ନାମ  ଧୃଷ୍ଟଦ୍ୟୁମ୍ନ ରଖାଗଲା l ଏପରି ମଧ୍ୟ କୁହାଯାଏ ଯେ  ଧୃଷ୍ଟଦ୍ୟୁମ୍ନ ପୂର୍ବ ଜନ୍ମରେ ଏକଲବ୍ୟ ଥିଲା l ଯିଏ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ କହିବା ମାତ୍ରେ ଗୁରୁ ଦକ୍ଷିଣ ଭାବରେ ନିଜର ବୁଢା ଆଙ୍ଗୁଠି କାଟି ଅର୍ପଣ କରି ଦେଇଥିଲା l ଏହାର କିଛି ବର୍ଷପରେ ଏକଲବ୍ୟର ମୃତ୍ୟୁ ହୋଇଯାଇଥିଲା l ଏକଲବ୍ୟ ସହିତ ଗୁରୁ ଦ୍ରୋଣ ଛଳନା କରିଥିବା କାରଣରୁ ପର ଜନ୍ମରେ ସେ  ଧୃଷ୍ଟଦ୍ୟୁମ୍ନ ହୋଇ ଜନ୍ମ ହେଲା l

ପାଣ୍ଡବ ମାନେ ଗୁରୁ ଦ୍ରୋଣଙ୍କର ଏହି ଛଳନା କାରଣରୁ ତାଙ୍କୁ ବଦ୍ଧ କରିବା ପାଇଁ ଛଳନାର ସହର ନେଇଥିଲେ l କାରଣ ମନୁଷ୍ୟ କରିଥିବା ଭୁଲକୁ ଭୋଗିବାକୁ ପଡିଥାଏ l ତେଣୁ ଦ୍ରୋଣଙ୍କୁ ମଧ୍ୟ ନିଜ କର୍ମର ଫଳ ଭୋଗିବାକୁ ପଡିଥିଲା ଓ ତାଙ୍କ ମୃତ୍ୟୁର କାରଣ ତାଙ୍କର ପାପ ହୋଇଥିଲା l ତେଣୁ  ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କୁ ବଦ୍ଧ କରିଥିଲେ ଓ ପୂର୍ବ ଜନ୍ମର ପ୍ରତିଶୋଧ ନେଇଥିଲେ l

Leave A Reply