Odisha news

ମହାଭାରତର ରୋଚକ କଥା : ଏହି ପାପରୁ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ବଞ୍ଚାଇଥିଲେ

0

ମହାଭାରତ ଏକ ଐତିହାସିକ ଯୁଦ୍ଧ ଥିଲା ,ଯେଉଁଥିରେ ଅନେକ ସୈନ୍ୟ ପ୍ରାଣ ହରାଇଥିଲେ ଯାହାର କିଛି କଳନା ନାହିଁ l କିନ୍ତୁ ଏପରି କିଛି ଯୋଦ୍ଧା ଯୁଦ୍ଧରେ ସାମିଲ ନହୋଇ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲେ l ଏହି ଖବର ଜରିଆରେ ଏହିପରି ଏକ ଖବର ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯାହା ହୁଏତ ବହୁତ କମ ଲୋକ ଜାଣିଥିବେ l ପୁରାଣ କଥା ଅନୁସାରେ ଯୁଦ୍ଧପାରେ ଭଗବାନ କୃଷ୍ଣଙ୍କର ନୀତି କାରଣରୁ ଯୁଧିଷ୍ଠିର ଓ ଅର୍ଜୁନଙ୍କର ଜୀବନ ବଞ୍ଚି ଯାଇଥିଲା l ପୁରାଣରେ ବର୍ଣିତ ଅଛି ଯେତେବେଳେ କର୍ଣ୍ଣ ଯୁଧିଷ୍ଠିରଙ୍କୁ ଯୁଦ୍ଧରେ ପରାଜିତ କରି ଦେଇଥିଲେ ସେତେବେଳେ ଯୁଧିଷ୍ଠିର ଆହତ ହୋଇଥିଲେ ,ଯୁଧିଷ୍ଠିରଙ୍କ ଉପଚାର କରିବା ପାଇଁ ସହଦେବ ତାଙ୍କୁ ଛାଉଣୀ ଭିତରକୁ ନେଇ ଯାଇଥିଲେ l

ଯେତେବେଳେ ଅର୍ଜୁନ ଏହି ବିଷୟରେ ଜାଣିଲେ ସେ ଯୁଧିଷ୍ଠିରଙ୍କୁ ଦେଖା କରିବା ପାଇଁ ତାଙ୍କ ନିକଟରେ ପହଞ୍ଚି ଗଲେ l ଅର୍ଜୁନଙ୍କୁ ନିଜ ସମୁଖରେ ଦେଖି ଯୁଧିଷ୍ଠିର ଭାବିଲେ ଅର୍ଜୁନ କର୍ଣ୍ଣଙ୍କୁ ବଦ୍ଧ କରି ଦେଇଛନ୍ତି ଓ ଏହି ସମ୍ବାଦ ଜଣାଇବା ପାଇଁ ତାଙ୍କ ସମୁଖରେ ଉପସ୍ଥିତ ହୋଇଛନ୍ତି l କିନ୍ତୁ ଯେତେବେଳେ ଯୁଧିଷ୍ଠିର ଜାଣିଲେ ଅର୍ଜୁନ ତାଙ୍କ ସହିତ ଦେଖା କରିବା ପାଇଁ ଛାଉଣୀକୁ ଆସିଛନ୍ତି ,ସେତେବେଳେ ସେ ଅର୍ଜୁନଙ୍କୁ କ୍ରୋଧିତ ହୋଇଥିଲେ ଓ କହିଥିଲେ ତୁମେ ତୁମର ଅସ୍ତ୍ର ଅନ୍ୟ କାହାକୁ ଦେଇଦିଅ l ଏହା ଶୁଣିଲା ପରେ ଅର୍ଜୁନଙ୍କୁ କ୍ରୋଧ ଆସିଥିଲା l ପୁରାଣ କଥା ଅନୁସାରେ ବର୍ଣିତ ଅଛିଯେ ଅର୍ଜୁନ ପ୍ରତିଜ୍ଞା ନେଇଥିଲେ ଯଦି କେହି ବ୍ୟକ୍ତି ତାଙ୍କୁ ଅସ୍ତ୍ର ରଖିବାପାଇଁ କହିବା ସେ ସେହି ବ୍ୟକ୍ତିକୁ ବଦ୍ଧ କରିବେ l

ସେହି ସମୟରେ ଅର୍ଜୁନ ଶ୍ରୀ କୃଷ୍ଣଙ୍କୁ ସାହାଯ୍ୟ ମାଗିଲେ l ଅର୍ଜୁନ କହିଲେ ହେ ସଖା ମତେ ଏପରି କିଛି ଉପାୟ କୁହ ଯାହା ଦ୍ୱାରା ମୋର ପ୍ରତିଜ୍ଞା ପୁରା ହୋଇ ପାରିବ l ସେହି ସମୟରେ କୃଷ୍ଣ କହିଥିଲେ ସମ୍ମାନୀୟ ପୁରୁଷ ଯେତେବେଳ ପର୍ଯ୍ୟନ୍ତ ସମ୍ମାନ ପାଇଥାଏ ସେତେବେଳ ପର୍ଯ୍ୟନ୍ତ ସେ ଜୀବିତ ରହିଥାଏ ବୋଲି ଧରା ଯାଇଥାଏ l ତମେ ସବୁବେଳେ ଯୁଧିଷ୍ଠିରଙ୍କୁ ସମ୍ମାନ ଦେଇଛ ,କାରଣ ସେ ତୁମର ଜେଷ୍ଠ ଭ୍ରାତା ଅଟନ୍ତି l କିନ୍ତୁ ଆଜି ତୁମେ ତାଙ୍କର ଟିକିଏ ଅପମାନ କରିଦିଅ l ଶ୍ରୀ କୃଷ୍ଣଙ୍କ କଥା ମାନି ଅର୍ଜୁନ ଯୁଧିଷ୍ଠିରଙ୍କୁ କଟୁ ବଚନ କହିଲେ l ଯୁଧିଷ୍ଠିରଙ୍କୁ ଏପରି କଠୋର କଥା କହି ଅର୍ଜୁନ ଦୁଃଖିତ ହୋଇଗଲେ ଓ ଆତ୍ମହତ୍ୟା କରିବା ପାଇଁ ନିଜର ଅସ୍ତ୍ର ଉଠାଇଲେ l

ସେହି ସମୟରେ ଶ୍ରୀ କୃଷ୍ଣ ତାଙ୍କୁ କହିଲେ ଅର୍ଜୁନ ତୁମେ ନିଜର ମୁଖରେ ନିଜ ଗୁଣର ବର୍ଣ୍ଣନା କର l ଏପରି କରିବା ଦ୍ୱାରା ବୁଝି ପାରିବ ଯେ ତମେ ନିଜ ହାତରେ ନିଜକୁ ନିଜେ ମାରି ଦେଲ l ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ ଅର୍ଜୁନ ଠିକ ଏହିପରି କରିଥିଲେ l ଏହିପରି ଭାବରେ ଶ୍ରୀ କୃଷ୍ଣ ଧର୍ମ,ଜ୍ଞାନ ଓ ନିଜ ନୀଳା ଦ୍ୱାରା ଅର୍ଜୁନଙ୍କୁ ବଞ୍ଚାଇ ଥିଲେ l

Leave A Reply