Odisha news

ମହାଭାରତର ରୋଚକ କଥା : ଛଳନା କରି ଲଜ୍ଜିତ ହୋଇଥିଲେ ଦେବରାଜ ଇନ୍ଦ୍ର

0

ଦେବରାଜ ଇନ୍ଦ୍ରଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି l ଇନ୍ଦ୍ରଙ୍କୁ ସ୍ୱର୍ଗ ଲୋକର ରାଜା କୁହାଯାଇଥାଏ l ଇନ୍ଦ୍ର ଏପରି ଦେବତା ଯିଏ ବହୁତ ଶୀଘ୍ର ପ୍ରସନ ଓ କ୍ରୋଧିତ ହୋଇଥାନ୍ତି l ଇନ୍ଦ୍ର ଛଳନା କରିବାରେ ମଧ୍ୟ ନିପୁଣ ଅଟନ୍ତି l ଛଳନାରେ ନିପୁଣ ହୋଇଥିବା ହେତୁ ଅନେକ ଥର ସ୍ୱର୍ଗକୁ ଅସୁର ମାନଙ୍କ ପାଖରୁ ରକ୍ଷା କରିଛନ୍ତି l ସେଥିପାଇଁ ଇନ୍ଦ୍ରଙ୍କର ଅସୁର ମାନଙ୍କ ସହିତ ଶତ୍ରୁତା ରହିଥାଏ ,ଇନ୍ଦ୍ର ଅନେକ ଶକ୍ତି ମଧ୍ୟ ପ୍ରାପ୍ତି ମଧ୍ୟ କରିଛନ୍ତି l

ରାକ୍ଷସ ମାନଙ୍କ ରାଜା ଥରେ ସ୍ୱର୍ଗ ଉପରେ ଆକ୍ରମଣ କରିଦେଲେ ଓ ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତା ସ୍ୱର୍ଗ ଛାଡି  ପଳାଇଗଲେ l ପରେ ଦେବତା ଓ ଅସୁର ମାନଙ୍କ ମଧ୍ୟ ଗୋଟିଏ ସନ୍ଧି ହେଲା ଏବଂ ସମୁଦ୍ର ମନ୍ଥନ ପ୍ରକ୍ରିୟା ଆରମ୍ଭ ହେଲା l ଦେବତା ଓ ଅସୁରଙ୍କ ମଧ୍ୟରେ ଯେତେବେଳେ ସମୁଦ୍ର ମନ୍ଥନ ଆରମ୍ଭ ହେଲା ସେହି ସମୟରେ ୧୪ ଟି ରତ୍ନ ପ୍ରାପ୍ତ ହେଲା ଓ ଅମୃତ କଳସ ବାହାରିଲା l ଅମୃତ କଳସକୁ ନେଇ ଦେବତା ଓ ଅସୁରଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା l ଯେତେବେଳେ ବିବାଦ ଆରମ୍ଭ ହେଲା ସେହି ସମୟରେ ଇନ୍ଦ୍ର ତାଙ୍କ ପୁତ୍ର ଜୟନ୍ତଙ୍କୁ ଅମୃତ କଳସ ନେଇ ପଳାଇଯିବାକୁ କହିଲେ l

ଜୟନ୍ତ ଯେତେବେଳେ କଳସ ନେଇ ପଳାଇଗଲେ ସେହି ସମୟରେ ଅସୁର ମାନେ ତାଙ୍କ ପଛେପଛେ ଦୌଡିବାକୁ ଲାଗିଲେ l ପରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅସୁର ମାନଙ୍କ ପାଖରୁ ଅମୃତ କଳସ ପ୍ରାପ୍ତ କଲେ ଓ ଦେବତା ମାନଙ୍କୁ ସେହି ଅମୃତ ବାନ୍ତି ଦେଲେ l

କର୍ଣ୍ଣଙ୍କ ସହିତ ଇନ୍ଦ୍ର କଲେ ଛଳନା –

ମହାଭାରତ କଥାରେ ଇନ୍ଦ୍ରଙ୍କ ଛଳନା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି l ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା କୃଷ୍ଣ ଜାଣିଥିଲେ ଯେ କର୍ଣ୍ଣ ରହିଥିବା ସମୟରେ ପାଣ୍ଡବ ମାନଙ୍କର ବିଜୟଲାଭ କରିବା ଅସମ୍ଭବ l କର୍ଣ୍ଣଙ୍କ ପାଖରେ ସୂର୍ଯ୍ୟ ଦେବା ଦେଇଥିବା କବଚ ଓ କୁଣ୍ଡଳ ରହିଥିଲା l ଏହି ଦୁଇଟି ଜିନିଷ ରହିଥିବା ଅବସ୍ଥାରେ କର୍ଣ୍ଣଙ୍କୁ ପରାଜିତ କରିବା ଅସମ୍ଭବ ଥିଲା l ସେହି ସମୟରେ କୃଷ୍ଣ ଇନ୍ଦ୍ରଙ୍କୁ କବଚ ଓ କୁଣ୍ଡଳ ନେବା ପାଇଁ କର୍ଣ୍ଣଙ୍କ ପାଖକୁ ପଠାଇଥିଲେ l

କର୍ଣ୍ଣ ଜଣେ ଦାନବୀର ହୋଇଥିବା କାରଣରୁ ସେ ପ୍ରତେକ ଦିନ ଲୋକମାନଙ୍କୁ କିଛିନା କିଛି ଦାନ କରୁଥିଲେ l ଇନ୍ଦ୍ର ଏହି କଥା ଜାଣିଥିଲେ ,ସେ ଏହାକୁ ପ୍ରାପ୍ତ କରିବା ପାଇଁ ଗୋଟିଏ ବାହ୍ମଣର ବେଶ ଧାରଣ କରି କର୍ଣ୍ଣଙ୍କ ପାଖରେ ପହଂଚିଥିଲେ l କର୍ଣ୍ଣ ବ୍ରାହ୍ମଣ ବେଶ ଧାରୀ ଇନ୍ଦ୍ରଙ୍କୁ କଣ ଆବଶ୍ୟକ ବୋଲି ପଚାରିଥିଲେ ,ଇନ୍ଦ୍ର ସମୟ ନଷ୍ଟ ନକରି କବଚ ଓ କୁଣ୍ଡଳ ମାଗିଲେ l କର୍ଣ୍ଣ କିଛି ଚିନ୍ତା ନକରି କବଚ ଓ କୁଣ୍ଡଳ ଇନ୍ଦ୍ରଙ୍କୁ ଦେଇଦେଇଥିଲେ l କର୍ଣ୍ଣ ଇନ୍ଦ୍ରଙ୍କର ଛଳନାକୁ ଜାଣି ଜିବେବୋଲି ,ଇନ୍ଦ୍ର ସେହି ସ୍ଥାନରୁ ତୁରନ୍ତ ଚାଲିଯାଇଥିଲେ l କିନ୍ତୁ ସେହି ସମୟରେ ସ୍ୱର୍ଗ ବାଣୀ ହେଲା ,ଇନ୍ଦ୍ର ଡରିଯାଇ କର୍ଣ୍ଣଙ୍କ ପାଖକୁ ଯାଇ କ୍ଷମା ମାଗିଥିଲେ ଓ ଦାନାରେ ଦିଆଯାଇଥିବା ବସ୍ତୁ ବଦଳରେ କିଛି ନେବା ପାଇଁ ଅନୁରୋଧ କରିଥିଲେ l

କର୍ଣ୍ଣ କହିଥିଲେ ମୁଁ ଦାନ ଦେବାପାଇଁ ପ୍ରତିଜ୍ଞା ନେଇଛି ନେବାପାଇଁ ନୁହେଁ l  କିନ୍ତୁ ଇନ୍ଦ୍ର ସେଠାରେ ଜିଦିଧରି ବସିଲେ କହିଲେ କିଛି ନେବାକୁ ପଡିବ l କର୍ଣ୍ଣ ଯେତେବେଳେ ମାନିଲେନି ଇନ୍ଦ୍ର ନିଜର ବଜ୍ରରୂପୀ ଶକ୍ତି ପ୍ରଦାନ କଲେ l ଇନ୍ଦ୍ର କର୍ଣ୍ଣଙ୍କୁ କହିଲେ ଯେ ଏହାକୁ ଥରେ ମାତ୍ର ପ୍ରୟୋଗ କରି ପାରିବ l ଏହା ଯାହା ଉପରେ ବି ପ୍ରୟୋଗ କରାଯିବ ସିଏ ଜୀବନ୍ତ ରହିବ ନାହିଁ l ଏତିକି କହି ଇନ୍ଦ୍ର ସେଠାରୁ ଅଦୃଶ୍ୟ ହୋଇଗଲେ l

Leave A Reply